ଲଘୁଚାପ ବରଷାର ପରଭାବ:ଭାଂଗଲା ଅନେକ ଘର, ବିଦ୍ୟୁତ ସେବା ଠପ୍‌

ବିଜେପୁର, ୧୪।୮ (ଡି.ଏନ୍‌.ଏ.): ଲଘୁଚାପ ପରଭାବରେ ବରଗଡ଼ ଜିଲା ବିଜେପୁର ଅଂଚଲରେ ଗଲା ରଏବାର ବେଲବୁଡାନୁ ସୋମବାର ଦୁଇପହର ତକ୍‌ ବରଷା ଲାଗି ରହିଥିଲା। ବରଷାରେ ଅଂଚଲର ବହୁତ୍‌ ଲୁକ୍‌କର ଘରଦୁଆର ଭାଂଗି ଯାଇଥିବାର ଜନାଯାଇଛେ। ହେଲେ ଇଥ୍‌ରେ କେହି ଖଁଡ଼ିଆଡଁଡ଼ିଆ ହେଇଥିବାର ଜନା ନାଇଁପଡ଼ି। ଏନ୍‌ଏସି ସଦର ମହକୁମାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବରଷା ପାଏନ୍‌ ଜମା ହେଇ ରହିଥିଲା। ଏନ୍‌ତାଥି ଏନ୍‌ଏସି କତୁରପକ୍ଷ ଦମକଲ ବିଭାଗକେ ପାଏନ୍‌ ଶୁଖାବାକେ ଅନୁରୋଧ କରିଥିଲେ। ଦମ୍‌କଲ ବିଭାଗ କରମ୍‌ଚାରୀ ପମ୍ପ ଲଗେଇ ପରିସରରୁ ପାଏନ୍‌ ଶୁଖେଇଥିଲେ। ସେନ୍‌ତା ବହୁତ୍‌ ଲୁକ୍‌କର ଘରକେ ବି ବରଷା ପାଏନ୍‌ ଢୁକିଥିଲା, ଯେନ୍‌ଥିରଲାଗି ସେ ପରିବାରମାନେ ଦିନ୍‌ ରାଏତ୍‌ ପାଏନ୍‌ ଶୁଖାବାର ଲାଗି ନାନା ସମସିଆର ସାମ୍‌ନା କରିଥିଲେ। ବିଜେପୁର, କନ୍ଦିରା, ବାଉଁଶପୋଲା, ବେନିଅଁାଚାଲ, ପଥର୍ଲା ଲେଖେଁ ଅନେକ୍‌ ଗଁାରେ ଲଗାତାର ବରଷାରେ ଅନେକ ଲୁକ୍‌କର ଘରଦୁଆର ମାଡ଼ି ବସିଥିବାର ଜନାଯାଇଛେ। ଏନ୍‌ତା ପରିସ୍ଥିତିରେ ପନିପରିବା ବିକି ଆସିଥିବାର ଚାଷୀମାନେ ବି ବଡ଼ଭାରି ସମସିଆର ସାମନା କରିଥିଲେ। ବରଷା ଲାଗି ଅଂଚଲରେ ଯାତାୟତ ବି ଗୁଟେ ପରକାର ଠପ୍‌ ହେଇଯାଇଥିଲା। ସୋମବାର ସଖାଲର ୮ ବଜେନୁ ବେଲବୁଡ଼ାର ୬ ବଜେ ତକ୍‌ ବୁଦ୍ୟୁତ୍‌ ଯୋଗାଣ ବଁଦ୍‌ ରହିଥିଲା। ସାଢ଼େ ୧୦ ଘଁଟା ତକ୍‌ ବିଦ୍ୟୁତ୍‌ ସେବା ପରଭାବିତ ହେବାର ଲାଗି ଲୋକ୍‌ ବହୁତ୍‌ ହଇରାନ ହରକତ୍‌ ହେଇଥିଲେ। ଇଆଡ଼େ ବରଷା ଲାଗି ଅଂଚଲର ଚାଷୀ ମହଲରେ ଖୁସିର ଲହର ଖେଲିଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri