ରୋଗ ନିରୂପଣରେ ସାଧାରଣ ପରୀକ୍ଷା

ସାଧାରଣ ପରୀକ୍ଷାଗୁଡ଼ିକ ବହୁତ ଗୁରୁତ୍ୱ ବହନ କରିଥାଏ। ରୋଗ ହେଲେ ରୋଗୀଙ୍କ ଦେହରେ ଅନେକ ଲକ୍ଷଣ ପ୍ରକାଶ ପାଇଥାଏ। ବିଭିନ୍ନ ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହେଲେ ମଧ୍ୟ କେତେକ ଲକ୍ଷଣ ଅନେକ ରୋଗରେ ପ୍ରକାଶ ପାଇଥାଏ। ବାନ୍ତି, ଜ୍ୱର, ମୁଣ୍ଡବିନ୍ଧା, ପତଳାଝାଡ଼ା, ପେଟବ୍ୟଥା, କଫରେ ରକ୍ତ ପଡ଼ିବା, ରକ୍ତବାନ୍ତି ହେବା, ମୁଣ୍ଡ ବୁଲାଇବା ଇତ୍ୟାଦିର କାରଣ ଭିନ୍ନ ଭିନ୍ନ ହୋଇଥାଏ…

ଆଗରୁ କ୍ଲିନିକ ଓ ପାଥୋଲୋଜି ପରୀକ୍ଷା କେନ୍ଦ୍ରରେ ‘ଏଠାରେ ରକ୍ତ, ମଳ, ମୂତ୍ର ପରୀକ୍ଷା କରାଯାଏ’ ବୋଲି ଲେଖା ହେଉଥିତ୍ତ୍ତ୍ତ୍ଲା ଓ ରୋଗର ନିର୍ଣ୍ଣୟ ପାଇଁ ଖୁବ୍‌ କମ ପରୀକ୍ଷ କରାଯାଉଥିତ୍ିଲା। ଜ୍ୱର ପାଇଁ ମ୍ୟାଲେରିଆ ଓ ଟାଇଫଏଡ୍‌, ରକ୍ତହୀନତା ପାଇଁ ହିମୋଗ୍ଲୋବିନ୍‌, କୃମି ପାଇଁ ମଳ, ଆଘାତ ଓ ହାଡ଼ଭଙ୍ଗା ପାଇଁ X Ray, TB ପାଇଁ କଫ ନମୁନା ଇତ୍ୟାଦି ଏହାର ଉଦାହରଣ।
ବର୍ତ୍ତମାନ କିନ୍ତୁ ସମୟ ବଦଳିଯାଇଛି ଏବଂ ପରୀକ୍ଷାର ସଂଖ୍ୟା ଓ ମାତ୍ରା ବହୁ ଗୁଣରେ ବଢ଼ିଯାଇଛି। ସରକାରଙ୍କର ମାଗଣା ‘ନିଦାନ’ ପ୍ରବର୍ତ୍ତନ ପରେ ଡାକ୍ତରଖାନାରେ ପରୀକ୍ଷା ପାଇଁ ଲମ୍ବା ଲାଇନ ଲାଗିଛି। ଲୋକମାନେ ବ୍ୟୟବହୁଳ ଅତ୍ୟନ୍ତ ଉଚ୍ଚମାନର ପରୀକ୍ଷା କରିବା ପାଇଁ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରୁଛନ୍ତି। ଯେପରି କି, ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା ଆଘାତ ପାଇଁ CT Scan, MRI, ସାମାନ୍ୟ ପେଟବ୍ୟଥା ପାଇଁ ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି, ସାଧାରଣ ଦୁର୍ବଳତା ଓ ହାଲିଆ ପାଇଁ ବ୍ଲଡ ପାରାମିଟର ଓ ହାର୍ଟ ପାରାମିଟର, ଲିଭର ପାରାମିଟର ଇତ୍ୟାଦି।
ଏବେ ମଧ୍ୟ ସବୁ ପାଥୋଲାବ୍‌ ଓ କମ୍ପାନୀ ତଥା କର୍ପୋରେଟ ହସ୍ପିଟାଲ ଆଉ ପାଦେ ଆଗକୁ ଯାଇ ବିଭିନ୍ନ ପରୀକ୍ଷାର ‘ପ୍ୟାକେଜ୍‌’ ଅତ୍ୟନ୍ତ ଆକର୍ଷଣୀୟ ଓ ମନଲୋଭା ଭାବେ ଅଫର୍‌ ପ୍ରଦାନ କରି ବିଜ୍ଞାପନ ଦେଉଛନ୍ତି। ଲୋକମାନେ ମଧ୍ୟ ‘ହୋଲ୍‌ ବଡ଼ିସ୍କାନ୍‌’, ଶରୀରର ସମସ୍ତ ପରୀକ୍ଷା ଓ ଚେକ୍‌ ଅପ୍‌ ପାଇଁ ଆଗ୍ରହୀ ହୋଇ ତାହା କରାଉଛନ୍ତି। ଏହା କେତେ ସୁଫଳ ପ୍ରଦାନ କରୁଛି ତାହା ଅଲଗା କଥା କିନ୍ତୁ କେତେଗୁଡ଼ିଏ ପରୀକ୍ଷା ଯାହା ଆମର ପ୍ରାୟ ଦରକାର ନାହିଁ କେବଳ ଦରକାର ହେଲେ କରିବା କଥା ହେଲେ ତାହାକୁ କରାଇଲେ ଫଳ ଓଲଟା ହୋଇଥାଏ। CT Scan, MRI ପରୀକ୍ଷା ଦରକାର ହେଉଥିତ୍ବା କ୍ଷେତ୍ରରେ ଓ ବିଶେଷଜ୍ଞ ତଥା ଅତି ବିଶେଷଜ୍ଞମାନେ ଏହା ପରାମର୍ଶ ଦେବା ଉଚିତ। ସ୍ଥଳବିଶେଷରେ ଅତି ଆକସ୍ମିକ କ୍ଷେତ୍ରରେ ମଧ୍ୟ ଏହା କରାଯାଇପାରେ। ସାଧାରଣ ପରୀକ୍ଷାଗୁଡ଼ିକ ବହୁତ ଗୁରୁତ୍ୱ ବହନ କରିଥାଏ। ରୋଗ ହେଲେ ରୋଗୀଙ୍କ ଦେହରେ ଅନେକ ଲକ୍ଷଣ ପ୍ରକାଶ ପାଇଥାଏ- ବିଭିନ୍ନ ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହେଲେ ମଧ୍ୟ, କେତେକ ଲକ୍ଷଣ ଅନେକ ରୋଗରେ ପ୍ରକାଶ ପାଇଥାଏ। ବାନ୍ତି, ଜ୍ୱର, ମୁଣ୍ଡବିନ୍ଧା, ପତଳାଝାଡ଼ା, ପେଟବ୍ୟଥା, କଫରେ ରକ୍ତ ପଡ଼ିବା, ରକ୍ତବାନ୍ତି ହେବା, ମୁଣ୍ଡ ବୁଲାଇବା ଇତ୍ୟାଦିର କାରଣ ଭିନ୍ନ ଭିନ୍ନ ହୋଇଥାଏ। ଏହା ସହିତ ଅନ୍ୟାନ୍ୟ ଲକ୍ଷଣ ଓ ରୋଗୀ ଦେହରେ ପ୍ରକାଶ ପାଉଥିିବା ଚିହ୍ନଟସମୂହକୁ ଭିତ୍ତିକରି ରୋଗ ନିର୍ଣ୍ଣୟ କରାଯାଇଥାଏ। ଲାକ୍ଷଣିକ, ଆନୁମାନିକ, ପରୀକ୍ଷା ଦ୍ୱାରା ସ୍ଥିରୀକୃତ ପ୍ରୋଭିଜନାଲ ଓ ସର୍ବଶେଷରେ କନ୍‌ଫାର୍ମେଟୋରି ଡାଇଗ୍ନୋସିସ୍‌ କରାଯାଇଥାଏ। କେତେକ କ୍ଷେତ୍ରରେ ନିର୍ଣ୍ଣୟ ସମ୍ପୂର୍ଣ୍ଣ ହୋଇ ନ ଥିତ୍ଲେ ମଧ୍ୟ ରୋଗୀର ଜୀବନରକ୍ଷା ପାଇଁ ଓ ରୋଗକୁ ଆଗକୁ ନ ବଢ଼ିବାକୁ ଦେବା ପାଇଁ ଚିକିତ୍ସା ଆରମ୍ଭ କରାଯାଇଥାଏ। କେଉଁ କାରଣରୁ ଝାଡ଼ା ହେଉଛି ଜଣାପଡ଼ି ନ ଥିତ୍ଲେ ମଧ୍ୟ ଦେହରୁ ଜଳୀୟ ମାତ୍ରା ହ୍ରାସଜନିତ ଗୁରୁତର ଅବସ୍ଥାକୁ ସୁଧାରିବା ପାଇଁ ସାଲାଇନ୍‌ ଓ ଔଷଧ ତୁରନ୍ତ ଦିଆଯାଇଥାଏ।
ଶରୀରରେ ରକ୍ତର ମାତ୍ରା ଗୁରୁତ୍ୱପୂର୍ଣ୍ଣ ଅର୍ଥାତ୍‌ ପ୍ରତି ୧୦୦ ମିଲି ରକ୍ତରେ ହିମୋଗ୍ଲୋବିନ୍‌ର ପରିମାଣ- ଏହାର ମାତ୍ରା କମ୍‌ ରହିଲେ ରକ୍ତହୀନତା ହୋଇଥାଏ ଓ ଆମ ଦେଶରେ ଏହା ବିଶେଷତଃ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ଏକ ବିଶେଷ ରୋଗ। ଏହି ସାଧାରଣ ପରୀକ୍ଷାରୁ ହିମୋଗ୍ଲୋବିନ୍‌ର ମାତ୍ରା ଜାଣିବା ପରେ ତା’ର କାରଣ ପାଇଁ ପରୀକ୍ଷା କରାଯାଏ ଓ ସେହି ଅନୁସାରେ ଚିକିତ୍ସା କରାଯାଇଥାଏ।
ପ୍ରାୟତଃ ସବୁ ଶିଶୁଙ୍କ କ୍ଷେତ୍ରରେ ଓ ଅଧିତ୍କାଂଶ ବୟସ୍କ ଓ ବୃଦ୍ଧ ବୃଦ୍ଧାଙ୍କ କ୍ଷେତ୍ରରେ କୃମିଜନିତ ରୋଗ ହୋଇଥାଏ, ଯାହାକି ରକ୍ତହୀନତା (ହୁକ୍‌ ଓ୍ବର୍ମ), ଝାଡ଼ା ଓ ପେଟରୋଗ (ରାଉଣ୍ଡ ଓ୍ବର୍ମ, ଫିତା କୃମି, ପିନ୍‌ ଓ୍ବର୍ମ), ଆମିବା (ତରଳ ଝାଡ଼ା, ଆମିବାୟୋସିସ୍‌) ଇତ୍ୟାଦିର କାରଣ।
ଭଲ ଭାବରେ ହାତ ଧୋଇବା, ତଟକା ଓ ଉଷୁମ ଖାଦ୍ୟ ଖାଇବା, ପରିଷ୍କାର ପାଣି ପିଇବା ଓ ଖୋଲାରେ ମଳତ୍ୟାଗ ନ କରିବା ଦ୍ୱାରା ଏହାର ପ୍ରତିକାର ହୁଏ। ମଳ ପରୀକ୍ଷା କରିବା ଦ୍ୱାରା କୃମି, ଆମିବା ସହିତ ଅନ୍ୟାନ୍ୟ ପେଟରୋଗର ଅନେକ କାରଣ ଜଣାପଡିଥାଏ। ସାଧାରଣ ଓ ସାମାନ୍ୟ ରକ୍ତକ୍ଷରଣ ଯାହାକି ଖାଦ୍ୟନଳୀ ଉଭୟ ଉପର ଓ ନିମ୍ନ ଭାଗରେ ହୁଏ ତାହା ମଧ୍ୟ ଧରାପଡେ।
ଆମର ବୃକ୍‌କରେ ରକ୍ତ ଛଣାଯାଇ ସେଥିରୁ କ୍ଷତିକାରକ ପଦାର୍ଥମାନ ନିର୍ଗମନ ହୋଇଥାଏ। ଏହା ମଧ୍ୟରେ ୟୁରିଆ ପ୍ରଧାନ । ତେଣୁ ପରୀକ୍ଷାଗୁଡ଼ିକ ମଧ୍ୟରେ ପରିସ୍ରା ପରୀକ୍ଷା ସବୁଠାରୁ ଅଧିତ୍କ ଗୁରୁତ୍ୱ ବହନ କରେ। ସାଧାରଣତଃ ପରିସ୍ରା ସମୟର ମଧ୍ୟଭାଗର ପରିସ୍ରା ପରିଷ୍କାର କାଚପାତ୍ରରେ ସଂଗ୍ରହ କରାଯାଏ। ଏଥିିରୁ ଶର୍କରା, ପ୍ରୋଟିନ୍‌ ବା ଆଲବୁମିନ୍‌, ପସ୍‌ ସେଲ୍‌, ଲୋହିତରକ୍ତକଣିକା, ଶ୍ୱେତରକ୍ତକଣିକା, କ୍ରିଷ୍ଟାଲସ୍‌, ସେଡିମେଣ୍ଟ, କାଷ୍ଟ, ବ୍ୟାକ୍ଟେରିଆ, କାଇଲ୍‌, ଜଣ୍ଡିସ୍‌ କ୍ଷେତ୍ରରେ ବିଲିରୁବିନ୍‌ ବାଇଲ୍‌ ସଲ୍ଟ, ବାଇଲ୍‌ପିଗ୍‌ମେଣ୍ଟ, କିଟୋନ ଓ ଆହୁରି ଅନେକ କଥା ଜଣାପଡିଥାଏ।
ପରିସ୍ରା ପରୀକ୍ଷା ହେଉଛି କେବଳ ୟୁରୋଲଜିଷ୍ଟ ଓ ନେପ୍ରୋଲୋଜିଷ୍ଟମାନଙ୍କ ପାଇଁ ନୁହେଁ ସବୁ ବିଭାଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ମାତ୍ର ଏବେ ଆଧୁନିକ ଯୁଗରେ ଏହାର ଗୁରୁତ୍ୱ ଉପଲବ୍ଧ ହେଉନାହିଁ ଓ ଏହା ବଦଳରେ ଅନ୍ୟାନ୍ୟ ଆଧୁନିକ ପରୀକ୍ଷା କରାଯାଉଛି। ଜଣେ ମହାନ୍‌ ଚିକିତ୍ସକ କହିଥିଲେ, ପରିସ୍ରାର ଗୋଟିଏ ମାତ୍ର ବିନ୍ଦୁ ପରୀକ୍ଷାରୁ ୧୦୦ ପ୍ରକାର ରୋଗ ନିର୍ଣ୍ଣୟ କରାଯାଇପାରିବ।
ସେହିପରି ପାପ୍‌ସ୍ମିୟର ନାମକ ଏକ ଛୋଟ ପରୀକ୍ଷା ପ୍ରଥମରୁ କରାଇଲେ ଭୟାବହ ‘ଜରାୟୁ ଗ୍ରୀବା’ କର୍କଟରୁ ରକ୍ଷା ମିଳିଥାଏ। ୪୦-୪୫ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନଙ୍କ କ୍ଷେତ୍ରରେ ଏହା ଏକ ଉତ୍ତମ ପଦ୍ଧତି। ଏହାଦ୍ୱାରା ଆରମ୍ଭସ୍ତରରୁ ରୋଗ ନିର୍ଣ୍ଣୟ ହୋଇଥାଏ।
ପରୀକ୍ଷା ରୋଗୀ ନିଜେ କରିପାରିବେ ବା ”ନିଜ ପାପୁଲି ଦ୍ୱାରା ସ୍ତନ ପରୀକ୍ଷା“ ଦ୍ୱାରା ସେଥିିରେ ହୋଇଥିବା ଟ୍ୟୁମର ଓ କ୍ୟାନ୍‌ସରକୁ ପ୍ରଥମରୁ ଜାଣିହୁଏ। ଏଠାରେ ଜାଣି ରଖିବା ଉଚିତ୍‌ ଯେ ସ୍ତନର ଅଧିକାଂଶ ଟ୍ୟୁମର ହେଉଛି ଫାଇବ୍ରୋଆଡିନୋମା ବା ସାଧାରଣ ଟ୍ୟୁମର, ଏହା କୌଣସି କ୍ୟାନ୍‌ସର ନୁହେଁ।
ଦେଇ ରକ୍ତ ପଡ଼ିବା, ମଳ ସହିତ ଲାଗିକି ଆସିବା ଓ ଝାଡ଼ା କଠିନ ହେବା, ଝାଡା କରିବାରେ କଷ୍ଟ ହେବା ପରିଲକ୍ଷଣ ଦେଖାଗଲେ ପି.ଆର୍‌ ଓ ପ୍ରୋଟୋସ୍କପି ପରୀକ୍ଷା କରାଇନେବା ଉଚିତ। ଏହା ଡାକ୍ତରଙ୍କ ଦ୍ୱାରା ହୁଏ ଓ ଅତି ସାଧାରଣ ଅଟେ।

ଡା. ରାମଚନ୍ଦ୍ର ରାଉତ

-ଅତିରିକ୍ତ ନିର୍ଦ୍ଦେଶକ, ସେବିକା ନିର୍ଦ୍ଦେଶାଳୟ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri