ରାସ୍ତାରେ ଜୋତା ପଲିଶ୍‌ କରୁଥିବା ସନି ଏବେ ଇଣ୍ଡିଆନ ଆଇଡଲ୍‌-୧୧ର ବିଜେତା

ମୁମ୍ବାଇ: ଦିନ ଥିଲା ରାସ୍ତାକଡ଼ରେ ବସି ଏହି ଯୁବକ ଜୋତା ପଲିଶ୍‌ କରୁଥିଲେ। ହେଲେ ଆଜି ସେ ଇଣ୍ଡିଆନ ଆଇଡଲ ସିଜିନ-୧୧ର ବିଜେତା। ସେ ଆଉ କିଏ ନୁହଁନ୍ତି ପଞ୍ଜାବ ଭଟିଣ୍ଡାର ସନି ହିନ୍ଦୁସ୍ତାନୀ। ଗତକାଲି ପପୁଲାର ରିୟଲଟି ଶୋ’ ଇଣ୍ଡିଆନ ଆଇଡଲ ସିଜିନ-୧୧ର ଗ୍ରାଣ୍ଡ ଫିନାଲେ ଥିଲା। ଏଥିରେ ସନି ହିନ୍ଦୁସ୍ତାନୀ ବିଜେତା ହେବା ସହ ଏହି ଖା୍ୟାତି ହାସଲ କରିଥିଲେ। ତାଙ୍କୁ ଉତ୍ସାହିତ କରିବା ପାଇଁ ଶୋ’ରେ ତାଙ୍କ ପରିବାର ମଧ୍ୟ ସାମିଲ ହୋଇଥିଲେ। ଶୋ’ର ଆଙ୍କର ତାଙ୍କ ନାଁ ଘୋଷଣା କରିବା ସମୟରେ ସେ ହତବାକ୍‌ ହେବା ସହ ଭାବୁକ ହୋଇପଡ଼ିଥିଲେ। ସିଜିନ୍‌ ୧୧ର ବିଜେତା ହେବା ପରେ ତାଙ୍କୁ ଏକ ଟ୍ରଫି ଓ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ଏଥିସହ ଅନ୍ୟ ରର୍ନସଅପ୍‌ଙ୍କୁ ୫ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି। ଏହାପରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନିଜ ସଂଘର୍ଷର ପୂରା ଶ୍ରେୟ ମା’ଙ୍କୁ ଦେଇଥିଲେ। ଏଥିସହ ଏହି କାର୍ଯ୍ୟକ୍ରମରେ ତାଙ୍କର ପୁରା ଯାତ୍ରାକୁ ସନି ମନେପକାଇଥିଲେ।

ଶୋ’ରେ ଆସିବା ପରେ ସନିଙ୍କ ନିଜ ଘରର ଅବସ୍ଥା ବିଷୟରେ କହିଥିଲେ। ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ପୂର୍ବରୁ ଜୋତା ପଲିଶ୍‌ କରୁଥିଲେ ଏବଂ ତାଙ୍କ ମା’ ଅନ୍ୟ ଘରେ କାମ କରି ପରିବାର ଚଳାଉଥିଲେ ବୋଲି ସେ କହିଥିଲେ। ତାଙ୍କର ଏହି ଦୁଃଖଦ କାହାଣୀ ଶୁଣି ସବୁ ଜଜ୍‌ ସେହି ସମୟରେ ଭାବୁକ ହୋଇପଡ଼ିଥିଲେ। ଏହି ଶୋ’ ୨୦୧୯ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଶୋ’ରେ ଆସିବା ସମୟରେ ସନିଙ୍କ ମନରେ ଟିକେ ଭୟ ଥିବା ବେଳେ ଅଳ୍ପବହୁତ ସେ ନର୍ଭସ ଥିଲେ। ହେଲେ ସମୟକ୍ରମେ ତାଙ୍କର ସଙ୍ଗୀତର ଜାଦୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଆକୃଷ୍ଟ କରିଥିଲା। ସଙ୍ଗୀତର ଏହି ଯାତ୍ରା ମଧ୍ୟରେ ସେ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ପଙ୍ଗା’ରେ ମଧ୍ୟ ଗୀତ ଗାଇଛନ୍ତି। ଏଥିସହ ସେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶଙ୍କର ମହାଦେବନଙ୍କ ସହ ଗୀତ ଗାଇଛନ୍ତି। ତାଙ୍କ ଗୀତ ଶୁଣିବା ପରେ ଶଙ୍କର ତାଙ୍କ ସହ ଗୀତ ଗାଇବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?