ଲୋକ ସଂସ୍କୃତି ଓ ବିଶ୍ୱାସର ପ୍ରତୀକ ପର୍ବ ‘ହୋଲିପୁଡ଼ା’

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ପାଳିତ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ରଙ୍ଗର ପର୍ବ ହୋଲିର ଅବ୍ୟବହିତ ପୂର୍ବରୁ ପାଳିତ ହେଉଥିବା ‘ହୋଲିପୁଡ଼ା’ ପର୍ବ ନିଆରା ଓ ଅନନ୍ୟ। କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଗ୍ରାମାଞ୍ଚଳରେ ଏହି ହୋଲିପୁଡା ପର୍ବ ଭିନ୍ନ ରୀତି ନୀତି ତଥା ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଫଗୁଣ ମାସର ଶ୍ରେଷ୍ଠ ପର୍ବ ଦୌଳ ଓ ରଙ୍ଗର ପର୍ବ ହୋଲି ଅବସରରେ ଫାଲଗୁନ ଶୁ୍‌କ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ‘ହୋଲିପୁଡ଼ା’ ପର୍ବ ପାଳନ କରାଯାଏ। ପୌରାଣିକ ମତାନୁଯାୟୀ ରାକ୍ଷସ ରାଜା ହିରଣ୍ୟକଶ୍ୟପୁର ଭଉଣୀ ହୋଲିକା ରାକ୍ଷସୀକୁ ଏହି ଦିନ ନିଆଁରେ ପୋଡ଼ି ମାରି ଦିଆଯାଇଥିବାରୁ ଏହି ଦିନଟିରେ ‘ହୋଲିପୁଡ଼ା’ ଭଳି ଏକ ପର୍ବ ପାଳନ କରାଯାଇଆସୁଛି ବୋଲି ବୟୋଜ୍ୟେଷ୍ଠମାନେ ମତପୋଷଣ କରନ୍ତି।
ଅନ୍ୟପକ୍ଷରେ ଏହି ପର୍ବକୁ ଅସତ୍ୟ ଓ ହିଂସାର ପ୍ରକୃତିକୁ ପୋଡ଼ି ଦେବାର ଏକ ପ୍ରତୀକାତ୍ମକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପର୍ବ ପାଳନରେ ବିଶେଷକରି ଗ୍ରାମରୁ ଯୁବକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଉତ୍ସବର ୭ ଦିନ ପୂର୍ବରୁ ଗାଁ କିଛି ଦୂରରେ ଉତ୍ତର ପୂର୍ବ ଦିଗ ବା ଆଗ୍ନେୟ କୋଣରେ ‘ହୁଇଲିପୁଡ଼ା’ ନିମନ୍ତେ ଏକ ହୁଏଲ ଗଦା ସ୍ଥାପନ କରାଯାଇଥାଏ। କେତେକ ଗାଁରେ ଦ୍ୱାଦଶୀଠାରୁ ହୁଇଲିପୁଡ଼ା ପାଇଁ ଗାଁ ପରିକ୍ରମା କରି କାଠ ସଂଗ୍ରହ କରାଯାଉଥିବା ବେଳେ ଆଉ କେତେକ ଗାଁରେ ଚତୁର୍ଦ୍ଦଶୀ ଦିନ ହିଁ ଜାଳ ସଂଗ୍ରହ ହୋଇଥାଏ। ଏହି ଅବସରରେ ଗାଁର ଯୁବକମାନଙ୍କ ନେତୃତ୍ୱରେ ଛୋଟ, ବଡ଼ ପିଲାମାନେ ଘର ଘର ବୁଲି କାଠ, ବାଉଁଶ, ନଡ଼ା, ବାଉଁଶ ତିଆରି ଭଙ୍ଗା କୁଲା, ଟୁଡା, ତାଟି ଆଦି ସଂଗ୍ରହ କରିହୁଏଲ ଗଦାରେ ଜମା କରିଥାନ୍ତି। ଏହି ସମୟରେ ଯୁବକମାନେ ମନଖୋଲି ଯୌବନର ସଙ୍ଗୀତ ଗାଇ ଗାଁ ପରିକ୍ରମା କରିଥାନ୍ତି। ହେଲେ ଆଜିକାଲି ସବୁକିଛି ବଦଳିଗଲାଣି।ଯୁବକମାନଙ୍କ ସ୍ଥାନକୁ ଗାଁର ଛୋଟଛୋଟ ପିଲାମାନେ ଅକ୍ତିଆର କରିଦେଲେଣି। ଗ୍ରାମ ଯୁବକ ଓ ଛୋଟପିଲାମାନେ ଗ୍ରାମ ପରିକ୍ରମା କରିବା ବେଳେ ସାଧାରଣତଃ ମହିଳାମାନେ ଘରଭିତରେ ହିଁ ରହିଥାନ୍ତି। ମହିଳାମାନଙ୍କ ଯୋଗଦାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ। ଫାଲଗୁନ ପୂର୍ଣ୍ଣିମାର ଚତୁର୍ଦ୍ଦଶୀ ଦିନ ପଶ୍ଚିମ ଦିଗରେ ସୂର୍ଯ୍ୟଦେବତା ଅସ୍ତମିତ ନ ହେଉଣୁ କୁଶପୁତ୍ତଳିକା ଏବଂ ଗାଁ ଝାଙ୍କର (ପୂଜକ)ଙ୍କ ଘରୁ ବାହାରିଥାଏ ‘ହୁଇଲିପୁଡ଼ା’ ର ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମବେତ ଲୋକ ନାନା ଗୀତ ଗାଇ ଗ୍ରାମ ପରିକ୍ରମା କରିବା ପରେ ଗାଁମୁଣ୍ଡ ହୁଇଲଗଦା ନିକଟରେ ପହଞ୍ଚିଥାନ୍ତି। ଏହି ସମୟ ହୁଇଲିପୁଡ଼ାର ଶେଷ ପର୍ଯ୍ୟାୟ ହୋଇଥିବା ହେତୁ ଗ୍ରାମରୁ ନେଇ ଆସିଥିବା ନଡ଼ାର ପୁତ୍ତଳିକାଗୁଡିକୁ ହୁଇଲଗଦା ଉପରୁ ନିକ୍ଷେପକରି ଗୀତର ହୁଇଲକୁଦା ଆରମ୍ଭ ହେବାପରେ ଗ୍ରାମ ଝାଙ୍କର ଏହି ହୁଇଲଗଦାରେ ଅଗ୍ନି ସଂଯୋଗ କରିଥାନ୍ତି।ଏହି ହୁଇଲଗଦା ଜଳିଯିବା ପରେ ଝାଙ୍କର ଅଗ୍ନି ଦେବତାଙ୍କୁ ଶାନ୍ତି କରି ହୁଇଲଗଦାର ପାଉଁଶକୁ ସଭିଙ୍କୁ ପ୍ରଦାନ କରିଥାନ୍ତି। ହୁଇଲପୋଡ଼ା ବା ହୋଲିପୁଡା ପର୍ବର ପରିସମାପ୍ତି ପରେ ଗ୍ରାମବାସୀ ପରିବାରର ଅନ୍ୟମାନଙ୍କ ଏପରିକି ନିଜ ଗୃହପାଳିତ ପଶୁମାନଙ୍କ ନିମନ୍ତେ ମଧ୍ୟ ଏହି ପାଉଁଶ ନେଇ ଘରକୁ ଫେରିଥାନ୍ତ। ମଙ୍ଗଳବାର ହୋଲି କିନ୍ତୁ କରୋନା ଭୟରେ ଭବାନୀପାଟଣା ସହରରେ ଫଗୁ ରଙ୍ଗ ଉଡ଼ିବନି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri