Posted inଖେଳ

ରାହିଲଙ୍କ ପାଇଁ ୮ ବର୍ଷ ପ୍ରତୀକ୍ଷାର ଅବସାନ

ଭୁବନେଶ୍ୱର, ୪।୧୧ (କ୍ରୀଡ଼ା ପ୍ରତିନିଧି):ମହମ୍ମଦ ରାହିଲ ମୌସିନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଅବିସ୍ମରଣୀୟ ହୋଇଛି। ଏହାର କାରଣ ମଧ୍ୟ ଅନେକ। ଅକ୍ଟୋବର ୨୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ସେ ଏଠାରେ ଭାରତ ପକ୍ଷରୁ ସିନିୟର ସ୍ତରରେ ଡେବ୍ୟୁ କରିଛନ୍ତି। କେବଳ ସେତିକି ନୁହେଁ ଦୀର୍ଘ ୮ ବର୍ଷର ପ୍ରତୀକ୍ଷା ପରେ ସେ ଜାତୀୟ ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ହାସଲ କରିଛନ୍ତି। ୨୦୧୪ରେ ରାହିଲ ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଆସିଥିଲେ, ଯାହାକି କେବେ ଭୁଲିବାର ନୁହେଁ। ମାତ୍ର ସେତେବେଳେ ଖେଳିବା ପାଇଁ ନୁହେଁ ବରଂ ସାଇ ହକି ହଷ୍ଟେଲ ସାଥୀମାନଙ୍କ ସହ ମିଶି ସେ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ଦେଖିବାକୁ ଆସିଥିଲେ। ଭାଗ୍ୟ ତାଙ୍କୁ ସେହି ଷ୍ଟାଡିୟମରେ ୮ ବର୍ଷ ପରେ ଜାତୀୟ ଦଳ ପକ୍ଷରୁ ଖେଳିବା ସୁଯୋଗ ଦେବ ବୋଲି କେବେ ଭାବି ନ ଥିଲେ। ୩୩ ଜଣିଆ କୋର୍‌ ଗ୍ରୁପ୍‌ରେ ସାମିଲ ଥିବାରୁ ରାହିଲଙ୍କୁ ଚଳିତ ବର୍ଷ ଜାତୀୟ ସିନିୟର କ୍ୟାମ୍ପ ପାଇଁ ଡକା ଯାଇଥିଲା। ସେଠାରୁ ପ୍ରୋ-ଲିଗ୍‌ ପାଇଁ ଦଳରେ ସାମିଲ କରାଯାଇଥିଲା।
”୨୦୧୪ରେ ମୁଁ ହଷ୍ଟେଲ ସାଥୀ ଖେଳାଳିଙ୍କ ସହ ଏଠାକୁ ଚାମ୍ପିୟନ୍ସ ଟ୍ରଫି ଦେଖିବାକୁ ଆସିଥିଲି। ସେଦିନ ଷ୍ଟାଡିୟମରେ ବହୁ ଦର୍ଶକ ଥିଲେ। ମୋର ଯାହା ମନେପଡ଼ୁଛି ଟିକେଟ ପାଇଁ ମୋତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଭାରତ-ପାକିସ୍ତାନ ସେମିଫାଇନାଲରେ ଷ୍ଟାଡିୟମର ପରିବେଶ ମୋତେ ଆହ୍ଲାଦିତ କରିଥିଲା। ଏଠାରେ ମୁଁ ବି ଦିନେ ଖେଳିବି ବୋଲି କେବେ ଭାବି ନ ଥିଲି। ତେଣୁ କଳିଙ୍ଗ ଷ୍ଟାଡିୟମରେ ପଦାର୍ପଣ ମ୍ୟାଚ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ। ମୁଁ ପ୍ଲେଇଂ ଇଲେଭେନରେ ଥିବା କଥା ଜଣାଇବା ପରେ ମୋ ପରିବାର ବହୁତ ଖୁସି। ମୋ ବାପା ବହୁତ ଗର୍ବ ଅନୁଭବ କରିଥିଲେ“ ବୋଲି ରାହିଲ ପ୍ରକାଶ କରିଛନ୍ତି। ମ୍ୟାଚ ଖେଳିବାଦିନ ସକାଳୁ ମୁଁ ନର୍ଭସ ଥିଲି। ଉତ୍ସାହ ଓ ଉଦ୍ଦୀପନା ଯୋଗୁ ମନରେ ବିଭିନ୍ନ କଥା ଆସିଥିଲା। ଏହି ସ୍ତରରେ ଭଲ ଖେଳିପାରିବି କି ନାହିଁ ବୋଲି ବିଚାର ଆସିଥିଲା। ଏ କଥା ମୁଁ ନୀଳକାନ୍ତ ଶର୍ମାଙ୍କୁ କହିଥିଲି। ସେ ମୋତେ କିଛି ନକାରାତ୍ମକ କଥା ଚିନ୍ତା ନ କରି ନିଜ ଉପରେ ବିଶ୍ୱାସ ରଖିବା ପାଇଁ ପରାମର୍ଶ ଦେଇଥିଲେ। ମୁଁ ପଡ଼ିଆକୁ ଯିବା ପରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିବା ଦେଖିଥିଲି। ଯଦିଓ ଆଚମ୍ବିତ ହୋଇଥିଲି ତେବେ ସେମାନେ ଜାତୀୟ ସଙ୍ଗୀତ ଗାନ କରିବା ସମୟରେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲି। କାରଣ କ୍ୟାରିୟରରେ ମୁଁ ୮ ବର୍ଷ ଧରି ଏହି କ୍ଷଣକୁ ଅପେକ୍ଷା କରିଥିଲି ବୋଲି ରାହିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri