‘ରେଭେନ୍‌ଶାରେ ବାତିଲ ହେବନି ପରୀକ୍ଷା’ ଖବର ସମ୍ପର୍କିତ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୬।୬-‘ରେଭେନ୍‌ଶାରେ ବାତିଲ୍‌ ହେବନି ପରୀକ୍ଷା’ ସମ୍ପର୍କିତ ଏକ ଖବର ଧରିତ୍ରୀରେ ୬ ଜୁନ୍‌ ଶନିବାର ଇ-ପେପରର ପୃଷ୍ଠା ୧୨ରେ ପ୍ରକାଶ ପାଇଥିଲା। ଏଥିରେ ପରୀକ୍ଷା ବାତିଲ ସମ୍ପର୍କରେ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି, ସେଥିରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ ମିଶ୍ରଙ୍କ ମତାମତ ରହିଛି। ହେଲେ ଏହି ଖବର ପ୍ରକାଶକୁ ନେଇ ରେଭେନ୍‌ଶା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଖଣ୍ଡନ କରିବା ସହ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ସ୍ନାତକର ୬ଷ୍ଠ ସେମିଷ୍ଟର ଏବଂ ସ୍ନାତକୋତ୍ତରର ୪ର୍ଥ ସେମିଷ୍ଟର ପରୀକ୍ଷା ଆସନ୍ତା ଜୁଲାଇ ୬ରୁ ୨୪ତାରିଖ ମଧ୍ୟରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ପରୀକ୍ଷାସୂଚୀ ଖୁବଶୀଘ୍ର ଘୋଷଣା ହେବ ବୋଲି କୁଳପତି ପାତ୍ର ଏକ ପତ୍ର ମାଧ୍ୟମରେ ଛାତ୍ରୀଛାତ୍ର, ମାତାପିତା ଓ ଅଭିଭାବକଙ୍କୁ ଜଣାଇଛନ୍ତି । କରୋନାଜନିତ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖି ଉପରୋକ୍ତ ତାରିଖରେ ପରିବର୍ତ୍ତନ ସମ୍ଭାବନା ମଧ୍ୟ ରହିଛି। ସ୍ନାତକ ୨ୟ ଓ ୪ର୍ଥ ସେମିଷ୍ଟର ଏବଂ ସ୍ନାତକୋତ୍ତର ୨ୟ ସେମିଷ୍ଟର ପରୀକ୍ଷା ବାତିଲ୍‌ ହେବ ନାହିଁ ବୋଲି ଯେଉଁ ଖବର ପ୍ରକାଶ ପାଇଛି, ତାହା ମିଥ୍ୟା ବୋଲି କୁଳପତି ଉକ୍ତ ପତ୍ରରେ ଦର୍ଶାଇଛନ୍ତି।
ଖବରଦାତାଙ୍କ କହିବାନୁଯାୟୀ, ପରୀକ୍ଷା ନିୟନ୍ତ୍ରକ ମିଶ୍ରଙ୍କ ମତ ନେବାବେଳେ ସେ ବୁଝିବାରେ ତ୍ରୁଟି କରିଥାଇପାରନ୍ତି। ଏହି ତ୍ରୁଟିପୂର୍ଣ୍ଣ ଖବର ପାଇଁ ଦୁଃଖ ପ୍ରକାଶ କରିବା ସହ ଛାତ୍ରୀଛାତ୍ର, ଅଭିଭାବକ ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ।

ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri