ଲକ୍‌ଡାଉନ୍‌: ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଶେଷ କଥା, ଯଦି ନେବାକୁ ଆସିପାରିବ ତେବେ ଆସ…

ଆଗ୍ରା,୩୦।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ୨୧ ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ରେ ଜରୁରୀ ସେବା ଜାରି ରହିଥିବା ବେଳେ ଅନ୍ୟ କାର୍ଯ୍ୟପନ୍ଥା ସବୁ ବନ୍ଦ ରହିଛି। କାର୍ଯ୍ୟ ବନ୍ଦ ହୋଇଯିବାରୁ ଶ୍ରମିକମାନଙ୍କ ପାଖରେ ପଇସା ନ ଥିବା ବେଳେ ସେମାନେ ନିଜ ରାଜ୍ୟକୁ ବା ନିଜ ଘରକୁ ଫେରିଯିବାକୁ ଚାହୁଛନ୍ତି। ହେଲେ ଗାଡିମଟର ବନ୍ଦ ଥିବାରୁ ଲୋକମାନେ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମୟରେ କେତେକଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଶନିବାର ଜଣେ ୩୮ବର୍ଷୀୟ ବ୍ୟକ୍ତି ୨୦୦କିଲୋମିଟର ଚାଲିବା ପରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ ତାଙ୍କର ଏକ ଅଡିଓ କଲ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ବ୍ୟକ୍ତି ନିଜ ଘର ଲୋକଙ୍କ ସହ କଥା ହେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରଣବୀର ନାମକ ଜଣେ ବ୍ୟକ୍ତି ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରୁଥିଲେ। ରେଷ୍ଟୁରାଣ୍ଟ ବନ୍ଦ ହେବା ପରେ ରଣବୀର ନିଜ ଗାଁକୁ ଚାଲିକି ଯାଉଥିଲେ। କିନ୍ତୁ ଘରକୁ ପହଞ୍ଚିବା ପୂର୍ବରୁ ଆଗ୍ରା ସହରର ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପୋଲିସ ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲା। ତେବେ ମୃତ୍ୟୁପୂର୍ବରୁ ରଣବୀରଙ୍କ ୪୨ ସେକେଣ୍ଡର ଏକ ଅଡିଓ କଲ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜ ଘର ଲୋକଙ୍କୁ କହିଛନ୍ତି, ଯଦି ନେବା ପାଇଁ ଆସିପାରୁଛ ତେବେ ଆସିଯାଅ। ଅପରକ୍ଷେ ଭୋକ ଉପାସରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ସେପଟେ ସିକନ୍ଦରା ଥାନା ପୋଲିସଙ୍କ କହିବା କଥା, ରଣବୀରଙ୍କ ମୃତ୍ୟୁ ହୃଦ୍‌ଘାତରୁ ହୋଇଛି। ତେବେ ତାଙ୍କର କିଭଳି ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

ଆମେରିକା ଉପରେ ବଡ଼ ଆରୋପ ଲଗାଇଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri