ଲଞ୍ଚ ଘାଟରେ ନଦୀକୁ ଡେଇଁ ଯୁବକ ନିଖୋଜ:ଉଦ୍ଧାର କାର୍ଯ୍ୟରେ ଅବହେଳା ନେଇ ଉତ୍ତେଜନା, ଭଙ୍ଗାରୁଜା

ଚାନ୍ଦବାଲି, ୧୬।୬ (ଡି.ଏନ.ଏ) – ଭଦ୍ରକ ଜିଲା ଚାନ୍ଦବାଲି ସହର ନିକଟ ବୈତରଣୀ ଲଞ୍ଚ ଘାଟରେ ଶନିବାର ଅପରାହ୍ନରେ ଜିତୁନ ଦାସ(୨୫) ନାମକ ଜଣେ ଯୁବକ ନଦୀକୁ ଡେଇଁପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘର ଚାନ୍ଦବାଲି ଥାନା ଅନ୍ତର୍ଗତ ପାଞ୍ଚପଡ଼ା ଗଁାରେ। ଘାଟ ଦାୟିତ୍ୱରେ ଥିବା ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥା(ଆଇଡବ୍ଲ୍ୟୁଟି)ର କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବାରେ ଅବହେଳା ପ୍ରଦର୍ଶନ କରିବାରୁ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଆଇଡବ୍ଲ୍ୟୁଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ। ପରେ ସେମାନେ ବସ୍‌ଷ୍ଟାଣ୍ଡରେ ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଜିତୁନ ଜଣେ ଘରୋଇ ଗାଡ଼ି ଚାଳକ। ଅପରାହ୍ନରେ ସେ ଲଞ୍ଚ ଘାଟରେ କିଛି ସମୟ ବସିବା ପରେ ନିଜର ସାର୍ଟ, ପ୍ୟାଣ୍ଟ, ଜୋତା ଓ ମୋବାଇଲ ଘାଟରେ ରଖି ନଦୀକୁ ଡେଇଁ ପଡ଼ିଥିଲେ। ସେ ନଦୀରେ ଭାସୁଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ କେତେଜଣ ସାଙ୍ଗ ଉଦ୍ୟମ କରିଥିଲେ। ଘାଟରେ ଥିବା ସରକାରୀ ମୋଟର ଲଞ୍ଚ ସହାୟତାରେ ତାଙ୍କୁ ଉଦ୍ଧାର କରାଯିବାକୁ ଲୋକେ ଦାବି କରିଥିଲେ। ଆଇଡବ୍ଲ୍ୟୁଟି କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁ ଲଞ୍ଚ ନେବାରେ ବିଳମ୍ବ ହୋଇଥିଲା। ଶେଷରେ ଘରୋଇ ଡଙ୍ଗା ସହାୟତାରେ ସେମାନେ ଖୋଜାଖୋଜି କରିଥିଲେ। ଉଦ୍ଧାର କାର୍ଯ୍ୟରେ ଆଇଡବ୍ଲ୍ୟୁଟିର ଅସହଯୋଗ କାରଣରୁ ପରିସ୍ଥିତି ଜଟିଳ ରୂପ ନେଇଥିଲା। ପୋଲିସ ସେଠାରେ କେତେକ ଲଞ୍ଚ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଥିଲା। ପରେ ଲଞ୍ଚ ସହାୟତାରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ନିଖୋଜ ଜିତୁନଙ୍କ ସନ୍ଧାନ ମିଳି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?