ରୋଟାରୀ କ୍ଲବର ୩୦ତମ ଅଧିଷ୍ଠାନ ଦିବସ: ସେବା ମନୋଭାବ ରୋଟାରିଆନ୍‌ଙ୍କ ପରିଚୟ ହେଉ

ନୟାଗଡ଼ ଅଫିସ,୩୦।୭- ଭ୍ରାତୃତ୍ୱ, ବନ୍ଧୁତ୍ୱ, ଭାଇଚାରା ଏବଂ ନିଃସ୍ବାର୍ଥପର ସେବା ରୋଟାରିଆନ୍‌ମାନଙ୍କ ନିଜସ୍ବ ପରିଚୟ ହେଉ। ସମାଜରେ ଅନ୍ୟସବୁ କିଛି କାର୍ଯ୍ୟ ପାଇଁ ଲୋକେ ଆଗ୍ରହ ଦେଖାଉଥିବା ବେଳେ ସ୍ବତଃପ୍ରବୃତ୍ତ ଭାବେ ସେବା କରିବାର ମାନସିକତାଠାରୁ ଆଜିର ଯୁବପିଢ଼ି ଦୂରେଇ ଯାଉଛନ୍ତି। ତେଣୁ ପ୍ରତ୍ୟେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅତିକମ୍‌ରେ ୧୦ ଜଣ ସ୍ବେଚ୍ଛାସେବୀଙ୍କୁ ସୃଷ୍ଟି କରିବା ପାଇଁ ଯତ୍ନବାନ ହେବା ଦରକାର ବୋଲି ସ୍ଥାନୀୟ ବିଧାୟକ ତଥା କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ, ପଶୁସମ୍ପଦ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଆଇନଜୀବୀ ରଣଜିତ୍‌ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ୩୦ତମ ରୋଟାରୀ ଅଧିତ୍ଷ୍ଠାନ ଦିବସରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ସାହୁ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ରଖିଥିଲେ। ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ଯୋଗଦେଇ ରୋଟାରୀ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜିଲା ପ୍ରଶାସନର ସହଯୋଗ ସର୍ବଦା ରହିବ ବୋଲି ପ୍ରକାଶ କରିଥିଲେ। ନୂତନ ସଭାପତି ଭାବେ ଇଂ. ମଦନ ମୋହନ ମହାପାତ୍ର ଏବଂ ସମ୍ପାଦକ ଭାବେ ପ୍ରବୀର କୁମାର ପୃଷ୍ଟି ଅଧିଷ୍ଠିତ ହୋଇଥିଲେ। ବିଦାୟୀ ସମ୍ପାଦକ ଲକ୍ଷ୍ମୀନାରାୟଣ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଆସିଷ୍ଟାଣ୍ଟ ଗଭର୍ନର ରମେଶ ଚନ୍ଦ୍ର ସାହୁ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟ ସଂଯୋଜକ ରୋଟାରିଆନ୍‌ ପ୍ରମୋଦ ପଟ୍ଟନାୟକ ଉତ୍ସବର ଉଦ୍ଦେଶ୍ୟ ଏବଂ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସମ୍ପୃକ୍ତି ବିଷୟରେ ବର୍ଣ୍ଣନା କରିଥିଲେ। ପ୍ରସନ୍ନ କୁମାର ବସନ୍ତିଆ ରୋଟାରୀ ପରିବାର ସଦସ୍ୟଙ୍କ ଶିକ୍ଷାଗତ ସଫଳତା ପାଇଁ ଡାକ୍ତର ପ୍ରିୟମ ପଟ୍ଟନାୟକ, ପ୍ରବୋଧ ବସନ୍ତିଆ, ଆଇଜାକ୍‌ ଦାସ ଏବଂ ନିବାସା ଜ୍ୟୋତିଙ୍କ ନାମ ଘୋଷଣା କରିବା ପରେ ମନ୍ତ୍ରୀ ସାହୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ କ୍ଲବ ତରଫରୁ ମନ୍ତ୍ରୀ ଏବଂ ଜିଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇନରହ୍ବିଲ କ୍ଲବର ପ୍ରତିଷ୍ଠାତା ରୋଟାରିଆନ୍‌ ନିରୁପମା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri