ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୬ା୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ ସେ ସବୁ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଏହି ବ୍ଲକ ଅଞ୍ଚଳରେ ପୁଷ୍ଟିହୀନତା, ଶିଶୁ ଓ ମାତୃ ମୃତ୍ୟୁହାର ଅଧିକ ଥିବା ବେଳେ ଯକ୍ଷ୍ମା, ମ୍ୟାଲେରିଆ, ଝାଡ଼ାବାନ୍ତି ଆଦିରେ ଲୋକମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ପାହାଡ଼ ଓ ଜଙ୍ଗଲଘେରା ବହୁ ଅଞ୍ଚଳକୁ ଏବେ ମଧ୍ୟ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଥିବାରୁ ଲୋକମାନେ ଜଡ଼ିବୁଟି ଚିକିତ୍ସା ତଥା ଗୁଣିଆ ଉପରେ ଭରସା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି କାରଣରୁ ରାଜ୍ୟରେ ଏହି ବ୍ଲକ ସବୁବେଳେ ଚର୍ଚ୍ଚାରେ ରହିଆସୁଛି ା
ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ୧୯୬୨ ମସିହାରେ ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୧୭୫ ଗ୍ରାମର ୧ ଲକ୍ଷ ୧୫ ହଜାର ଲୋକ ନିର୍ଭରଶୀଳ। ଏହା ଅଧୀନରେ ୬ ପିଏଚ୍‌ସି ଓ ୨୫ ସବ୍‌ସେଣ୍ଟର ରହିଛି। ୨୦୧୩ ମସିହାରେ ଏହାର ଏକ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ବ୍ଲକରେ ୪୮ ପ୍ରତିଶତ ଆଦିବାସୀ ରହିଛନ୍ତି। ତେବେ ଏହି ମେଡିକାଲରେ ଡାକ୍ତର ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ୧୬ ଶଯ୍ୟାବିଶିଷ୍ଟ ଏହି ଡାକ୍ତରଖାନାରେ ଅନେକ ସମୟରେ ୪୦ରୁ ୫୦ ରୋଗୀ ଦିନକୁ ଆସୁଥିବାରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଯାତାୟାତ ପାଇଁ ଗାଡି ନାହିଁ ା ଏଣୁ ୧୦୮/୧୦୨ ଆମ୍ବୁଲାନ୍‌ସ ହିଁ ସାହାଭରସା। ଡ୍ରେନ୍‌ ଅଛି କିନ୍ତୁ ନିୟମିତ ସଫେଇ ହେଉ ନ ଥିବାରୁ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଡାକ୍ତର ଓ ରୋଗୀଙ୍କୁ ରହିବାକୁ ପଡୁଛି ା ଡ୍ରେନ୍‌ରେ କୁଢ଼ କୁଢ଼ ଆବର୍ଜନା ଜମାହୋଇ ରହୁଥିବାରୁ ମଶା, ମାଛି, ବୁଲା କୁକୁରମାନଙ୍କ ପ୍ରାଦୁର୍ଭାବରେ ରୋଗୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନେକ ସମୟରେ ପାଣି ସମସ୍ୟା ମଧ୍ୟ ଦେଖାଦେଉଛି। ମିଟିଂ ହଲ୍‌ ନ ଥିବାରୁ ମାସ ମାସ ଧରି ମିଟିଂ ହେଉନାହିଁ ା ଫଳରେ ସ୍ବାସ୍ଥ୍ୟସେବାର ସମୀକ୍ଷା ଠିକ୍‌ଭାବେ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ଗର୍ଭବତୀ ଓ ଶିଶୁମାନଙ୍କୁ ଅନେକ ସମୟରେ ମାଗଣା ଔଷଧ ବ୍ୟବସ୍ଥା ଥିଲେ ହେଁ ତାହା ମିଳୁ ନ ଥିବା ଅଭିଯୋଗ ହେଉଛି। ବହୁ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ତାହା ଠିକ୍‌ରୂପେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହେଉଛି ା ନିରାମୟ ଯୋଜନାରେ ସବୁ ଔଷଧ ମିଳୁନାହିଁ ା ନିର୍ଦ୍ଦିଷ୍ଟ ଏକ ଔଷଧ ଦୋକାନରୁ ଡାକ୍ତରଖାନା ପକ୍ଷରୁ ମେଡିସିନ କିଣାଯାଉଥିବାରୁ ଅନେକ ସମୟରେ ଔଷଧ ନ ମିଳିଲେ ସମସ୍ୟା ଦେଖାଦେଉଛି ା ଏଣୁ ଏକାଧିକ ଔଷଧ ଦୋକାନ ସହିତ ଡାକ୍ତରଖାନା ଚୁକ୍ତି କରି ମେଡିସିନ କିଣିବା ବ୍ୟବସ୍ଥା କଲେ ରୋଗୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି ା ଗୁରୁତ୍ୱପୂର୍ଣ୍ଣ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ସର୍ଜରୀ, ନିଶ୍ଚେତକ ଆଦି ବିଶେଷଜ୍ଞ ପଦବୀ ଖାଲିପଡ଼ିଥିବାରୁ ସ୍ବାସ୍ଥ୍ୟସେବା ବ୍ୟାହତ ହେଉଛି। ଫଳରେ ରୋଗୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଉଥିବା ବେଳେ ଅନେକ ସମୟରେ ରୋଗୀ ଅସୁବିଧାରେ ପଡୁଛନ୍ତି। ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଏଡିଏମ୍‌ଓ ଡକ୍ଟର ସୁଧାଂଶୁ ଶେଖର ବଳ କହିଛନ୍ତି ଯେ, ଇନ୍‌ଚାର୍ଜ ପଦବୀ ଖାଲିପଡିଛି ା ତେବେ ଡାକ୍ତରଖାନାର ସୁପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri