ଲାଖବିନ୍ଧା ପ୍ରତିଯୋଗିତା

ଉଦଳା,୧୦ା୧୦(ଡି.ଏନ୍‌.ଏ.)- ଉଦଳା ସହରାଞ୍ଚଳରେ ଦେବୀ ଦୁର୍ଗାଙ୍କର ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ଶେଷ ହୋଇଛି ା ଦଶହରାରେ ବିଶେଷ ଆକର୍ଷଣ ଥିଲା ଲାଖବିନ୍ଧା ପ୍ରତିଯୋଗିତା ା ଆମ ଦୁର୍ଗାପୂଜା କମିଟି ଉଦଳା ପକ୍ଷରୁ ବିଜୟାଦଶମୀରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦଳା ଏନଏସି ଅଞ୍ଚଳର ଜଗନ୍ନାଥୀ ଏବଂ ସ୍ଥାନୀୟ ବ୍ଲକର ଜୁଆଳିଆ, ବହୁବନ୍ଧ, ମଧୁପୁର, କନକପଦା ଗ୍ରାମାଞ୍ଚଳରୁ ଆଦିବାସୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ ା ପ୍ରତିଯୋଗିତାକୁ ପୂଜା କମିଟିର ସଭାପତି ଇଂ.ମାନସ ରଞ୍ଜନ ମହାନ୍ତି, ସମ୍ପାଦକ ବିଶ୍ୱଜିତ୍‌ ନାୟକ ଏବଂ ସମାଜସେବୀ ହରେକୃଷ୍ଣ ମହାନ୍ତି ଉଦଘାଟନ କରିଥିଲେ ା ଏଥିଲାଗି ଦର୍ଶକମାନଙ୍କ ଭିଡ ଲାଗି ରହିଥିଲା। ଏହି ପ୍ରତିଯୋଗିତାରେ ଉଦଳା ବ୍ଲକ କନକପଦା ଗ୍ରାମର ବର୍ଷିୟାନ ଧର୍ନୁଧାରୀ ରାମଚନ୍ଦ୍ର ହେମ୍ବ୍ରମ୍‌ (୬୭) ବିଜୟ ମୁକୁଟ ପିନ୍ଧିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ଅଶୋକ କୁମାର ଦାସ, ପ୍ରଶାନ୍ତ ମହାନ୍ତି, ଦିଲ୍ଲୀପ କୁମାର ଦାସ, ଅମୀୟ କୁମାର ବଳ, ମଧୁ ଦାସ ପ୍ରମୁଖ ସହଯୋଗ କରିଥିଲେ ା ସେହିପରି କଚେରୀ ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ଲାଖବିନ୍ଧା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?