ରାସ୍ତାକୁ ଗାଈ ଛାଡ଼ିଲେ ଧରିନେବ ସ୍କ୍ବାଡ୍‌

ଭୁବନେଶ୍ୱର, ୧।୨(ବ୍ୟୁରୋ): ଏଣିକି ରାସ୍ତାକୁ ଗାଈ ଛାଡ଼ିଲେ ମାଲିକ ଗଣିବେ ୫ହଜାର ଜରିମାନା। ନଚେତ୍‌ ପାଳିତ ଗାଈକୁ ହରାଇବାକୁ ପଡ଼ିବ। ଏଭଳି କଡା ନିଷ୍ପତ୍ତି ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ରାଜଧାନୀ ତଥା ଉପକଣ୍ଠ ଅଞ୍ଚଳ ରାସ୍ତାରେ ଦଳ ଦଳ ହୋଇ ରହୁଥିବା ଗୋରୁ ପଲ ଯୋଗୁ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ବଢ଼ୁଛି। ଏନେଇ ବିଏମ୍‌ସିର ଚିନ୍ତା ବଢ଼ିଛି। ଗୋ-ମଙ୍ଗଳ କାର୍ଯ୍ୟ ଖସଡ଼ାକୁ ଗୁରୁତ୍ୱ ଦିଆଯିବା ସହ ଦୁର୍ଘଟଣା ଜନିତ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବିଏମ୍‌ସି ଅଞ୍ଚଳରେ ପ୍ରାୟ ୧୨ ହଜାର ଗୃହପାଳିତ ଗାଈ ଅଛନ୍ତି। ମାଲିକମାନେ ବିଭିନ୍ନ ସମୟରେ ସେମାନଙ୍କ ଗାଈକୁ ଖୋଲାରେ ଛାଡ଼ିଦେଇଥାନ୍ତି। ତେଣୁ ଏଥିଯୋଗୁ ସୃଷ୍ଟି ହେଉଥିବା ସମସ୍ୟାକୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ କେତେକ ନିଷ୍ପତ୍ତି ନିଆଯାଇଥିଲା। ମିଳିଥିବା ସୂଚନାନୁସାରେ, ଆସନ୍ତା ମାର୍ଚ୍ଚ ମାସଠାରୁ ଗୃହପାଳିତ ଗାଈଙ୍କୁ ରାସ୍ତା ଉପରେ ଦେଖିଲେ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ଧରିନେବ। କାଞ୍ଜିଆହୁଦାରେ ୩ଦିନ ପାଇଁ ରଖାଯିବ। ଏହି ସମୟ ମଧ୍ୟରେ ମାଲିକମାନେ ଜରିମାନା ଦେଇ ସେମାନଙ୍କ ଗାଈକୁ ନେବେ। ଦ୍ୱିତୀୟଥର ଏପରି ବେଆଇନ କାର୍ଯ୍ୟ କଲେ ସମ୍ପୃକ୍ତ ମାଲିକଙ୍କୁ ଆଉ ଗାଈଟିକୁ ଫେରାଯିବ ନାହିଁ। ତାହାକୁ ବିଏମ୍‌ସି ନିକଟ ଜିଲାର ଗୋପାଳନ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ହସ୍ତାନ୍ତର କରିବ ବୋଲି ବିଏମ୍‌ସି ଡେପୁଟି କମିଶନର ତଥା ଗୋ-ମଙ୍ଗଳ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଶ୍ୟାମସୁନ୍ଦର ସେଠୀ କହିଛନ୍ତି।
ବୈଠକରେ ସବ୍‌ଡିଭିଜନାଲ ଭେଟେରିନାରି ଅଧିକାରୀ ଡକ୍ଟର ସୁଧୀର କୁମାର ସେନାପତି, ନୋଡାଲ ଅଫିସର ତ୍ରିଲୋଚନ ସାହୁ, ଗୋ-ମଙ୍ଗଳ ପରାମର୍ଶଦାତା ଡ. ମହେଶ ମିଶ୍ର ଏବଂ ଆଇନ ପରାମର୍ଶଦାତା ରାମକୃଷ୍ଣ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଗୋ-ମଙ୍ଗଳର କାର୍ଯ୍ୟ ଖସଡା ବାବଦରେ ଆଲୋଚନା କରିଥିଲେ। ତେବେ ଭବିଷ୍ୟତରେ ଷଣ୍ଢ ଓ ଗାଈମାନଙ୍କ ମଙ୍ଗଳ ନିମନ୍ତେ ବିଏମ୍‌ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଜନସଚେତନତା ଜାରି ରଖିବ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri