ରୂପ୍‌ସା ଷ୍ଟେଶନରେ ଟିକେଟ କାଉଣ୍ଟର ବନ୍ଦ: ନିରାଶ ହୋଇ ଫେରୁଛନ୍ତି ଯାତ୍ର୍ରୀ, ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ରୂପ୍‌ସା, ୧୫।୭(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା ରେଳ ଜଙ୍କସନ ଓ ଷ୍ଟେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଷ୍ଟେଶନରେ ଥିବା ୨ଟି ବୁକିଂ କାଉଣ୍ଟର ମଧ୍ୟରୁ ଗୋଟିଏ ବନ୍ଦ ରଖାଯିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଗୋଟିଏ କାଉଣ୍ଟରରୁ ପ୍ରତ୍ୟହ ରିଜର୍ଭେଶନ, ତତ୍କାଳ ଟିକେଟ ସାଙ୍ଗକୁ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତାୟାତ ପାଇଁ ଟିକେଟ କାଟିବାକୁ ମହିଳା, ପୁରୁଷଙ୍କ ସମେତ ବରିଷ୍ଠ ନାଗରିକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥାନ୍ତି।
ସୋମବାର ଟିକେଟ କାଉଣ୍ଟରରୁ ୨ନଂ. ପ୍ଲାଟଫର୍ମ ପର୍ଯ୍ୟନ୍ତ ଶତାଧିକ ଯାତ୍ରୀଙ୍କ ଧାଡ଼ି ଲାଗିଥିଲା। ଏକ ସମୟରେ ବାରିପଦା-ଭୁବନେଶ୍ୱର ସୁପରଫାଷ୍ଟ ଓ ଡାଉନ ବାଘାଯତୀନ ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ଲାଇନ୍‌ରେ ଛିଡ଼ା ହୋଇଥିବା ଯାତ୍ରୀମାନେ ଟିକେଟ କାଟିବା ପାଇଁ ବ୍ୟସ୍ତ ହୋଇପଡିଥିଲେ। ଯାତ୍ରୀମାନେ ନିଜ ନିଜ ମଧ୍ୟରେ ଠେଲାପେଲା ହୋଇଥିଲେ। ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଟିକେଟ ନ ପାଇ ଫେରିଯାଇଥିଲେ। ଜରୁରୀ ପରିସ୍ଥିତିରେ କେତେକ ଯାତ୍ରୀ ବିନା ଟିକେଟରେ ଟ୍ରେନ୍‌ରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ।
ଗତ ୨୦୧୭ ଅକ୍ଟୋବର ୫ତାରିଖରୁ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ନିଷ୍ପତ୍ତି ଯୋଗୁ ଗୋଟିଏ କାଉଣ୍ଟର ବନ୍ଦ ରଖାଯାଇଛି। ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତାଙ୍କ ଅଭିଯୋଗକୁ ଭିତ୍ତି କରି ଡିଆରଏମ୍‌ଙ୍କ ନିର୍ଦ୍ଦେଶମତେ ପୁଣି କାଉଣ୍ଟର ଖୋଲା ଯାଇଥିଲା। ଯାତ୍ରୀମାନେ ସୁବିଧାରେ ଟିକେଟ କାଟି ଯାତାୟାତ କରିପାରୁଥିଲେ। କିଛିଦିନ ଯିବା ପରେ ପୁଣି ଟିକେଟ କାଉଣ୍ଟର ବନ୍ଦ ରଖାଯାଇଥିଲା। ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର, ସମ୍ପାଦକ ସୁଧାକର ଗିରି, କର୍ମକର୍ତ୍ତା ନିରଞ୍ଜନ ବାରିକ ଓ ବିଧାନ ରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ଶ୍ରୀପତି ରାଉତଙ୍କୁ ପଚରାଯିବାରୁ କର୍ମଚାରୀ ଅଭାବ ଯୋଗୁ ଗୋଟିଏ ଟିକେଟ କାଉଣ୍ଟର ଖୋଲାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri