ରେଞ୍ଜସ୍ତରୀୟ ବନସୁରକ୍ଷା ସମିତି କମିଟି ବୈଠକ

କେସିଙ୍ଗା,୧।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଞ୍ଜ କାର୍ଯ୍ୟାଳୟ ପରିସରରେ ରେଞ୍ଜସ୍ତରୀୟ ବନ ସୁରକ୍ଷା ସମିତି କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ଦୀନବନ୍ଧୁ ମେହେରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଏହି ରେଞ୍ଜସ୍ତରୀୟ ବନସୁରକ୍ଷା ସମିତି ଅଧୀନରେ ଥିବା କେସିଙ୍ଗା, ନର୍ଲା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଜଣ ସଭାପତିମାନେ ଯୋଗଦେଇଥିଲେ। ଏହି ତିନୋଟି ବ୍ଲକର ବିଭିନ୍ନ ଗ୍ରାମ ସଭାପତିମାନଙ୍କୁ ନେଇ ବନ ସୁରକ୍ଷା ସମିତି କମିଟି ଗଠନ କରାଯାଇଥିଲ। ଏଥିରେ ସର୍ବସମ୍ମତିକ୍ରମେ ଚେୟାରମ୍ୟାନ ଭାବେ ରେଞ୍ଜର ଦୀନବନ୍ଧୁ ମେହେର, ସମ୍ପାଦକ ଭାବେ ହେଡକ୍ବାର୍ଟର ଫରେଷ୍ଟର ଦେବବ୍ରତ ମିଶ୍ର, ଏହି ରେଞ୍ଜର ଫରେଷ୍ଟର, ଫରେଷ୍ଟଗାର୍ଡ ଓ ପ୍ରତ୍ୟେକ ବନ ସୁରକ୍ଷା ସମିତି ସଭାପତିମାନେ ମେମ୍ବର ଭାବେ ମନୋନୀତ ହୋଇଛନ୍ତି । ଏହି ରେଞ୍ଜ ଅଧୀନରେ ଥିବା ପ୍ରତ୍ୟେକ ଜଙ୍ଗଲକୁ ସମସ୍ତଙ୍କ ମିଳିତ ଉଦ୍ୟମକ୍ରମେ ରକ୍ଷଣାବେକ୍ଷଣ କରି ସୁରକ୍ଷା ଓ ସୁଦୃଢ଼ କରିବା ପାଇଁ ଏହି କମିଟି ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଜଙ୍ଗଲ ସୁରକ୍ଷା ସମେତ ଚାରା ରୋପଣ, ବୃକ୍ଷର ଯତ୍ନ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏଥିରେ ପାଟନର୍‌ ଏନଜିଓ ମଧ୍ୟ ମେମ୍ବର ଭାବେ ମନୋନୀତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ସିର୍ଜାପାଲିରେ ଜନ୍ମାଷ୍ଟମୀ ଉତ୍ସବ: କଂସ ଦରବାର ମୁଖ୍ୟ ଆକର୍ଷଣ

କର୍ଲାମୁଣ୍ଡା,୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ କେସିଙ୍ଗା ବ୍ଲକ ସିର୍ଜାପାଲି ଗ୍ରାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ଥୁଆମୂଳ ରାମପୁରରେ ପକ୍ସୋ ଆଇନ ଓ ପୀଡ଼ିତା କ୍ଷତିପୂରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର, ୩।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନ ପରିସରରେ ତାଲୁକ ଆଇନ ସେବା ସମିତି…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ…

ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି: ଗୋଡ଼ ଖସିଯିବାରୁ ପୋଖରୀ ଗଭୀର ପାଣିରେ ବୁଡ଼ି ଚାଲିଗଲା…

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଅଧୀନସ୍ଥ ଉପରଚବରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗାଁ…

ଲଗାତାର ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ବିନୋଦ ବାତ୍ରା: ଲାଞ୍ଜିଗଡ଼ ହାଇସ୍କୁଲ ପାଇଁ ଗୌରବ…

ଲାଞ୍ଜିଗଡ଼,୨।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଞ୍ଜିଗଡ଼ର ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀ ବିନୋଦ ବାତ୍ରା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri