ରୋଟାରୀ କ୍ଲବର ୩୦ତମ ଅଧିଷ୍ଠାନ ଦିବସ: ସେବା ମନୋଭାବ ରୋଟାରିଆନ୍‌ଙ୍କ ପରିଚୟ ହେଉ

ନୟାଗଡ଼ ଅଫିସ,୩୦।୭- ଭ୍ରାତୃତ୍ୱ, ବନ୍ଧୁତ୍ୱ, ଭାଇଚାରା ଏବଂ ନିଃସ୍ବାର୍ଥପର ସେବା ରୋଟାରିଆନ୍‌ମାନଙ୍କ ନିଜସ୍ବ ପରିଚୟ ହେଉ। ସମାଜରେ ଅନ୍ୟସବୁ କିଛି କାର୍ଯ୍ୟ ପାଇଁ ଲୋକେ ଆଗ୍ରହ ଦେଖାଉଥିବା ବେଳେ ସ୍ବତଃପ୍ରବୃତ୍ତ ଭାବେ ସେବା କରିବାର ମାନସିକତାଠାରୁ ଆଜିର ଯୁବପିଢ଼ି ଦୂରେଇ ଯାଉଛନ୍ତି। ତେଣୁ ପ୍ରତ୍ୟେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅତିକମ୍‌ରେ ୧୦ ଜଣ ସ୍ବେଚ୍ଛାସେବୀଙ୍କୁ ସୃଷ୍ଟି କରିବା ପାଇଁ ଯତ୍ନବାନ ହେବା ଦରକାର ବୋଲି ସ୍ଥାନୀୟ ବିଧାୟକ ତଥା କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ, ପଶୁସମ୍ପଦ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଆଇନଜୀବୀ ରଣଜିତ୍‌ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ୩୦ତମ ରୋଟାରୀ ଅଧିତ୍ଷ୍ଠାନ ଦିବସରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ସାହୁ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ରଖିଥିଲେ। ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ଯୋଗଦେଇ ରୋଟାରୀ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜିଲା ପ୍ରଶାସନର ସହଯୋଗ ସର୍ବଦା ରହିବ ବୋଲି ପ୍ରକାଶ କରିଥିଲେ। ନୂତନ ସଭାପତି ଭାବେ ଇଂ. ମଦନ ମୋହନ ମହାପାତ୍ର ଏବଂ ସମ୍ପାଦକ ଭାବେ ପ୍ରବୀର କୁମାର ପୃଷ୍ଟି ଅଧିଷ୍ଠିତ ହୋଇଥିଲେ। ବିଦାୟୀ ସମ୍ପାଦକ ଲକ୍ଷ୍ମୀନାରାୟଣ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଆସିଷ୍ଟାଣ୍ଟ ଗଭର୍ନର ରମେଶ ଚନ୍ଦ୍ର ସାହୁ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟ ସଂଯୋଜକ ରୋଟାରିଆନ୍‌ ପ୍ରମୋଦ ପଟ୍ଟନାୟକ ଉତ୍ସବର ଉଦ୍ଦେଶ୍ୟ ଏବଂ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସମ୍ପୃକ୍ତି ବିଷୟରେ ବର୍ଣ୍ଣନା କରିଥିଲେ। ପ୍ରସନ୍ନ କୁମାର ବସନ୍ତିଆ ରୋଟାରୀ ପରିବାର ସଦସ୍ୟଙ୍କ ଶିକ୍ଷାଗତ ସଫଳତା ପାଇଁ ଡାକ୍ତର ପ୍ରିୟମ ପଟ୍ଟନାୟକ, ପ୍ରବୋଧ ବସନ୍ତିଆ, ଆଇଜାକ୍‌ ଦାସ ଏବଂ ନିବାସା ଜ୍ୟୋତିଙ୍କ ନାମ ଘୋଷଣା କରିବା ପରେ ମନ୍ତ୍ରୀ ସାହୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ କ୍ଲବ ତରଫରୁ ମନ୍ତ୍ରୀ ଏବଂ ଜିଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇନରହ୍ବିଲ କ୍ଲବର ପ୍ରତିଷ୍ଠାତା ରୋଟାରିଆନ୍‌ ନିରୁପମା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri