ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଚୁକ୍ତିକୁ ଇରାନ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିଥିବା ଘୋଷଣା କରିଛି। ଆମେରିକା ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ଇରାନ ଏହି ପଦକ୍ଷେପ ନେଇଛି ବୋଲି ଦେଶର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଗରିବାବାଦୀ ସୂଚନା ଦେଇଛନ୍ତି ।
ଏହି ନିଷ୍ପତ୍ତି ସହ ଦୁଇ ଦେଶ ମଧ୍ୟରେ ଶାନ୍ତିର ଶେଷ ସୂତାଖିଅଟି ମଧ୍ୟ ଛିଣ୍ଡିଯାଇଛି। ଉଭୟ ଦେଶ ପରସ୍ପରର ରଣନୀତିକ ଏବଂ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ଜୋରଦାର ଆକ୍ରମଣ କରିଛନ୍ତି ।

