ରୋଗୀ ସେବାରେ ଚପଲ

ଶୁଭନାରାୟଣ ଶତପଥୀ

ରୋଗୀ ସହ ରୋଗ ଓ ଡାକ୍ତରଖାନା ଯେଉଁଭଳି ଭାବେ ଜଡିତ, ଚପଲ ସହ ରୋଗୀର ସମ୍ପର୍କ ସେହିଭଳି ନିବିଡ। କାରଣ ରୋଗୀକୁ ଖାଲି ପାଦରେ ଚାଲିବା ମନା। ଏବଂ ଚପଲ ତାକୁ ଆସନ୍ନ ବାଧାବିଘ୍ନରୁ ଦୂର କରେ। ରୋଗୀଟି ଯେତେବେଳେ ଡାକ୍ତରଖାନାକୁ ଯାଏ ଓ ପରବର୍ତ୍ତୀ ସମୟରେ ତାକୁ ଆଡ୍‌ମିଶନ ହେବାକୁ ପଡେ ସେତେବେଳେ ସେ ଆବଶ୍ୟକତା ଅନୁସାରେ ଆଇସିୟୁ କିମ୍ବା ଭେଣ୍ଟିଲେଟର କିମ୍ବା କ୍ୟାବିନ କିମ୍ବା ଓାର୍ଡ କିମ୍ବା ପର୍ଯ୍ୟବେକ୍ଷଣ ଗୃହରେ ରହିଥାଏ। ରହିବା ସମୟରେ ଅଧିକାଂଶ ନର୍ସିଂ ହୋମ, ବେସରକାରୀ ଓ ସରକାରୀ ଡାକ୍ତରଖାନାରେ ମଧ୍ୟ ରୋଗୀଟି ବିନା ଚପଲରେ ଚଲାବୁଲା କରୁଥିବାର ନଜିର ସାମ୍ନାକୁ ଆସେ। ଫଳରେ ଅନେକ ଜୀବାଣୁ, ଭୂତାଣୁ ବାହାକ ବ୍ୟକ୍ତି, ବସ୍ତୁମାନଙ୍କ ଦ୍ୱାରା ସମ୍ପର୍କରେ ଆସିବାର ସମ୍ଭାବନା ଥାଏ। ତେବେ ସେଠାକାର କର୍ମକର୍ତ୍ତା, ଡାକ୍ତର, ସେବକ ସେବିକା, ଆଟେଣ୍ଡାଣ୍ଟମାନେ ଚପଲ ପିନ୍ଧି ରୋଗୀଟି ପାଖକୁ ଆସନ୍ତି ଓ ସେବା ଯୋଗାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ସେହି ରୋଗୀଟି ସମ୍ପୃକ୍ତ କକ୍ଷର ଶୌଚାଳୟକୁ ଯାଏ ବା ଉକ୍ତ ସ୍ଥାନରେ ଚଲାବୁଲା କରେ, ସେତେବେଳେ ତା’ ପାଦରେ ଚପଲ ନ ଥାଏ। କାରଣ ଆଡ୍‌ମିଶନ ପୂର୍ବରୁ ରୋଗୀଟି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବା କକ୍ଷ ବାହାରେ ଚପଲ ରଖି ଭିତରକୁ ଆସିଥାଏ। ଫଳରେ ରୋଗୀର ଆଟେଣ୍ଡାଣ୍ଟ ବା ନିଜେ ରୋଗୀଟି ଓାର୍ଡ ବା କ୍ୟାବିନ ଭିତରେ ଆଉ ଚପଲ ବ୍ୟବହାର କରିପାରେ ନାହିଁ। ତେବେ ଯୁକ୍ତିସଂଗତ ଏହା ଯେ, ତା’ର ଚପଲଟି ପୂର୍ବ ବ୍ୟବହାର୍ଯ୍ୟ ତଥା ବାହାରୁ ପିନ୍ଧି ଆସିଥିବାରୁ ସେହି ଚପଲ ମାଧ୍ୟମରେ ରୋଗ, ଜୀବାଣୁ ଆସିବା ଓ ଅନ୍ୟ ରୋଗୀଙ୍କୁ ସଂକ୍ରମଣ କରାଇବାର ଭୟ ରହିଛି। କିନ୍ତୁ ସ୍ବୀକାର୍ଯ୍ୟ ଯେ, ଯେଉଁ ରୋଗୀଟି ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥାଏ ଓ ଆଡ୍‌ମିଶନ ହୋଇଥାଏ ସେ ନିଶ୍ଚିତ ରୂପେ ଅନ୍ୟାନ୍ୟ ରୋଗ ସଂକ୍ରମଣ ପ୍ରତି ଅଧିକ ଦୁର୍ବଳ। ଏଣୁ ଏପରିସ୍ଥଳେ ରୋଗୀ ଓ ରୋଗୀ ସାଥୀ ଉଭୟ ଜୀବଣୁଶୂନ୍ୟ ଚପଲ କିମ୍ବା ନୂତନ ଚପଲ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଯେଉଁମାନେ ଚପଲ ପିନ୍ଧିବାରେ ଅକ୍ଷମ ଆବଶ୍ୟକ ସ୍ଥଳେ ସେମାନେ ନନ୍‌ ସ୍ଲିପ ସ୍ଲିପର ମଧ୍ୟ ବ୍ୟବହାର କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ରୂପରେ ପ୍ରଥମ ପ୍ରେସ୍‌କ୍ରିପସନରେ ଏପରି ପରାମର୍ଶ ଡାକ୍ତରଙ୍କ ତରଫରୁ ରହିବା ଜରୁରୀ। ରୋଗୀର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ନିୟମିତ ଚପଲକୁ ସାନିଟାଇଜ କରିବା ବା ନୂତନ ଚପଲ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବାରେ ଅସୁବିଧା କେଉଁଠି ଅଛି ? ହଁ ରୋଗୀ ରହୁଥିବା କକ୍ଷ ଯେପରି ପରିଷ୍କାର ପରିଚ୍ଛନ ରହିବ ସେଥିପ୍ରତି ରୋଗୀ, ତା’ର ସମ୍ପର୍କୀୟ, ଚିକିତ୍ସକ, ସେବିକା ସେବକଙ୍କର ନିଘାରହିବା ସର୍ବାଦୌ ବିଧେୟ।
ଟିକେ ନିରେଖି ଦେଖିଲେ ଏହା ପ୍ରତୀତ ହୁଏ ଯେ ଡାକ୍ତରଖାନାଗୁଡିକରେ କର୍ମକର୍ତ୍ତାଙ୍କ ନିମନ୍ତେ ବ୍ୟବହାର ପାଇଁ ଥିବା ଆନ୍ତଃଗୃହ ଚପଲଗୁଡିକୁ ସେମାନେ ନିଜ ଭିତରେ ଅଦଳବଦଳ କରି ପିନ୍ଧିଥାନ୍ତି। ଏମିତି କି ଛୋଟପାଦରେ ବଡ ଚପଲ, ବଡ ପାଦରେ ଛୋଟ ଚପଲ, ପୁରୁଷ ପାଦରେ ମହିଳା ଚପଲ ଓ ମହିଳା ପାଦରେ ପୁରୁଷ ଚପଲ ପନ୍ଧିଥିବାର ମଧ୍ୟ ଦେଖିବାକୁ ମିଳେ। ଆଉ ଗୋଟିଏ ଚପଲ ଯେ ନିର୍ଦ୍ଦିଷ୍ଟ ଷ୍ଟାଫ୍‌ ବ୍ୟବହାର କରିବେ, ସେପରି ସମ୍ଭବ ହୋଇ ନ ଥାଏ। ତା’ଛଡା ପ୍ରାୟତଃ ଚପଲ ସାନିଟାଇଜ ବ୍ୟବସ୍ଥା ଅଧିକାଂଶ ଡାକ୍ତରଖାନାରେ ଦେଖିବାକୁ ମିଳେନାହିଁ। ଏହି କ୍ରମରେ ରୋଗୀ ସେବା ପ୍ରଦାନକାରୀ କର୍ମକର୍ତ୍ତାଙ୍କ ନିମନ୍ତେ ଡିସ୍‌ପୋଜେବଲ, ସିଙ୍ଗଲ ୟୁଜ୍‌ ସ୍ଲିପରର ବ୍ୟବସ୍ଥା ରହିଲେ ଭଲ।
୨୦୧୭ରେ ପ୍ରକାଶିତ ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ ଇଣ୍ଡିଆର ରପୋର୍ଟରୁ ଜଣାଯାଏ ଉପଯୁକ୍ତ ଚପଲ ବା ଜୋତା ନ ପିନ୍ଧିବା କାରଣରୁ ଡାଇବେଟିସ, ସ୍ନାୟୁରୋଗୀଙ୍କ ମଧ୍ୟରେ ପାଦଘାଆର ସମସ୍ୟା ଦେଖାଯାଉଛି। ତେବେ ନଖରେ ସଂକ୍ରମଣ ଭଳି ସମସ୍ୟାକୁ ଏହା ବହୁଗୁଣିତ କରିପାରେ। ତା’ଛଡା ବିଭିନ୍ନ ଅପରିଷ୍କାର ପଦାର୍ଥ ବା ବସ୍ତୁ ଏମିତି କି ମଣିଷର ମଳ, ଛେପ, ମୂତ୍ର ଇତ୍ୟାଦିର ସଂସ୍ପର୍ଶରେ ଆସିବା ଦ୍ୱାରା ସଂକ୍ରମଣର ଭୟ ରହିଥାଏ। ଏଣୁ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଡାକ୍ତରଖାନା ପରିଦର୍ଶକମାନେ ରୋଗୀକୁ ଚପଲ ପିନ୍ଧିବା ସମ୍ବନ୍ଧରେ ସଚେତନ କରାଇବା ସହ ନିୟମିତ ନିରୀକ୍ଷଣ କରିବା ଆବଶ୍ୟକ। ଆମେ ଜାଣୁ ଯେ, ପରିଦର୍ଶକଙ୍କଠାରୁ ଆରମ୍ଭକରି ରୋଗୀ ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ସ୍ଥାନରୁ ବା ପରିବେଶରୁ ଜୋତା ପିନ୍ଧି ଆସିଥାନ୍ତି। ଯଦିଓ ଡାକ୍ତରଖାନାରେ ସ୍ବଚ୍ଛତା, ପରିମଳ ପ୍ରତି ଧ୍ୟାନ ଦିଆଯାଉଛି, ତଥାପି ବ୍ୟକ୍ତିଗତ ସୁରକ୍ଷା ନିମନ୍ତେ ରୋଗୀ ବା ରୋଗୀ ସାଥୀଙ୍କର ଚପଲ ବ୍ୟବହାରକୁ ବାଧ୍ୟତାମୂଳକ କରିବା ଉଚିତ। ଫଳରେ ଅଧିକ ଦିନ ଧରି ରହୁଥିବା ରୋଗୀମାନଙ୍କ କ୍ଷେତ୍ରରେ ଏହା ବିଶେଷ ଫଳପ୍ରଦ ହେବ। ଡାକ୍ତରଖାନା ନିକଟରେ ବା ବେସରକାରୀ ଡାକ୍ତରଖାନା ପରିସର ମଧ୍ୟରେ ଚପଲ ଦୋକାନ ଗଢିଉଠିଲାଣି ତଥାପି ଚପଲର ବ୍ୟବହାର ଓ ତତ୍‌ସଂକ୍ରାନ୍ତୀୟ ସ୍ବଚ୍ଛତା ସେତେଟା ସନ୍ତୋଷଜନକ ନୁହେଁ।
ରୋଗୀଟିଏ ଡାକ୍ତରଖାନାରେ ରହିବା ସମୟରେ ଚପଲ ବ୍ୟବହାର ନ କରିବା ଏକ ଅତି ଦୁର୍ବଳ କ୍ଷେତ୍ର ବୋଲି ମନେହୁଏ, ଯେଉଁଠି କୋଭିଡ୍‌ ଓ ଅନ୍ୟାନ୍ୟ ରୋଗ ସଂକ୍ରମଣର ଭୟ ରହିଛି। ଉପଯୁକ୍ତ ଓ ନିୟମିତ ଚପଲ ବା ଜୋତା ବ୍ୟବହାରକୁ ନିଶ୍ଚିତ କରିବାକୁ ହେବ, ତେବେ ଯାଇ ଡାକ୍ତରଖାନାରେ ରୋଗୀ ସେବାର ପରିପୂର୍ଣ୍ଣତା ଉପଲବ୍ଧି କରିହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri