ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ ରହୁଛନ୍ତି। ତେବେ ପୂରାଦିନ ଘରେ ବସି ବସି ଅନେକ ବୋର୍‌ ହୋଇ ଯାଉଛନ୍ତି। କିନ୍ତୁ ଲକ୍‌ଡାଉନରେ ବୋର୍‌ ନହେବା ପାଇଁ ଏକ ଭିନ୍ନ ପନ୍ଥା ବାହାର କରିଛନ୍ତି ସ୍ବିଡେନର କମେଡିଆନ୍‌ ନୋଆମ୍‌ କାର୍ଟୁଜୁ। ନୋଆମ୍‌ ତାଙ୍କ ପ୍ୟାରିସ୍‌ ଆପାର୍ଟମେଣ୍ଟରେ ବାଲ୍‌କୋନିକୁ ଆସି ଅନ୍ୟ ଘରର ଲୋକଙ୍କ ସହ ବାଲ୍‌କୋନିରେ ରହି କୁଇଜ୍‌ ପ୍ରତିଯୋଗିତା କରୁଛନ୍ତି। ଆପାର୍ଟମେଣ୍ଟର ସବୁ ପରିବାର ଏବେ ବାଲ୍‌କୋନିକୁ ଆସି କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ସବୁଠୁ ବଡ଼ କଥା ହେଉଛି କାର୍ଟୁଜୁଙ୍କ ଏହି କୁଇଜ୍‌ ପ୍ରତିଯୋଗିତା ଏବେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସିରିଜ୍‌ ଶୋ’ଭାବେ ପ୍ରଦର୍ଶିତ ହେଉଛି। କାର୍ଟୁଜୁଙ୍କ ଏହି ପ୍ରତିଯୋଗିତାରେ ଲୋକଙ୍କୁ ବିଭିନ୍ନ ପ୍ରକାରର ମନୋରଞ୍ଜନ ବି ହେଉଛି। କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ନ ହୋଇ ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ। କାର୍ଟୁଜୁଙ୍କ ଏହି କାର୍ଯ୍ୟକ୍ରମ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଲୋକଙ୍କୁ ବେଶ୍‌ ପ୍ରଭାବିତ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ପାଗଳ ବିଲୁଆ ଆତଙ୍କ: ଶିକ୍ଷୟିତ୍ରୀଙ୍କ ସହ ଏକାଧିକ ଲୋକ ଓ ପ୍ରାଣୀସମ୍ପଦ ଗୁରୁତର,ବନ ବିଭାଗ ଚୁପ

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଗ୍ରୀନବାଡି ସମେତ ତାର ଆଖପାଖ ଅଞ୍ଚଳରେ ଗତ ୨ ଦିନ ହେଲା ପାଗଳ ବିଲୁଆ କାମୁଡ଼ାରେ ଏକାଧିକ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri