ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁା ଠାରେ ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି। କଟକ ଡାଇଓସେସ୍ର ବିଶପ ଜୋହନ ବାରୱାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ମଣ୍ଡଳୀରୁ ଆସିଥିବା ଯାଜକ ମାନଙ୍କ ଦ୍ୱାରା ଦିବ୍ୟଯଜ୍ଞ ଅନୁଷ୍ଠିତ ସହ ବାଇବଲ୍‌ ପଠନ, ସାମୂହିକ ପ୍ରାର୍ଥନା, ସଙ୍ଗୀତଗାନ ଆଦି ହୋଇଥିଲା। ସେହିପରି ଖ୍ରୀଷ୍ଟ ଧର୍ମାବଲମ୍ବି ଶ୍ରଦ୍ଧାଳୁମାନଙ୍କୁ ନେଇ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ମା’ମେରୀଙ୍କ ମୂର୍ତ୍ତିକୁ ବ୍ରାହ୍ମଣୀଗାଁ ଅଞ୍ଚଳ ପରିକ୍ରମା କରାଯାଇଥିଲା। ପରେ ରବୀନ୍ଦ୍ର ନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ‘କାହାଣୀ ଶୁଣିଲେ କାନ୍ଦ ଲାଗୁଛି’ ମଞ୍ଚସ୍ଥ କରାଯାଇଥିଲା। ବ୍ରାହ୍ମଣୀଗାଁ ଖ୍ରୀଷ୍ଟ କଳାପରିଷଦ ପକ୍ଷରୁ କଳାକାରମାନେ ଅଭିନୟ କରିଥିଲେ। ଏହାକୁ ସୁବର୍ଣ୍ଣ ଜୟନ୍ତୀ ଜୁବୁଲି କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ତଥା ଜୟନ୍ତୀ ପାଳନ କମିଟିର ମୁଖ୍ୟ ରମାକାନ୍ତ ବଳିଆରସିଂ, ଥମାସ ନାୟକ, କିଶୋର ନାୟକ, ସଦାନନ୍ଦ ନାୟକ, ବିକ୍ରମ ବସ୍ତରାୟ, ଅଶୋକ କୁମାର ସିଂ, ସୁବାସ ଚନ୍ଦ୍ର ବଳିଆରସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri