ଲଘୁ ଖଣିଜ ଚୋରି ରୋକିବାକୁ ଆସିବ ନୂଆ ନିୟମ

ଭୁବନେଶ୍ୱର,୫ା୧୨ (ବ୍ୟୁରୋ): କେବଳ ବଡ଼ ବଡ଼ ଖଣି ନୁହେଁ, ଲଘୁ ଖଣିଜ ପଦାର୍ଥ ଚୋରି ମଧ୍ୟ ରାଜ୍ୟରେ ଅତିମାତ୍ରାରେ ବୃଦ୍ଧି ପାଉଛି। ଏହାକୁ ନେଇ ଅନେକ ସମୟରେ ବିରୋଧୀ ଦଳ ସଦସ୍ୟମାନେ ବିଧାନଭାରେ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ରାଜ୍ୟ ସରକାର ଏହି ଖଣିଜ ପଦାର୍ଥକୁ ଅତି ହାଲୁକା ଭାବେ ନେଉଥିବାରୁ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି। ଚୋରି ରୋକିବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଓଡ଼ିଶା ଲଘୁ ଖଣିଜ ଚୋରି ଓ ଚୋରାଚାଲାଣ ରୁଲ୍‌-୨୦୧୯ (ଓଏମ୍‌ଏମ୍‌ପିଟିସିି) ଆଣିବାକୁ ଯାଉଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଚିଠା(ଡ୍ରାଫ୍ଟ) ରୁଲ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଚିଠା ରୁଲ୍‌ରେ ଚୋରି ରୋକିବାକୁ ତହସିଲ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସେଲ୍‌ କାର୍ଯ୍ୟକାରୀ ହେବ। ଜିଲାପାଳଙ୍କ ତତ୍ତ୍ୱାବଧାନରେ ଏହି ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟ କରିବ। ବୃହତ୍‌ ଖଣିଜ ପଦାର୍ଥ ଭଳି ରାଜ୍ୟର ସମସ୍ତ ଲଘୁ ଖଣିଜ ପଦାର୍ଥ ପାଇଁ ପ୍ରତ୍ୟକ ଜିଲା ଅନୁଯାୟୀ ଯୋଜନା ପ୍ରସ୍ତୁତ ହେବ। ଏ ନେଇ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଲଘୁ ଖଣିଜ ପାଇଁ ଖଣି ନିର୍ଦ୍ଦେଶାଳୟ ଭଳି ଏକ ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ କରାଯିବ। ସଚିବାଳୟରେ ଏହି ଖଣି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଲଘୁ ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ୧୦ ଜଣ ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ୩୦ଟି ଜିଲା ଦାୟିତ୍ୱରେ ରହିବେ। ଅବସର ନେଇଥିବା ଖଣି ଅଧିକାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ସେମାନେ ନିୟମିତ ଜିଲା ପରିଦର୍ଶନ କରି ଲଘୁ ଖଣିଜ ପଦାର୍ଥ ଉପରେ ନଜର ରଖିବେ। ଲଘୁ ଖଣିଜ ପଦାର୍ଥ ତାଲିକାରେ ୩୧ଟି ଖଣିଜ ପଦାର୍ଥ ରହିଛି। ତେବେ ଓଡ଼ିଶାରେ ବାଲି, ମାଟି, ମୋରମ ଭଳି ୧୦ ପ୍ରକାରର ଲଘୁ ଖଣିଜ ପଦାର୍ଥ ଉପଲବ୍ଧ ହେଉଛି। ଖଣିଜ ପଦାର୍ଥ ଲିଜ୍‌ ନେବାକୁ ସରକାରୀ ଉଦ୍ୟୋଗଗୁଡିକୁ କୁହାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କୁ ଲଘୁ ଖଣିଜ ପଦାର୍ଥ ସହଜରେ ମିିଳି ପାରିବ। ନିକଟରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲଘୁ ଖଣିଜ ପଦାର୍ଥ ଚୋରିକୁ ଯେପରି ସମ୍ପୂର୍ଣ୍ଣ ପ୍ରତିହତ କରାଯାଇପାରିବ ସେ ନେଇ ନୂତନ ନିୟମରେ ବ୍ୟବସ୍ଥା କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri