ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଞ୍ଚ

ଟେଲିଯୋଗାଯୋଗ କ୍ଷେତ୍ର ଦିନକୁ ଦିନ ବ୍ୟାପକ ଆକାର ଧାରଣ କରୁଛି। ଏଥିରେ ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ଆଖିପିଛୁଳାକେ ଅନେକ ପରିବର୍ତ୍ତନ ଆସିପାରୁଛି। ଭାରତୀୟ ଟେଲିକମ୍‌ ଶିଳ୍ପର ସମ୍ଭାବ୍ୟ ଭିତ୍ତିଭୂମି ରାଜସ୍ବ ୨୦୨୩ ସୁଦ୍ଧା ୨୧,୫୦୦ କୋଟି ଟଙ୍କାରୁ ୩୧,୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଗଲାଣି। ସେଥିପାଇଁ ଏହି କ୍ଷେତ୍ରରେ ୬୬,୦୦୦ କୋଟି ଟଙ୍କାରୁ ୯୩,୦୦୦ କୋଟି ଟଙ୍କା ଯାଏ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଲଣ୍ଡନଭିତ୍ତିକ ବହୁରାଷ୍ଟ୍ରୀୟ ପେସାଦାର ସେବା ସଂସ୍ଥା ‘ଏର୍ନେଷ୍ଟ ଆଣ୍ଡ୍‌ ୟଙ୍ଗ’ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏଥିରୁ ବୁଝିବାକୁ ହେବ ଯେ, ଜନସଂଖ୍ୟାବହୁଳ ଭାରତବର୍ଷରେ ଟେଲିକମ୍‌ ଶିଳ୍ପର ଭବିଷ୍ୟତ ବହୁତ ଉଜ୍ଜ୍ୱଳ। ହେଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌) ଏବେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବାରୁ ଏଥିପ୍ରତି ସରକାରଙ୍କ ନଜର ପଡ଼ୁନାହିଁ। ଅନ୍ୟପକ୍ଷରେ ଘରୋଇ ଟେଲିକମ୍‌ ସଂସ୍ଥାର କଳେବର କିଭଳି ବୃଦ୍ଧି ପାଇବ ସେଥିଲାଗି ଅନେକ ତତ୍ପରତା ଦେଖିବାକୁ ମିଳୁଛି। ନିକଟରେ ଏକ ଘଟଣାରୁ ରାଷ୍ଟ୍ରାୟତ୍ତ ଟେଲିକମ୍‌ ଉଦ୍ୟୋଗ ପ୍ରତି ଥିବା ବୀତସ୍ପୃହଭାବ ସାମ୍ନାକୁ ଆସିଛି। ଭାଜପାର ଓମ୍‌ ମାଥୁରଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସଭାର ହାଉସ୍‌ କମିଟି ନିକଟରେ ଏକ ପ୍ରସ୍ତାବ ଦେଇଛି ଯେ, ବିଏସ୍‌ଏନ୍‌ଏଲ୍‌ କିମ୍ବା ଏମ୍‌ଟିଏନ୍‌ଏଲ୍‌ ପରିବର୍ତ୍ତେ ଏମ୍‌ପିମାନଙ୍କୁ ଘରୋଇ ଟେଲିକମ୍‌ କମ୍ପାନୀର ସେବା ଯୋଗାଇ ଦିଆଯାଉ। କାରଣ ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିମ୍ନମାନର ସେବା ପ୍ରଦାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏମ୍‌ପିମାନେ ଇଣ୍ଟରନେଟ୍‌ ସମେତ ଯୋଗାଯୋଗ ଖର୍ଚ୍ଚ ବାବଦକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସେବା ପାଇପାରୁଛନ୍ତି। ସେମାନଙ୍କୁ ୩ଟି ଟେଲିଫୋନ୍‌ ସଂଯୋଗ ଦିଆଯାଉଛି, ସେଥିରୁ ଗୋଟିଏରେ ବ୍ରଡ୍‌ବ୍ୟାଣ୍ଡ ଉପଲବ୍ଧ ହୋଇପାରୁଛି। ଦି ହାଉସିଂ ଆଣ୍ଡ୍‌ ଟେଲିଫୋନ୍‌ ଫେସିଲିଟିଜ୍‌ (ମେମ୍ବର୍ସ ଅଫ୍‌ ପାର୍ଲାମେଣ୍ଟ) ରୁଲ୍ସ, ୧୯୫୬ ଅନୁଯାୟୀ ଏମ୍‌ପିମାନେ ପ୍ରତିବର୍ଷ ୫୦,୦୦୦ ମାଗଣା କଲ୍‌ କରିବାର ସୁବିଧା ରହିଛି।
ଏମ୍‌ପିମାନେ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ପଛର ମୁଖ୍ୟ କାରଣ ହେଉଛି ଗୁଣାତ୍ମକ ସେବା ନ ପାଇବା। ଅବଶ୍ୟ ଯେତେବେଳେ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ଲୋକଙ୍କୁ ଆଶାନୁରୂପ ଗୁଣାତ୍ମକ ସେବା ଯୋଗାଇପାରୁ ନାହାନ୍ତି, ସେତେବେଳେ ସରକାରୀ ସଂସ୍ଥା ବିରୋଧରେ ଅଭିଯୋଗ ଆସିବା ବଡ଼ କଥା ନୁହେଁ। ଆଜିକା ସମୟରେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ପାଣ୍ଠି ଅଭାବଜନିତ ସମସ୍ୟାରେ ପଡ଼ି ଉବୁଟୁବୁ। ଏପରିକି ଦୈନନ୍ଦିନ ଖର୍ଚ୍ଚ ସହ କର୍ମଚାରୀଙ୍କ ଦରମା ଦେବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଏସବୁ ବିଷୟ ଜାଣିଥିଲେ ମଧ୍ୟ ଅର୍ଥ ମନ୍ତ୍ରଣାଳୟ ଟେଲିକମ୍ୟୁନିକେଶନ ବିଭାଗ (ଡଟ୍‌) ପକ୍ଷରୁ ୭୪,୦୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ନିକଟରେ ପ୍ରତ୍ୟାଖ୍ୟାନ କରିଦେଇଛି। ଏହି ପରିପ୍ରେକ୍ଷୀରେ ରୁଗ୍‌ଣ ଅବସ୍ଥାରେ ଥିବା ଉକ୍ତ ଦୁଇ ସଂସ୍ଥା ପ୍ରତି ସମ୍ପୃକ୍ତ ମନ୍ତ୍ରଣାଳୟ ଉଚିତ ନିଷ୍ପତ୍ତି ନେଇଛନ୍ତି କି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।
କୁହାଯାଉଛି ତଥ୍ୟ ହେଉଛି ଆଜି ଦୁନିଆର ନୂଆ ତୈଳ। ଅର୍ଥାତ୍‌ ଯାହା ପାଖରେ ଯେତେ ତଥ୍ୟ ଅଛି ସେ ସେତେ ଧନୀ। ଏଭଳି ସ୍ଥଳେ ଏକ ବାସ୍ତବ ଦିଗ ପ୍ରତି ଦୃଷ୍ଟିପାତ କରାଯାଇପାରେ। ଅନାଦାୟ ଋଣ ବା ଏନ୍‌ପିଏରେ ବୁଡ଼ି ରହିଥିବା ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ବଞ୍ଚାଇ ରଖିବାକୁ ସରକାର ଆପ୍ରାଣ ଚେଷ୍ଟା କରୁଛନ୍ତି। ଏହା ସତ୍ତ୍ୱେ ସଫଳତାର ପ୍ରତିଶତ କ୍ଷୀଣ। ଅନ୍ୟପକ୍ଷରେ ଟେଲିକମ୍‌ କ୍ଷେତ୍ରର ଅଭିବୃଦ୍ଧି ଘଟୁଥିବାରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ଆର୍ଥିକ ସମର୍ଥନ ଦିଆଯାଇପାରିଲେ, ଭବିଷ୍ୟତରେ ଲାଭ ଦେଇପାରନ୍ତେ। ଏମିତି ଦେଖିଲେ ଏହି ଦୁଇ ସଂସ୍ଥାର ବ୍ୟାପକ ଭିତ୍ତିଭୂମି ସରକାରଙ୍କ ପାଇଁ ସମ୍ପତ୍ତି ଭଳି ରହିଛି। କେବଳ ସେଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଖଞ୍ଜାଯାଇ ତା’ର ରୂପ ବଦଳାଇ ଦିଆଯାଇପାରିଲେ ଲାଭ ପରିମାଣ ବଢ଼ିପାରନ୍ତା। ଅର୍ଥ ମନ୍ତ୍ରଣାଳୟ ଡଟ୍‌ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ସ୍ବାବଲମ୍ବୀ ହେବା ଲାଗି ଅଣ୍ଟା ଭିଡ଼ିଲାଣି। ଉପଯୁକ୍ତ ସ୍ବେଚ୍ଛାକୃତ ଯୋଜନା, ୪ଜି ସ୍ପେକ୍ଟ୍ରମ୍‌ ଓ ସମ୍ପତ୍ତିକୁ ମୁଦ୍ରାରେ ପରିଣତ କରିବା ଭଳି ପଦକ୍ଷେପ ଦ୍ୱାରା ତିଷ୍ଠି ରହିବା ଲାଗି ପ୍ରୟାସରତ। କଥା ଉଠୁଛି, ଯେତେବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମିଶନ ବିଫଳ ହେବା ସତ୍ତ୍ୱେ ସେଥିରେ ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାରେ ସରକାର ବ୍ୟସ୍ତ ରହୁଛନ୍ତି, ସେତେବେଳେ ସାମାନ୍ୟ ଅର୍ଥ ଛିଞ୍ଚି ଦେଲେ ରାଷ୍ଟ୍ରାୟତ୍ତ ଟେଲିକମ୍‌ ସଂସ୍ଥାଗୁଡ଼ିକ ବଞ୍ଚିପାରନ୍ତେ। ସମୟ ଥିଲା ବିଏସ୍‌ଏନ୍‌ଏଲ୍‌ ସମ୍ପୂର୍ଣ୍ଣ ସରକାରୀ ଥିଲା ବେଳେ ଏହା ସେବା ଯୋଗାଇବାରେ ସେଭଳି ସକ୍ଷମ ହେଉ ନ ଥିଲା। ନିଗମ ହେବା ପରେ ଗୁଣାତ୍ମକ ସେବାରେ ଅନେକ ଉନ୍ନତି ଆସିପାରିଥିଲା। ତେଣୁ ତାହାକୁ ପାଣି ଦେଇ ବଞ୍ଚାଇପାରିଲେ ପୁଣି ଜିଇ ଉଠନ୍ତା। ସମସ୍ତେ ଜାଣନ୍ତି ଯେ, ସରକାରୀ ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ହେଉଛନ୍ତି ଅଣଲାଭଦାୟକ ସଂସ୍ଥା। ସେମାନଙ୍କର ସାମାଜିକ ଦାୟିତ୍ୱବୋଧ ରହିଛି। ଅପରପକ୍ଷରେ ଘରୋଇ ସଂସ୍ଥା ସାମାଜିକ ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥାଏ। ଏଥିସହିତ ଘରୋଇ ସଂସ୍ଥାଗୁଡ଼ିକ ତଥ୍ୟ ଅପବ୍ୟବହାର ଓ ହେରଫେର ବା କାରସାଦି କରୁଥିବାରୁ ଏଗୁଡ଼ିକୁ ମୁକ୍ତ ଭାବେ ବିଚରଣ କରିବାକୁ ଦିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri