ଲଭ୍‌ଲି କୁପ୍ତା

ପୁରୀରେ ଥିବା ବିଭିନ୍ନ ହୋଟେଲ ଏବଂ ରେସ୍ତୋରା ମାଲିକମାନେ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଖାଦ୍ୟକୁ ପ୍ରାଥମିକତା ଦେଇଥାନ୍ତି। ଏହିଭଳି ଏକ ହୋଟେଲ ହେଉଛି ସିଟିରୋଡ୍‌ସ୍ଥିତ ପାନ୍ଥନିବାସ ନିକଟରେ ଥିବା ଜମିଦାର ପ୍ୟାଲେସ। ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ତେବେ ନିରାମିଷ ଖାଦ୍ୟ ମଧ୍ୟରେ ଏକ ଚାହିଦାଯୁକ୍ତ ଡିଶ୍‌ ହେଉଛି ଲଭ୍‌ଲି କୁପ୍ତା। ଏହି ଇଣ୍ଡିଆନ ଡିଶ୍‌ ପ୍ଲେଟର ଦାମ୍‌ ୧୫୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ଜମିଦାର ପ୍ୟାଲେସର ମୁଖ୍ୟ ଶେଫ୍‌ ହିମାଂଶୁ ସାହାଣୀ କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ପନିର୍‌: ୨୦୦ ଗ୍ରାମ୍‌
ମଇଦା: ୧୦ ଗ୍ରାମ୍‌
କର୍ନଫ୍ଲାୱାର: ୧୦ ଗ୍ରାମ୍‌
ଚିନି: ୫ ଗ୍ରାମ୍‌
ଗୁଜୁରାତି ଗୁଣ୍ଡ: ୧ ଗ୍ରାମ୍‌
କାଜୁ ଚପ୍‌: ୫ଗ୍ରାମ୍‌
କିସ୍‌ମିସ୍‌ ଚପ୍‌: ୫ ଗ୍ରାମ୍‌
ସେଓ, ଅଙ୍ଗୁର ଓ ଚେରି ଚପ୍‌: ୫୦ ଗ୍ରାମ୍‌
ଅମୁଲ କ୍ରିମ୍‌: ୧୦ ଗ୍ରାମ୍‌
ସନ୍‌ଫ୍ଲାୱାର ତେଲ: ୧୦ଗ୍ରାମ୍‌
ହଳଦୀକୁଣ୍ଡ: ୫ ଗ୍ରାମ୍‌
ଜିରା ପାଉଡର : ୫ ଗ୍ରାମ୍‌
ଧନିଆ ପାଉଡର: ୫ ଗ୍ରାମ୍‌
ଲଙ୍କାଗୁଣ୍ଡ: ୫ ଗ୍ରାମ୍‌
ପିଆଜ୍‌ ଚପ୍‌: ୫୦ ଗ୍ରାମ୍‌
କଟା କଞ୍ଚାଲଙ୍କା: ୫ ଗ୍ରାମ୍‌
ଟମାଟୋ ଚପ୍‌: ୩୦ ଗ୍ରାମ୍‌
ରସୁଣ ପେଷ୍ଟ୍‌: ୧୦ ଗ୍ରାମ୍‌
ଅଦା ପେଷ୍ଟ: ୧୦ ଗ୍ରାମ୍‌
ବଟର: ୫ ଗ୍ରାମ୍‌
ଗରମ ମସଲା : ୫ ଗ୍ରାମ୍‌
କାଜୁ ଓ ଚାରୁମଗଜ ପେଷ୍ଟ: ୫୦ ଗ୍ରାମ
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ପାତ୍ରରେ ପନିର, ମଇଦା, କର୍ନଫ୍ଲାୱାର, ଚିନି, ଗୁଜୁରାତି ପାଉଡର ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଚପ୍‌ ହୋଇଥିବା କିସ୍‌ମିସ୍‌, ସେଓ, ଅଙ୍ଗୁର ଓ ଚେରିକୁ ତା’ ଭିତରେ ଭରି ଗୋଲ ଗୋଲ ଆକାର କରନ୍ତୁ। ହାଲୁକା ଆଞ୍ଚରେ ଅଳ୍ପ ତେଲରେ ଏହାକୁ ଫ୍ରାଏ କରନ୍ତୁ। ଅନ୍ୟ ଏକ ଫ୍ରାଏ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ପିଆଜ ଏବଂ କଞ୍ଚାଲଙ୍କା ଚପ୍‌ ପକାଇ ଇଷତ୍‌ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ସେଥିରେ ଅଦା ଏବଂ ରସୁଣ ପେଷ୍ଟ ପକାଇ ୨ ମିନିଟ୍‌ କଷନ୍ତୁ। ଏହାପରେ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ଟମାଟୋ ଚପ୍‌ ପକାଇ ଗୋଳାଇ ଘୋଡାଇ ଦିଅନ୍ତୁ। ପ୍ରାୟ ୫ ମିନିଟ୍‌ ପରେ ଘୋଡଣି ଖୋଲି କାଜୁ ଏବଂ ଚାରୁ ମଗଜ ପେଷ୍ଟ ପକାଇ କଷନ୍ତୁ। କଷା ହୋଇଗଲା ପରେ ପୂର୍ବରୁ ଫ୍ରାଏ କରାଯାଇଥିବା କୁପ୍ତାକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଉପରେ ଧନିଆପତ୍ର ଚପ୍‌, ଗରମ ମସଲା, ବଟର ଓ ଅମୁଲ କ୍ରିମ୍‌ ପକାଇ ପାତ୍ରରେ କାଢିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲଭ୍‌ଲି କୁପ୍ତା। ଏହାକୁ ଭାତ କିମ୍ବା ତନ୍ଦୁରି ଆଇଟମ୍‌ ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri