ରିଲାଏନ୍ସର ୧୦ ଲକ୍ଷ କୋଟିର ବଜାର ପଞ୍ଜୀକରଣ;କପଡା ଫ୍ୟାକ୍ଟ୍ରିରୁ ଶୀର୍ଷତ୍ୱ ଯାଏ ଯାତ୍ରା

ଗୁରୁବାର ସୂଚକାଙ୍କର ସର୍ବୋଚ୍ଚ ସ୍ତର ୪୧,୧୬୩.୭୯ ପଏଣ୍ଟ ରହିଥିଲା। ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ପ୍ରଥମ କମ୍ପାନୀ ଭାବେ ୧୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିଛି। ମିଡ କ୍ୟାପରେ ଏହି କମ୍ପାନୀର ପୁଞ୍ଜୀକରଣ ବୃଦ୍ଧି ଘଟି ୧୦, ୦୧, ୫୫୫.୪୨ ଲକ୍ଷ କୋଟି ଟଙ୍କା ରହିଥିବା ବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।
୧୦ ଲକ୍ଷ କୋଟି ବଜାର ପୁଞ୍ଜୀକରଣ ଲାଭ କରିବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବେ ଦେଶର ପ୍ରଥମ କମ୍ପାନୀ ଭାବେ ପରିଗଣିତ ହୋଇଛି। ଏହା ହାସଲ ଲାଗି କମ୍ପାନୀକୁ ୩୦ ବର୍ଷ ସମୟ ଲାଗିଛି। ଏକ କପଡା ଫ୍ୟାକ୍ଟ୍ରିରୁ କାରବାର ଆରମ୍ଭ କରି ଶକ୍ତି କ୍ଷେତ୍ରରେ ପ୍ରମୁଖ ସ୍ଥାନ ପରେ ଡିଜିଟାଲ ଏବଂ ରିଟେଲ ସେଗମେଣ୍ଟରେ ଏହା ଏବେ ବୃହତ୍ତ ପରିମାଣର ନିବେଶ କରିଛି। ନିବେଶକମାନେ ରିଲାଏନ୍ସ ଉପରେ ପ୍ରଗାଢ ଭରଷା ଦେଖାଇଛନ୍ତି। ୧୯୯୧ପରଠାରୁ ରିଲାଏନ୍ସର ଭାଲ୍ୟୁଏଶନରେ ୬୦,୬୪୨ ଗୁଣ ବୃଦ୍ଧି ଘଟିଛି। ଏହି ସମୟ ଅବଧିରେ କମ୍ପାନୀର ଶେୟାର ମୂଲ୍ୟ ୧୪,୨୦୦%ରୁ ଅଧିକ ବୃଦ୍ଧି ଘଟିଛି। ଏହି ସମୟରେ ମଧ୍ୟରେ ରିଲାଏନ୍ସ ଅନେକ ସଫଳତା ହାସଲ କରିଛି।
ମୁଡିସ ପକ୍ଷରୁ ରେଟିଂ ଲାଭ କରିବାରେ ଏହା ଦେଶର ପ୍ରଥମ କମ୍ପାନୀ ହୋଇ ପାରିଛି। ୨୦୧୯ରେ କମ୍ପାନୀ ୧୦,୦୦୦ କୋଟି ଟଙ୍କାର ତ୍ରୈମାସ ଲାଭ ହାସଲ କରିଛି। ୧୯୯୧ ଜାନୁୟାରୀ ୨ ପରଠାରୁ ୨୦୧୯ ନଭେମ୍ବର ୨୯ ମଧ୍ୟରେ ଏହି କମ୍ପାନୀର ବଜାର ପୁଞ୍ଜୀକରଣ ୬୦୦ ଗୁଣରୁ ଅଧିକ ବଢିଥିବା ରେକର୍ଡ କରାଯାଇଛି। ଏହି କ୍ଷେତ୍ରରେ ରିଲାଏନ୍ସ ଅନେକ ବଡ ବଡ କମ୍ପାନୀଙ୍କୁ ପଛରେ ପକାଇ ଦେଇଛି। ୨୦୦୯ ପରେ କମ୍ପାନୀ ଲାଭରେ ବୃଦ୍ଧି ଧାରା ଆରମ୍ଭ କରିଥିଲା। କମ୍ପାନୀର ଅଭିବୃଦ୍ଧିରେ ଋଣର ଅଂଶ ରହିଛି। ଯାହାକୁ ନେଇ ନିବେଶକ ଅଧିକାଂଶ ସମୟରେ ଚିନ୍ତା ପ୍ରକଟ କରିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚରେ କମ୍ପାନୀର ଋଣ ବଢି ୨.୮୭ ଲକ୍ଷ କୋଟି ଛୁଇଁଛି। ଏହା ୨୦୦୯ରେ ୭୨,୨୫୬ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri