Posted inଖେଳ

ରୋନାଲ୍ଡୋଙ୍କ ୫୬ତମ ହ୍ୟାଟ୍ରିକ

ମିଲାନ, ୭।୧ (ଏଏଫ୍‌ପି)- ପର୍ତ୍ତୁଗାଲ ଫୁଟ୍‌ବଲ ଲିଜେଣ୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ୟାରିୟରର ୫୬ତମ ହ୍ୟାଟ୍ରିକ ସଫଳତା ପାଇଛନ୍ତି। ସ୍ଥାନୀୟ ଆଲିଆଞ୍ଜ ଷ୍ଟାଡିୟମରେ ଅନୁଷ୍ଠିତ ସିରିଏ ଏ’ର ଏକ ମୁକାବିଲାରେ ଦୁଇ ଇଟାଲୀର ପ୍ରଫେସନାଲ ଫୁଟ୍‌ବଲ କ୍ଲବ ଜୁଭେଣ୍ଟସ ଓ କାଗଲିଆରି ପରସ୍ପରକୁ ଭେଟିଥିଲେ। ଏଥିରେ ଜୁଭେଣ୍ଟସ୍‌ ୪-୦ ଗୋଲରେ ବିଜୟୀ ହୋଇଛି। ବିଜୟୀ ଦଳ ପକ୍ଷରୁ ୩୪ ବର୍ଷୀୟ ଷ୍ଟାର୍‌ ଖେଳାଳି ରୋନାଲ୍ଡୋ ହ୍ୟାଟ୍ରିକ ଗୋଲସ୍କୋର କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ହିଁ ରୋନାଲ୍ଡୋ ୩ଟି (୪୯ତମ, ୬୭ତମ ଓ ୮୨ତମ) ଯାକ ଗୋଲ ଦେଇଥିଲେ। ଦ୍ୱିତୀୟ ଗୋଲଟି ପେନାଲ୍ଟିରୁ ମିଳିଥିଲା। ଗୋଞ୍ଜାଲୋ ହିଗୁଏନ୍‌ (୮୧ତମ) ଅନ୍ୟତମ ଗୋଲଟି ଦେଇଥିଲେ। ରୋନାଲ୍ଡୋଙ୍କ କ୍ୟାରିୟରର ଏହା ୫୬ତମ ତଥା ସିରିଏ ଏ’ରେ ପ୍ରଥମ ହ୍ୟାଟ୍ରିକ ରହିଥିଲା। ସେହିଭଳି ଜୁଭେଣ୍ଟସ୍‌ ପକ୍ଷରୁ ୨ୟ ହ୍ୟାଟ୍ରିକ ଥିଲା। ଅପରପକ୍ଷରେ ବିଶ୍ୱର ପ୍ରଥମ ଖେଳାଳିଭାବେ ରୋନାଲ୍ଡୋ ୧୦ଟି ବିଭିନ୍ନ ପ୍ରତିଯୋଗିତାରେ ହ୍ୟାଟ୍ରିକ ଗୋଲସ୍କୋର କରିବାର କୃତିତ୍ୱ ଅର୍ଜନ କରିଛନ୍ତି। ପୂର୍ବରୁ ରୋନାଲ୍ଡୋ ପ୍ରିମିୟର ଲିଗ୍‌, ଲା ଲିଗା, ଚାମ୍ପିୟନ୍ସ ଲିଗ୍‌, କୋପା ଡେଲ୍‌ ରେ, କ୍ଲବ ବିଶ୍ୱକପ୍‌, ବିଶ୍ୱକପ୍‌, ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ, ୟୁରୋ ଯୋଗ୍ୟତା ପର୍ଯ୍ୟାୟ ଓ ୟୁଫା ନେସନ୍ସ ଲିଗ୍‌ରେ ହ୍ୟାଟ୍ରିକ ଗୋଲ ଦେଇଥିଲେ। ବିଜୟ ଫଳରେ ଜୁଭେଣ୍ଟସ୍‌ ୧୮ ମ୍ୟାଚ୍‌ରୁ ୪୫ ପଏଣ୍ଟ ପାଇ ଗୋଲ ବ୍ୟବଧାନ ଦୃଷ୍ଟିରୁ ଇଣ୍ଟର ମିଲାନ (୪୫) ପଛକୁ ୨ୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri