ରାସ୍ତାରେ କାର୍ଯ୍ୟାଳୟ ଚଳାଇଲେ ଅପରାଜିତା

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ)ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନ ପାଳନ ସମୟରେ ଗହଳି କରି କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ପକ୍ଷରୁ ୧୫ ଦିନ ପର୍ଯ୍ୟନ୍ତ ସିଲ କରିଦିଆଯାଇଛି। ଏହାପରେ ସେ ଗଣମାଧ୍ୟମ ଆଗରେ ଶାସକ ଦଳ ନେତା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ରାସ୍ତାରେ ନିଜ କାର୍ଯ୍ୟାଳୟ ଚଳାଇବା ଆରମ୍ଭ କରିଛନ୍ତି। ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଶାସକ ଦଳ ନେତାଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଆଶା କରିଛନ୍ତି। ରବିବାର ଅପରାଜିତା ଭୁବନେଶ୍ୱରର ମଧ୍ୟ ନିର୍ବାଚନମଣ୍ଡଳୀରେ ଜନଶୁଣାଣି କରିଛନ୍ତି। ନିଜ ଲୋକ ସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅଫିସ ସିଲ୍‌ ଯୋଗୁ ଆସନ୍ତା ୧୫ଦିନ ରାସ୍ତା ଉପରେ କାର୍ଯ୍ୟ କରିବି। ତାଙ୍କ ଭିତରେ କ୍ରୋଧ କିମ୍ବା କାହା ପ୍ରତି ନକାରାତ୍ମକ ଭାବନା ନାହିଁ। ବିକାଶ ପ୍ରକ୍ରିୟା ଜାରି ରହିଛି। ସେ ଆହୁରି କହିଛନ୍ତି, ତାଙ୍କ ସଭା ସମିତିରେ କିପରି ସାମାଜିକ ଦୂରତା ରହିବ ତାହା ପ୍ରଶାସନର କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ ପଚାରି ଚିଠି ଲେଖିଛନ୍ତି। ୧୫ଦିନରେ ତଦନ୍ତ ଲାଗି ଚିଠିରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ୟୁପି-ପଞ୍ଜାବ ସମେତ ୫ ରାଜ୍ୟରେ ନଭେମ୍ୱର-ଡିସେମ୍ୱରରେ ହୋଇପାରେ ବିଧାନସଭା ନିର୍ବାଚନ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ପ୍ଲାନ

ନୂଆଦିଲ୍‌ଲୀ,୧୪।୬: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri