Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କ ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲିଯାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେବେ।
ବୃଷ
ବୃଷ
କର୍ମଜଞ୍ଜାଳ ଦିନଟିକୁ ବ୍ୟସ୍ତତା ମଧ୍ୟରେ ଅତିବାହିତ କରାଇବ। ଦିନଟିରେ ବହୁତଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ, କିନ୍ତୁ ସମୟାନୁକ୍ରମେ ସବୁ ଠିକ୍‌ ହୋଇଯିବ। ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ୍‌ ଦୂର ହେବ। ସଭାସମିତି, କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।
ମିଥୁନ
ମିଥୁନ
କର୍ମକ୍ଷେତ୍ର ସକାଶେ ଦିନଟି ଶୁଭଙ୍କରୀ ହେବ। ମଧୁର ବ୍ୟବହାର,ସୌଜନ ଓ ସୌହାର୍ଦ୍ଦ୍ୟତା ଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ। ସକାଳୁ ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତ ହୋଇପଡିବେ। ଶତ୍ରୁତା ହେତୁ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ଉନ୍ନତ ଚିନ୍ତା,ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସୀ ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ସଫଳତା ହାସଲ କରିବେ। ଆକର୍ଷଣୀୟ ଭାବମୂର୍ତ୍ତି ପଦସ୍ଥ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ଆଦୃତି ଲାଭ କରିପାରନ୍ତି।
ସି˚ହ
ସି˚ହ
କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନ ନେଇ ନୀରବଦ୍ରଷ୍ଟା ଭାବରେ ପଛେଇ ରହିବେ। କେତେକ ଅଶାନ୍ତ ଭାବନା ମନକୁ ଅସ୍ଥିର କରି ରଖିପାରେ। କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡି ଚାଲିଲେ ମଧ୍ୟ ସାଧାରଣ ଝଟକାରୁ ବାଦ୍‌ ପଡିବ ନାହିଁ। ପ୍ରତ୍ୟେକ କଥାକୁ ପଛକୁ ପକାଇ ପାରିବାରିକ କ୍ଷେତ୍ରକୁ ପୂର୍ବବତ୍‌ ସୁସ୍ଥ ରଖିପାରିବେ।
କନ୍ୟା
କର୍ମକ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡିପାରନ୍ତି। ଅନାବଶ୍ୟକ ଜନିଷଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ରହିଲେ ମଧ୍ୟ ଗୁରୁତର ଆକାର ଧାରଣ କରିବ ନାହିଁ। ନିକଟ ସମ୍ପର୍କୀୟମାନେ ଆଗରେ କିଛି ନ କହିଲେ ମଧ୍ୟ ପଛରେ ଶ୍ରୁତିକଟୁ କଥା କହିପାରନ୍ତି।
ତୁଳା
ତୁଳା
ଦେହରେ ବସାବାନ୍ଧି ରହିଥିବା ରୋଗର ପ୍ରାଦୁର୍ଭାବ ଆଜି ଦେଖିବାକୁ ମିଳିପାରେ। ବନ୍ଧୁଟି ଠିକଣା ସମୟରେ ବିଭିନ୍ନ ଆଳ ଦେଖାଇ ଦୂରେଇ ରହିବ। କର୍ମକ୍ଷେତ୍ରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଉପରିସ୍ଥ ଅଫିସର ଭୁଲ୍‌ ବୁଝିପାରନ୍ତି। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେଖାଦେଇପାରେ।
ବିଛା
ବିଛା
ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ସଫଳ ହେବା ଦୁରୂହ ହୋଇପଡିବ। ମନର ଦୁଃଖକୁ ମନ ଭିତରେ ଲୁଚାଇ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରକ୍ରାନ୍ତ କରିପାରେ। କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡିପାରନ୍ତି।
ଧନୁ
ଧନୁ
ନିଜର ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ସନ୍ଦେହ, ଅବିଶ୍ୱାସ ଓ ଭୁଲ୍‌ ବୁଝାମଣା ହେତୁକ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ନ ରହିପାରେ। କିନ୍ତୁ ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଉନ୍ନତମାନର ଫଳ ମିଳିବ।
ମକର
ମକର
କର୍ମ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧା ଓ ସୁଯୋଗ ପାଇପାରିବେ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ଦୀର୍ଘଦିନରୁ ସାହାଯ୍ୟ ପରିପ୍ରେକ୍ଷୀରେ ଦେଇଥିବା ବକେୟା ଅର୍ଥକୁ ଯୁକ୍ତିତର୍କ ମାଧ୍ୟମରେ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ପାରିବାରିକ ଓ କର୍ମକ୍ଷେତ୍ର ସୁନ୍ଦର ଓ ସାବଲୀଳ ରହି ପ୍ରୀତିପ୍ରଦ ହେବ। ଦୀର୍ଘଦିନରୁ ଚିନ୍ତାକରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଧାତୁ ଅଳଙ୍କାରାଦି କ୍ରୟ କରିବାର ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ସମାଧାନ ପୂର୍ବକ ଉନ୍ନତି ପରିଲକ୍ଷିତ ହେବ। ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ।
ମୀନମୀନ
ରୋକ୍‌ଠୋକ୍‌ କଥା ବିଜ୍ଞ ବ୍ୟକ୍ତିମାନଙ୍କ ଦ୍ୱାରା ଗ୍ରହଣୀୟ ହେବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ମିଥ୍ୟାବାଦିନୀ ଦୋଷାରୋପ ଲଗାଇପାରନ୍ତି। ସଭାସମିତି, ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରିପାରିବାରେ ଅସୁବିଧା ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?