ରୋକାଗଲା ବାଲ୍ୟ ବିବାହ, ଫେରିଗଲେ ବର

ବାହାନଗା,୧୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ରୋକିବାକୁ ଆସିଥିବା ଖଇରାସ୍ଥିତ ଚାଇଲ୍ଡଲାଇନ କର୍ମକର୍ତ୍ତା ହରଡଘଣାରେ ପଡିଛନ୍ତି। ଏନେଇ କର୍ମକର୍ତ୍ତାମାନେ ଖନ୍ତାପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏଥିରେ ହସ୍ତକ୍ଷେପ କରିଥିଲା। ଫଳରେ ବିବାହ କରିବାକୁ ଆସିଥିବା ବର ବରଯାତ୍ରୀ ନେଇ ଫେରିଯାଇଥିଲେ।
ଏହି ଅଞ୍ଚଳର ଜଣେ ନାବାଳିକା (୧୭ବର୍ଷ ୨ ଦିନ)ଙ୍କର ବିବାହ ଖଇରା ଥାନା ଡାଲଙ୍ଗ ଗ୍ରାମ ନିକଟସ୍ଥ ତୁଡିଗଡିଆ ଅଞ୍ଚଳର ଶରତ କୁମାର ମହାରଣା(୩୫)ଙ୍କ ସହ ସ୍ଥିର ହୋଇଥିଲା। ଶୁକ୍ରବାର ରାତିରେ ବିବାହ ପାଇଁ ନାବାଳିକାଙ୍କ ପରିବାର ପକ୍ଷରୁ ସମସ୍ତ ଆୟୋଜନ ହୋଇସାରିଥିଲା। ଖବରପାଇ ଖଇରାସ୍ଥିତ ଚାଇଲ୍ଡଲାଇନ ଉପକେନ୍ଦ୍ରର ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଟିମ୍‌ ଲିଡର ତପସ୍ବିନୀ ରାଉତ, ଟିମ୍‌ ସଭ୍ୟ ପଞ୍ଚାନନ ତ୍ରିପାଠୀ, ଜ୍ୟୋତିପ୍ରକାଶ କର, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଗୋପାଳପୁର ଫାଣ୍ଡି ପୋଲିସ ଓ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ନାବାଳିକାଙ୍କ ଘର ପାଖରେ ରାତି ସାଢେ ୭ଟାରେ ପହଞ୍ଚିଥିଲେ । ଏହି ସମୟରେ ନାବାଳିକା ଘର ପାଖରେ ଗ୍ରାମବାସୀ ଭୋଜି ଖାଇବା ପାଇଁ ପ୍ରସ୍ତୁତ ହେଉଥିଲେ। ଚାଇଲ୍ଡଲାଇନ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ ଏଠାରେ ବାଲ୍ୟ ବିବାହ ହେଉଥିବା ବାବଦରେ ପଚାରିବା ସହ ବନ୍ଦ କରିବା ପାଇଁ କହିବାରୁ ଉପସ୍ଥିତ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଥିଲେ। ଲୋକେ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ସହିତ ବାନ୍ଧିବାକୁ ଉଦ୍ୟମ କରିବାରୁ ସେମାନେ ସେଠାରୁ ପଳାଇ ଆସି ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ। ତେବେ ରାତିରେ ବର ବିବାହ ପାଇଁ ଆସିବାରୁ ଗୋପାଳପୁର ଫାଣ୍ଡି ପୋଲିସ ଓ ଖନ୍ତାପଡା ଥାନା ପୋଲିସ ପହଞ୍ଚି ବରଘର ଲୋକମାନଙ୍କୁ ବୁଝାଇବା ସହିତ ବିବାହ ନ କରିବା ପାଇଁ ବାରଣ କରିଥିଲେ ା ବିବାହ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଉଭୟ ପକ୍ଷଙ୍କ ନାମରେ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। କାଗଜପତ୍ର ଅନୁଯାୟୀ ନାବାଳିକାଙ୍କ ବର୍ତ୍ତମାନର ବୟସ ୧୭ବର୍ଷ ୨ ଦିନ ହୋଇଥିବାରୁ ବିବାହ କରିବା ଆଇନ ବିରୋଧୀ। ତେଣୁ ୧୮ବର୍ଷ ହେଲେ ବିବାହ କରିପାରିବ ବୋଲି ପୋଲିସ ବୁଝାଇବା ପରେ ବିବାହ କରିବାକୁ ଆସିଥିବା ଯୁବକ ଶିଶୁପାଳ ହୋଇ ଫେରି ଯାଇଥିଲେ। କେତେକ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳକୁ ଯାଇ ଫଟୋ ଉଠାଉଥିବା ବେଳେ ସେମାନେ ମଧ୍ୟ ଗ୍ରାମବାସୀଙ୍କ ଆକ୍ରୋଶରେ ଶିକାର ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ କେସିଙ୍ଗା ଦେଇ ଚାଲିବ ନୂତନ ଟ୍ରେନ, ରେଳ ମନ୍ତ୍ରୀ ଓ ଏମପିଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କେସିଙ୍ଗା,୧୩ା୫:(ତୁମେଶ୍ୱର ସାହୁ): କେସିଙ୍ଗାରୁ ସିଧା ଭୁବନେଶ୍ୱରକୁ ଟ୍ରେନ ନଥିବାରୁ ବହୁବାର କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଓ ଜେଡ ଏସ ଏସର ସଦସ୍ୟ ଡ଼ାହେମସାଗର…

ଚାଇନାରେ ପହଞ୍ଚୁ ପହଞ୍ଚୁ ଟ୍ରମ୍ପଙ୍କ ଘୋର ଅପମାନ! ସ୍ବାଗତ କରିବାକୁ ଆସିଲେନି…

ବେଜିଂ,୧୩।୫: ଚାଇନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅପମାନ। ଦୁଇ ଦିନିଆ ସରକାରୀ ଗସ୍ତରେ ଚାଇନାରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି…

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ଷୁଦ୍ର ପଲୋର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

ମହଙ୍ଗା ମାଡ଼! ବଢ଼ିଲା ଅମୂଲ କ୍ଷୀର ଦାମ୍, ଲିଟର ପିଛା….

ନୂଆଦିଲ୍ଲୀ,୧୩ା୫: ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଦେଶର ପ୍ରମୁଖ ଦୁଗ୍ଧ କମ୍ପାନୀ ଅମୂଲ ସାରା ଦେଶରେ କ୍ଷୀରର ମୂଲ୍ୟ ପ୍ରତି ଲିଟର…

କ୍ୟାମ୍ପ ନିକଟରୁ IRB ହାବିଲଦାରଙ୍କ ମୃତଦେହ ଉଦ୍ଧାର, ଋଣଭାର-ପାରିବାରିକ ଚିନ୍ତାରେ…

ଭଞ୍ଜନଗର,୧୩ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା…

ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା, ଭାଜପାରେ ସାମିଲ ହେଲେ ବହୁ….

ଗଞ୍ଜାମ,୧୩ା୫ (ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଜପାର ମିଶ୍ରଣ…

ବାସନ ଧୋଉଥିଲେ ମହିଳା, ଟାଣିନେଲା କୁମ୍ଭୀର, ଦୀର୍ଘ ସମୟ ଲଢ଼େଇ ପରେ…

ମହାକାଳପଡ଼ା,୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri