୧.୮୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୯-୧୧: ଚଳିତ ସପ୍ତାହରେ ଲଗାତର ୨ ଦିନ ଦେଶର ପୁଞ୍ଜି ବଜାର କାରବାର ଉର୍ଦ୍ଧ୍ୱଗାମୀ ହେବା ଯୋଗୁ ନିବେଶକ ବେଶ ଲାଭବାନ ହୋଇଛନ୍ତି। ବୁଧବାର ଏବଂ ଗୁରୁବାର ଶେୟାର ବଜାରରେ ବେଶ ଉତ୍ସାହ ପରିଲକ୍ଷିତ ହେବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୧.୮୭ ଲକ୍ଷ କୋଟି ବଢିଛି। ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର କାରବାର ନୂଆ ରେକର୍ଡ ସ୍ତରରେ ବନ୍ଦ ହୋଇଥିବା ଜଣାପଡିଛି। ଗୁରୁବାର କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୧.୮୭ ଲକ୍ଷ କୋଟି ବଢି ୧,୫୫,୫୭,୪୮୪.୧୫ କୋଟି ଛୁଇଁଛି। ଏହି ସମୟରେ ସେନସେକ୍ସ ୩୦୮.୮୭ ପଏଣ୍ଟ ବଢିଛି।
ଜିଡିପି ଡାଟା ଶୁକ୍ରବାର ଘୋଷଣା ହେବାକୁ ଥିବା ସତ୍ତ୍ୱେ ପୁଞ୍ଜି ବଜାର ଉପରେ ଏହାର ପ୍ରଭାବ କମ୍‌ ରହିଛି। ବିଶ୍ୱ ବଜାରରୁ ନଗଦ ଦେଶର ପୁଞ୍ଜି ବଜାରକୁ ଆସିବା ଲାଗି ରହିଛି। ସେହିଭଳି ତୈଳ ଦରରେ ସ୍ଥିତାବସ୍ଥା,ଅର୍ଥନୀତି ଲାଗି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ବଜାର ଉପରେ ଭଲ ପ୍ରଭାବ ପକାଇଛି। ବିତ୍ତୀୟ ଧାରାକୁ ସମ୍ଭାଳିବା ଲାଗି ସରକାରଙ୍କ ପ୍ରୟାସ ଏବଂ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରଙ୍କ ଯୋଜନା ଯୋଗୁ ବଜାର ଉପରେ ଭଲ ପ୍ରଭାବ ପକାଇଥିବା ଜିଓଜିତ ଫାଇନାନସିଆଲ ସର୍ଭିସେସର ମୁଖ୍ୟ ବିନୋଦ ନାୟାର କହିଛନ୍ତି। ୩୦ ଶେୟାର ବିଶିଷ୍ଟ ସୂଚକାଙ୍କରେ ପ୍ରାୟ ୧୭ଟି ଉଚ୍ଚରେ ରହି ବନ୍ଦ ହୋଇଛି। ବିଏସ୍‌ଇର ୧୨୮୩ କମ୍ପାନୀଙ୍କ ଭଲ କାରବାର ହାସଲ କରିଥିବା ବେଳେ ୧୨୦୧ର କାରବାର ଖସିଛି। ସେହିଭଳି ୧୯୬ର କାରବାର ଅପରିବର୍ତ୍ତିତ ରହିଛି। ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚୀ ଯଥାକ୍ରମେ ୦.୯୭% ଏବଂ ୦.୪୬% ଉଚ୍ଚରେ ରହି ବନ୍ଦ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri