ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍‌ ଖେଳ

ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ ନ ବୁଝି ଏହି ଅଞ୍ଚଳର ଅନେକ ଗାଁରେ ଗୋଟିଏ ଜାଗାରେ ୧୦/୨୦ଜଣ ଲେଖାଏଁ ବସି ତାସ ଖେଳୁଥିବାର ଦେଖିବାକୁ ମିଳୁଛି। ଏହାସହ ଅନ୍ୟ କେତେଜଣ ଏକତ୍ରିତ ହୋଇ ଭୋଜି କରି ସାମାଜିକ ଦ୍ୱରତ୍ୱକୁ ଅବମାନନା କରୁଛନ୍ତି। ଫଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଆଶଙ୍କା କରାଯାଉଛି। ଏହିଭଳି ଦୃଶ୍ୟ କେବଳ ନିରାକାରପୁର ନୁହେଁ ଡିଆ, ରାମେଶ୍ୱର, ମଳିପଡ, ଗୋଡିପଡା, ଜଙ୍କିଆ, ଛଣଗିର, ଅଚୁତପୁର, ସରପାରି, ବଡପୋଖରିଆ, ଟାଙ୍କୋଳ, ହରିପୁର, ଲେଣ୍ଡେ, ସିକୋ ପଞ୍ଚାୟତରେ ଥିବା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଏକଜୁଟ ହୋଇ ତାସ, କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି। ତାସ ଖେଳ ଚାଲୁଥିବାରୁ କାଳେ ପୋଲିସ ଗାଁ ଭିତରେ ପଶିଯିବ ସେଥିପାଇଁ ଗାଁ ଦୁଇପାଶ୍ୱରେ କାଠ, ବାଉଁଶ ପକେଇ ଦେଇଥିବା ଦେଖିବାକୁ ମିଳିଛି। ଏହିସବୁ ଅଞ୍ଚଳକୁ ବହୁସଂଖ୍ୟାରେ ବାହାର ରାଜ୍ୟରୁ ଲୋକେ ଆସିଥିବାବେଳେ ଏମାନଙ୍କୁ ପ୍ରଶାସନ କ୍ୱାରାଣ୍ଟାଇନରେ ରଖିବାକୁ ପରାମର୍ଶ ଦେଇଥିବା ବେଳେ ଆଉକିଛି ଲୁକ୍କାୟତରେ ରହୁଛନ୍ତି। ଅପରପକ୍ଷେ ବଜାର, ଔଷଧ ଆଣିବା ବାହାନା କରି ରାସ୍ତାଘାଟ ଓ ଛକଗୁଡ଼ିକରେ ବହୁସଂଖ୍ୟାରେ ଭିଡ଼ ଜମାଉଛନ୍ତି। ସେହିଭଳି ଔଷଧ ଦୋକାନ ବ୍ୟତୀତ ବଜାର, ହାଟ ସବୁ ଅପରାହ୍ନ ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶଥିବାବେଳେ ଲୋକେ ପାନ, ଚା ଦୋକାନ ଦିନ ତମାମ ଖୋଲି ରଖୁଛନ୍ତି। ଏ ନେଇ ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ନିରାକାରପୁର ଥାନା ଏଏସ୍‌ ଆଇ ଶରତ ପାଇକରା କୁହନ୍ତି, ଏହି ଖବରପାଇ କେତେକ ଗ୍ରାମରେ ଶୁକ୍ରବାର ଆମେ ଚଢ଼ାଉ କରିଛୁ। ଏଭଳି ପୁନରାବୃତ୍ତି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri