ଲାଭ କମାଇନି ଲକ୍‌ଡାଉନ

(ଅଜିତ କୁମାର ଧଳ) ଛେଣ୍ଡିପଦା, ୧୦ା୫ – ସରକାର କଟକଣା ଲଗାଇଥିବାରୁ ପୂର୍ବପରି ରାସ୍ତାରେ ଚାଲୁନି ଗାଡ଼ି। ହେଲେ ଯେଉଁ ଅଳ୍ପ କେତେଜଣ ଯାତାୟାତ କରୁଛନ୍ତି ସେମାନେ ଆମଠାରୁ ବାଡ଼ି ପରିବା କିଣି ନେଉଛନ୍ତି। ରାଜପଥ ପାର୍ଶ୍ୱରେ ଫସଲ ହୋଇଥିବା ଦେଖି ଖୁସି ହେବା ସହ ବେଶି ମୂଲାମୂଲି ବି କରୁନାହାନ୍ତି। ଅବଶ୍ୟ ଆଗ ଅପେକ୍ଷା ଟିକେ ଅଧିକ ସମୟ ରାସ୍ତା ପାର୍ଶ୍ୱରେ ବସିବାକୁ ପଡ଼ୁଛି। କିନ୍ତୁ ଲକ୍‌ଡାଉନ୍‌ ଆମ ଲାଭ କମାଇପାରିନି ବୋଲି କହିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କଶିଡିହ ଗ୍ରାମର ଦମ୍ପତି ଅଇଁଠୁ ପ୍ରଧାନ ଓ ସାବିତ୍ରୀ ପ୍ରଧାନ।
ଚାଷ କରି ଚଳୁଥିବା ଏହି ଦମ୍ପତି କହିଛନ୍ତି, ବୟସ ବଢ଼ି ଯାଇଥିଲେ ବି ଆମେ କାହା ଉପରେ ନିର୍ଭରଶୀଳ ନୁହଁ। ଯାହା ଜମିବାଡ଼ି ଅଛି ସେଥିରେ ବର୍ଷ ବର୍ଷ ଧରି ଖଟି ନିଜ ପେଟ ନିଜେ ପୋଷୁଛୁ। ବିଶେଷକରି ମକା, କଦଳୀ, ପୋଟଳ, କଲରା, ଲଙ୍କା, ଅମୃତଭଣ୍ଡା, ବାଇଗଣ ଆଦି ପରିବା ଚାଷ କରୁଛୁ। ସରକାରୀ ସହାୟତାକୁ ଅପେକ୍ଷା ନ କରି ନିଜ ଉଦ୍ୟମରେ ଯେତିକି ପାରୁଛି ସେତିକି ଜମିରେ ଖଟୁଛୁ। ବଗିଚାକୁ ଲାଗି ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଯାଇଥିବାରୁ ଏହା ଆମ ଆୟର ପନ୍ଥାକୁ ଅଧିକ ସହଜ କରିଦେଇଛି। ବର୍ଷ ତମାମ ପରିବା ଧରି କେଉଁ ବଜାର କି ହାଟକୁ ଯିବାକୁ ପଡ଼ୁନି। ରାସ୍ତା କଡ଼େ କିଛି ସମୟ ବସିଗଲେ ସବୁତକ ବିକ୍ରି ହୋଇଯାଉଛି। ତଟକା ପରିବା ନେବାକୁ ସମସ୍ତଙ୍କର ଆଗ୍ରହ ଥିବାରୁ ବେପାର ଭଲ ହେଉଛି। ଏବେ ରାସ୍ତାରେ ଗାଡ଼ି ଚଳାଚଳ କମ୍‌ ଥିବାରୁ ୩/୪ ଘଣ୍ଟା ଧରି ବସିବାକୁ ପଡୁଛି। ସରକାରଙ୍କ ନିୟମ ମାନି ପରିବା ବିକ୍ରିବେଳେ ମାସ୍କ ପିନ୍ଧୁଛୁ। ଗ୍ରାହକଙ୍କୁ ଦୂରେଇ ରହିବାକୁ ମଧ୍ୟ କହୁଛୁ। ଏତେ କଡ଼ା କଟକଣା ବେଳେ ବି ଆମ ପରିଶ୍ରମର ମୂଲ ମିଳିଯାଉଥିବାରୁ ଅଧିକ ଖୁସି ଲାଗୁଛି ବୋଲି ଅଇଁଠୁ ଓ ସାବିତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?