ସଚିବାଳୟ ହେବ ଲୋକସେବା ଭବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶା ସଚିବାଳୟର ନାଁ ବଦଳିବ। ଏହାର ନୂତନ ନାମ ରହିବ ଓଡ଼ିଶା ଲୋକସେବା ଭବନ। ସୋମବାର ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି। ସଚିବଙ୍କ ନାମରେ ସଚିବାଳୟ ରହୁଥିବାରୁ ଏହାକୁ ନେଇ ବିରୋଧୀ ବିଭିନ୍ନ ସମୟରେ ଆପତ୍ତି ଉଠାଇ ଆସୁଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଲା ଯେ ବିଭାଗର ମୁଖ୍ୟ ହେଉଛନ୍ତି ମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟକୁ ମନ୍ତ୍ରଣାଳୟ ଭାବେ ନାମିତ କରାଯାଇଛି। ସେହିଭଳି ସଚିବାଳୟକୁ ବଦଳାଯାଇ କାହିଁକି ମନ୍ତ୍ରଣାଳୟ କରାଯିବ ନାହିଁ। ସରକାର ଏହାକୁ ଗୁରୁତର ସହ ନେଇ ସଚିବାଳୟ ନାମକୁ ପରିବର୍ତ୍ତନ କରିବାକୁ ବିରୋଧୀ ଦଳ ସଦସ୍ୟମାନେ ଦୀର୍ଘବର୍ଷ ହେବ ଦାବି କରିଆସୁଥିଲେ। ଶେଷରେ ସରକାର ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଚିବାଳୟର ନାମ ମନ୍ତ୍ରଣାଳୟ କରି ନ ଥିଲେ ମଧ୍ୟ ଏହାକୁ ଲୋକମାନଙ୍କ ସେବା ପାଇଁ ଉତ୍ସର୍ଗ କରି ଲୋକସେବା ଭବନର ନାମରେ ନାମିତ କରିଛନ୍ତି। ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସରକାର ସଚିବାଳୟର ନାମ ଲୋକସେବା ଭବନ ନାମରେ ନାମିତ କରିଥିବା କୁହାଯାଉଛି।
ସୋମବାର ଖର୍ଚ୍ଚ ଦାବି ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ବିଶ୍ୱାସଭାଜନ ହେବା ଯୋଗୁ ଲଗାତର ୫ଥର ଆମ ସରକାର ଶାସନକୁ ଫେରିଛି। ଏଥିପାଇଁ ମୁଁ ଲୋକଙ୍କ ନିକଟରେ ଋଣୀ। ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଆମେ କଠିନ ପରିଶ୍ରମ ଜାରି ରଖିବୁ । ଗରିବ ଓ ଅବହେଳିତ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଫନୀ ପରେ ରିଲିଫ ପାଣ୍ଠିକୁ ବିଭିନ୍ନ ଉତ୍ସରୁ ୪୬୨ କୋଟି ଟଙ୍କା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିଛି। ଗତ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଥିବା ବେଳେ ସେପରି କୌଣସି ବଡ଼ଧରଣର ଗଣ୍ଡଗୋଳ ହୋଇନାହିଁ। ଗତ କିଛିବର୍ଷ ହେବ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିଛି। ତେବେ ରାଜ୍ୟର କେତେକ ଦୁର୍ଗମ ଅଞ୍ଚଳ, ଆନ୍ଧ୍ର ଏବଂ ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳ ଚିନ୍ତାର କାରଣ ହୋଇଛି। ୭ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଗୁରୁପ୍ରିୟା ସେତୁ ସ୍ବାଭିମାନ ଅଞ୍ଚଳର ବିକାଶରେ ସହାୟତା ହୋଇଛି। ରାଜ୍ୟ ସରକାର ମହିଳା, ଶିଶୁ ଏବଂ ଦୁର୍ବଳ ଶ୍ରେଣୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ମାମଲା ବୋଝ କମାଇବା ପାଇଁ ଗ୍ରାଜୁଏଟ କନ୍‌ଷ୍ଟେବଳ ଏବଂ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରଙ୍କୁ କେତେକ କେସ୍‌ରେ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ୧୪୮ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ଏବଂ ୧୧ ଜଣ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯକ୍ତି ଦିଆଯାଇଛି। ରାଜ୍ୟର ପୋଲିସ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯାଇଛି। ଜେଲଗୁଡିକୁ ଇ-ପ୍ରିଜନ ମାଧ୍ୟମରେ ପରିଚାଳନା କରାଯାଉଛି। ଖାଲିଥିବା ସ୍ଥାନରେ ନିଯୁକ୍ତି ଦେବା ଲାଗି ଓଡିଶା ଲୋକସେବା ଆୟୋଗ(ଓପିଏସ୍‌ସି), ଷ୍ଟାଫ୍‌ ସିଲେକ୍ସନ କମିଶନ ଏବଂ ଓଡିଶା ସବ୍‌ଅର୍ଡିନେଟ ଷ୍ଟାଫ୍‌ ସିଲେକ୍ସନ ନିୟମିତ ପରୀକ୍ଷା କରାଉଛନ୍ତି। ପ୍ରଶାସନିକ ସ୍ବଚ୍ଛତା ଆଣିବାକୁ ରାଜ୍ୟରେ ୨୦୧୯ ମାର୍ଚ୍ଚ ୨୦ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହୋଇଛି। ଗତବର୍ଷ ରାଉରକେଲାଠାରେ ଭିଜିଲାନ୍ସ ଏକାଡେମୀ ଖୋଲାଯାଇଥିବା ବେଳେ ଏକ ନୂତନ ଭିଜିଲାନ୍ସ ଡିଭିଜନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୯ରେ ଭିଜିଲାନ୍ସ ପକ୍ଷରୁ ୧୩୭ଟି ଆପରାଧିକ ମାମଲା ରୁଜୁ କରାଯାଇଛି। ସେଥିରୁ ୨୬ଟି ମାମଲା ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୬୭ଟି ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ୪୪ଟି ସରକାରୀ ସମ୍ପତ୍ତି ଲୁଟ୍‌ ମାମଲା ରୁଜୁ ହୋଇଛି। ଖୁବ୍‌ଶୀଘ୍ର ରାଜ୍ୟରେ ପୋଲିସ ଆଇନ କାର୍ଯ୍ୟକାରୀ କରିବାକୁ ସରକାର ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶରେ ଯଦି ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି, କୋଟି କୋଟି ଟଙ୍କାର ପୁଞ୍ଜି ନିବେଶକୁ ରାଜ୍ୟ ଆକର୍ଷିତ କରିପାରୁଛି ତେବେ ଏହାର ଅର୍ଥ ରାଜ୍ୟରେ ଆଇନ ଶୃଙ୍ଖଳା ଅବସ୍ଥା ଭଲ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri