Posted inଫୁରସତ

ବିଚିତ୍ର ପରମ୍ପରା: ଭିଲ୍‌ ଜନଜାତିର ଗବରି ପର୍ବ

ଉଦୟପୁର: ରାଜସ୍ଥାନର ମେବାର ଅଞ୍ଚଳରେ ରହନ୍ତି ଭିଲ ସମ୍ପ୍ରଦାୟର ଜନଜାତି। ଏମାନଙ୍କୁ ମାନବ ଜାତିର ସବୁଠୁ ପୁରୁଣା ଜାତି ବୋଲି କୁହାଯାଏ। ଏହି ସମ୍ପ୍ରଦାୟର ଲୋକମାନେ ଭାଦ୍ରବ ମାସରେ ଲୋକନୃତ୍ୟନାଟିକା ଗବରି ପାଳନ କରନ୍ତି। ବାଂସବାଡା,ଡୁଙ୍ଗରପୁର, ରାଜସମନ୍ଦ ଓ ଉଦୟପୁରର କିଛି ଗାଁରେ ଏହା ଏବେ ପାଳନ କରାଯାଉଛି। ଏହି ପର୍ବ ୪୦ଦିନ ଧରି ଚାଲେ। ଗବରି କରୁଥିବା ଲୋକମାନେ ଏହି ଦିନମାନଙ୍କରେ ମଦ ପିଅନ୍ତିନାହିଁ କି ଜୋତା ପିନ୍ଧନ୍ତିନି। ସେମାନେ ତଳେ ଶୁଅନ୍ତି ଓ ଦିନବେଳା ଥରେ ଖାଆନ୍ତି। ଏହି ଲୋକନୃତ୍ୟ ଗାଁରେ ସୁଖଶାନ୍ତି ଆଣେ ବୋଲି ସେମାନେ ବିଶ୍ୱାସ କରନ୍ତି। ପୂରା ଗାଁ ଏହି ପର୍ବ ପାଳନରେ ମାତିଯାଆନ୍ତି। ମେବାର ବ୍ୟତୀତ ଗବରି ଲୋକ ପରମ୍ପରା ଦେଶରେ ଆଉ କେଉଁଠାରେ ପାଳନ କରାଯିବା ଦେଖାଯାଏନି। ଶିବ-ପାର୍ବତୀଙ୍କୁ କେନ୍ଦ୍ର କରି ଏହି ପର୍ବ ପାଳନ କରାଯାଏ। ଗବରି ପାଳନ କରାଯାଉଥିବା ଗାଁର ପ୍ରତ୍ୟେକ ଆଦିବାସୀ ପରିବାରରେ ଜଣେ ସଦସ୍ୟ ଏହି ବ୍ରତ ରଖନ୍ତି। ଯେଉଁ ଗାଁରେ ଝିଅଙ୍କର ବାହାଘର ହୋଇଥାଏ ସେହି ଗାଁକୁ ଗବରି ନୃତ୍ୟ କରୁଥିବା ବ୍ୟକ୍ତି ଯାଇ ନୃତ୍ୟ କରିଥାନ୍ତି। ମାଦଲ ଓ ଥାଳି ବଜାଇ ସେମାନେ ନୃତ୍ୟ କରନ୍ତି ଓ ଏହାକୁ ରାଇ ନୃତ୍ୟ କୁହାଯାଏ। ଏହି ନୃତ୍ୟ କେବଳ ପୁରୁଷମାନେ ହିଁ କରନ୍ତି। ଗବରି ଶବ୍ଦ ମା’ ଗୌରୀରୁ ଆସିଛି। ଏହାକୁ ଉଦ୍ଧବ ଶିବ-ଭସ୍ମାସୁର କଥା ବୋଲି ମାନିଥାନ୍ତି। ଗବରି ଅବସରରେ ଗଣପତି କାନାଗୁଜରି,ଯୋଗୀ ,ଲାକ୍ଷା ବଞ୍ଜାରା ଆଦି ଖେଳ ଅନୁଷ୍ଠିତ ହୋଇଥାଏ। ଏହି ଖେଳ ପାଇଁ ଭିଲ ଲୋକମାନେ ଗୈରଜା ମାତା ମନ୍ଦିରକୁ ଯାଇ ପାତି (ଖେଳିବା ପାଇଁ ଅନୁମତି) ଭିକ୍ଷା କରନ୍ତି। ଏହା ଏକ ପରମ୍ପରା। ଏହି ପରମ୍ପରା ଅନୁଯାୟୀ ଦେବୀଙ୍କୁ ପୂଜା କରାଯିବା ପରେ ମନ୍ଦିରରେ ଥିବା ପୂଜାରୀଙ୍କୁ ଯେତେବେଳେ ମା ପ୍ରସନ୍ନ ହୁଅନ୍ତି ସେତେବେଳେ ତାଙ୍କୁ ଗବରି ଖେଳିବା ପାଇଁ ଅନୁମତି ଭିକ୍ଷା କରାଯାଏ। ଏହା ପାଇବା ପରେ ଖେଳକୁ ବାହାରିଯାଆନ୍ତି ଭିଲ୍‌ମାନେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri