ଲୋକ ସଭା ଫଳାଫଳ:କାମ ଦେଲା ନବୀନଙ୍କ ମହିଳା କାର୍ଡ

ଭୁବନେଶ୍ୱର, ୨୪-୫9 (ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକ ସଭା ଆସନରେ ପ୍ରାର୍ଥୀ କରିଥିଲେ। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ ଆସନରୁ ପ୍ରାର୍ଥୀ ହୋଇଥିବା ସୁନୀତା ବିଶ୍ୱାଳ ଓ କୋରାପୁଟରୁ କୌଶଲ୍ୟା ହିକ୍କକା ପରାସ୍ତ ହୋଇଛନ୍ତି। ସୁମିତ୍ରା ଏବଂ କୌଶଲ୍ୟା ଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ହେଉଛନ୍ତି-ଆସିକାରୁ ପ୍ରମିଳା ବିଶୋୟୀ, ଯାଜପୁରରୁ ଶର୍ମିଷ୍ଠା ସେଠୀ, କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ ଏବଂ ଜଗତସିଂହପୁରରୁ ରାଜଶ୍ରୀ ମଲିକ ବିଜୟୀ ହୋଇଛନ୍ତି। ସେହିପରା ଭାଜପାରୁ ଭୁବନେଶ୍ୱର ଲୋକ ସଭାରେ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡଙ୍ଗୀ ମଧ୍ୟ ପୂର୍ବତନ ବମ୍ବେ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଏକାଧିକ ଲୋକ ସଭା ଆସନରେ ମହିଳା ପ୍ରାର୍ଥୀ ଦିଆଯାଇଥିଲେ ବି କୌଣସି ପ୍ରାର୍ଥୀ ଜିତି ନାହାନ୍ତି।
ଆସିକାର ବିଜେଡି ପ୍ରାର୍ଥିନୀ ପ୍ରମିଳାଙ୍କୁ ନେଇ ସାରା ଓଡ଼ିଶାବାସୀଙ୍କ ମନରେ ଉତ୍କଣ୍ଠା ରହିଥିଲା। ପ୍ରଥମ ରାଉଣ୍ଡରୁ ଶେଷ ଯାଏ ପ୍ରମିଳା ନିକଟତମ ପ୍ରତିଦ୍ୱଦ୍ୱୀଙ୍କଠାରୁ ଅଧିକ ଭୋଟ ପାଇ ଆଗେଇ ଥିଲେ। ଶେଷ ଖବର ସୁଦ୍ଧା ପ୍ରମିଳା ବିଶୋଇ ୫,୪୨,୧୫୬ ଖଣ୍ଡ ଭୋଟ ପାଇଥିବା ବେଳେ, ତାଙ୍କ ନିକଟତମ ପ୍ରତିଦ୍ୱଦ୍ୱୀ ଭାଜପା ନେତ୍ରୀ ଅନିତା ଶୁଭଦର୍ଶିନୀ ୩,୪୦,୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଓଏଏସ୍‌ ଚାକିରୀ ଛାଡି ରାଜନୀତିରେ ଯୋଗଦେଇ ଯାଜପୁରୁ ବିଜେଡି ପ୍ରାର୍ଥୀ ହୋଇଥିବା ଶର୍ମିଷ୍ଠା ୫,୪୦,୮୨୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଶର୍ମିଷ୍ଠାଙ୍କ ନିକଟମ ପ୍ରତିଦ୍ୱଦ୍ୱୀ ଭାଜପାର ଅମିୟ ମଲିକ ୪,୩୬, ୯୮୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ନବାଗତା ଚନ୍ଦ୍ରାଣୀ କେନ୍ଦୁଝର ଆସନରୁ ବିଜେଡି ଟିକେଟ୍‌ରେ ଲଢି ୫,୨୧, ୫୯୧ ଖଣ୍ଡ ଭୋଟ ପାଇଁ ବରିଷ୍ଠ ଭାଜପା ନେତା ଅନନ୍ତ ନାୟକଙ୍କୁ ପରାସ୍ତ କରିଛନ୍ତି। ସେହିପରି ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଭାଜପାର ଏକମାତ୍ର ମହିଳା ପ୍ରାର୍ଥିନୀ ଭାବେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri