ରୂପକୁଣ୍ଡ କଙ୍କାଳର ରହସ୍ୟ ଜଣାପଡ଼ିଲା

ହାଇଦ୍ରାବାଦ:ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ। ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ ଓ ତା’ କୂଳରେ ମାନବ ଅସ୍ଥି କଙ୍କାଳ ସବୁ ପଡିରହିଛି। ଏଣୁ ଏହାକୁ ମଧ୍ୟ କଙ୍କାଳର ହ୍ରଦ କୁହାଯାଏ। ନିକଟରେ ଭାରତ, ଆମେରିକା ଓ ୟୁରୋପର ୨୮ ଜଣ ଗବେଷକ ହ୍ରଦରେ ପଡି ରହିଥିବା ଅସ୍ଥି ଓ କଙ୍କାଳର ରହସ୍ୟ ପଦାକୁ ଆଣିଛନ୍ତି। ଏହିସବୁ କଙ୍କାଳ ତିନୋଟି ଆନୁବଂଶିକ ବର୍ଗର ବୋଲି ସେମାନେ କହିଛନ୍ତି। ପପୁଲାର ସାଇନ୍ସ ଜର୍ନାଲ‘ନେଚର କମ୍ୟୁନିକଶେନ’ରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖକରାଯାଇଛି ଯେ, ରୂପକୁଣ୍ଡର ଗୋଟିଏ ସ୍ଥାନରୁ ଏକାଠି ମିଳିଥିବା ୩୮ଟି କଙ୍କାଳ କୌଣସି ଏକ ବଡ ପ୍ରଳୟରେ ଏକାବେଳକେ ମୃତ୍ୟର ଶିକାର ହୋଇଥିବା ଲୋକାମାନଙ୍କର ବୋଲି ଯାହା ବିଶ୍ୱାସ କରାଯାଉଥିଲା ତାହା ସତ୍ୟ ନୁହେଁ । ମିଳିଥିବା କଙ୍କାଳ ୧ ହଜାର ବର୍ଷ ବ୍ୟବଧାନରେ ବିଭିନ୍ନ ପର୍ଯ୍ୟାୟରେ ମୃତ ହୋଇଥିବା ବ୍ୟକ୍ତିଙ୍କ କଙ୍କାଳ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। କଙ୍କାଳର ଡିଏନ୍‌ଏ ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୨୩ଟି କଙ୍କାଳ ଦକ୍ଷିଣ ଏସିଆ ଅଞ୍ଚଳର, ୧୪ଟି ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳର ଓ ଜଣେ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଅଧିବସୀଙ୍କର ବୋଲି ରିପୋର୍ଟରୁ ଜଣାପଡିଛି। ଆଦି ମାନବଙ୍କ ଡିଏନ୍‌ଏ ପରୀକ୍ଷା କରିବା ଘଟଣା ଭାରତରେ ପ୍ରଥମେ କରାଯାଇଛି। ଏହା କରିବାରେ ହାଇଦ୍ରାବାଦର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ଭୂମିକା ମଧ୍ୟ ଏଥିରେ ରହିଛି। ମୋଟ୍‌ରେ ଗବେଷକମାନେ ୭୬ଟି କଙ୍କାଳର ନମୂନା( ୭୨ଟି ବଡ ଅସ୍ଥି ଓ ୪ଟି ଦାନ୍ତ) ପରୀକ୍ଷା କରିବା ପରେ ତାହା ମଧ୍ୟରୁ କିଛି ଭାରତୀୟ ଓ ବେଶି ୟୁରୋପୀୟଙ୍କ କଙ୍କାଳ ବୋଲି ଜାଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri