ଲିଟର ପିଛା ୬୦ ପଇସା ଲେଖାଏ ବଢିଲା ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ପେଟ୍ରୋଲ ଡିଜେଲ ଚାହିଦାରେ ପରିବର୍ତ୍ତନ ଦେଖାଯାଇଛି। ଅନ୍ତର୍ଜାତୀୟ ବଜାରରେ ରବିବାର ବ୍ରେଣ୍ଟ ଅଶୋଧିତ ତୈଳ ୪୦% ଡଲାରରୁ ଉର୍ଦ୍ଧ୍ୱକୁ ଟପିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬୦ ପଇସା ଲେଖାଏ ବଢିଥିବା ଜଣାପଡିଛି। ପ୍ରାୟ ୮୦ ଦିନ ପରେ ତୈଳ ବିପଣନ କମ୍ପାନୀଗୁଡିକ ଇନ୍ଧନର ମୂଳ ମୂଲ୍ୟରେ ପରିବର୍ତ୍ତନ କରିଛନ୍ତି। ଶେଷ ଥର ଲାଗି ମାର୍ଚ୍ଚ ୧୬ରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା। ରାଜ୍ୟ ସରକାରଗୁଡିକ ଭାଟ୍‌ ଏବଂ ସେସ୍‌ ବଢାଇବା ଫଳରେ କିଛି ରାଜ୍ୟରେ ଇନ୍ଧନ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି। କରୋନା ଯୋଗୁ ରାଜ୍ୟଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଡୁ ଥିବାରୁ ଇନ୍ଧନ ଉପରେ କିଛି ରାଜ୍ୟ ଟିକସ ବୃଦ୍ଧି କରିଥିବା ନଜରକୁ ଆସିଛି। ମୂଲ୍ୟ ବୃଦ୍ଧି ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ୭୧.୮୬ ଏବଂ ୬୯.୯୯ ଟଙ୍କା ରହିଛି।
ଗତ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ଲିଟର ପିଛା ୧୦ ଟଙ୍କା ଓ ୧୩ ଟଙ୍କା ମୂଲ୍ୟ ବଢାଇଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିମ୍ନରେ ରହିଥିବାରୁ ଇନ୍ଧନର ମୂଳ ମୂଲ୍ୟରେ ବୃଦ୍ଧି ହୋଇ ନ ଥିଲା। ତେଲ କମ୍ପାନୀଗୁଡିକ ଟିକସ ବୃଦ୍ଧିକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ। ଫଳରେ ଇନ୍ଧନର ରିଟେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନ ଥିଲା। ବର୍ତ୍ତମାନ ଇନ୍ଧନ ଦରକୁ ପ୍ରତିଦିନ ରିଭ୍ୟୁ କରାଯାଉଛି। ଭାରତ ଏହାର ମୋଟ ଇନ୍ଧନ ଆବଶ୍ୟକତାର ୮୦% ଆମଦାନୀ ଦ୍ୱାରା ପୂରଣ କରୁଛି। ରବିବାର ବ୍ରେଣ୍ଟ କ୍ରୁଡ ୩ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଏହାର ବ୍ୟାରେଲ ପିଛା ଦର ୪୨%ରୁ ଉର୍ଦ୍ଧ୍ୱ ରହିଛି। ଏପ୍ରିଲ ମାସରେ ଏହା ୨୦ ଡଲାର ତଳକୁ ଖସି ଯାଇଥିଲା। ଲକଡାଉନ ପାଇଁ ଗାଡି ମଟର ଏବଂ କଳକାରଖାନା ବନ୍ଦ ରହିବା ଯୋଗୁ ଇନ୍ଧନ ଚାହିଦା ଖସି ଯାଇଛି।
ଚଳିତ ବର୍ଷ ଏପ୍ରିଲରେ ପେଟ୍ରୋଲିୟମ ଚାହିଦା ୪୬% ନିମ୍ନରେ ରହିଛି। ଏହି ସମୟରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ୍‌ ବିକ୍ରି ଯଥାକ୍ରମେ ୬୧%, ୫୬.୭% ଏବଂ ୯୧.୫% ଖସିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ରହିଛି। ମେ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ କଟକଣା ଧୀରେ ଧୀରେ ହଟାଇବା ଯୋଗୁ ଇନ୍ଧନ ବିକ୍ରିରେ ପରିବର୍ତ୍ତନ ଆସୁଥିବା ନଜରକୁ ଆସିଛି। ଏପ୍ରିଲ ମାସ ତୁଳନାରେ ମେ ମାସରେ ଉନ୍ନତି ପରିଲକ୍ଷିତ ହୋଇଛି। ହେଲେ ୨୦୧୯ ମେ କଥା ବିଚାରକୁ ନେଲେ ଇନ୍ଧନ ବିକ୍ରି ୩୮.୯% ନିମ୍ନରେ ରହିଛି। ବର୍ତ୍ତମାନ ଅନ୍‌ଲକ ୧ ଘୋଷଣା ହୋଇଥିବାରୁ ସୋମବାରଠାରୁ ମଲ ଖୋଲିବ। ଏହା ହେଲେ ସ୍ଥିତିରେ ଆହୁରି ପରିବର୍ତ୍ତନ ଦେଖାଯିବ ବୋଲି ଶିଳ୍ପ ସୂତ୍ରରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

‘ବ୍ରିକ୍ସ ଥାଳି’ (BRICS Thali) କୁ ନେଇ ରାଜନୀତି ସରଗରମ; ନିରାମିଷ ଖାଦ୍ୟ ତାଲିକାକୁ ନେଇ କଂଗ୍ରେସ-ଭାଜପା ମଧ୍ୟରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ…

ମାରିଦେବ AI!

ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍‌ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?