Posted inRasifala

ରାଶିଫଳ: ରବିବାର, ଜୁନ୍‍ ୩ ତାରିଖ – Daily Horoscope

ମେଷ
ରାଶିରେ ଶୁକ୍ର ଓ ଦ୍ୱିତୀୟରେ ଚନ୍ଦ୍ର ହେତୁ ମାନସିକ ସ୍ଥିତି ବହୁତ ଭଲ ରହିବ। ଆଜି ଆପଣ ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବାରେ ସମର୍ଥ ହେବେ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହୋଇପାରନ୍ତି। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌ ହେବେ।
ବୃଷ
ବୃଷ
ଆପଣଙ୍କର ମନ ଯେମିତି ଉଚ୍ଚ କାମ ମଧ୍ୟ ତଦନୁରୂପ ହେବା କାରଣରୁ ଦିନଟି ହସଖୁସିରେ ଅତିବାହିତ ହେବ। ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ କରିପାରିବେ। ବ୍ୟବସାୟ, ପରିବହନ, ବାଣିଜ୍ୟ, କଳା, ସାହିତ୍ୟ, ଚଳଚ୍ଚିତ୍ର, ସଭାସମିତି, ସାମ୍ବାଦିକତା,ଏଜେନଶିପ୍‌ରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ପାପଗ୍ରହ ପ୍ରଭାବରେ ମନ ଓ କାମ ସମସ୍ୟା ବହୁଳ ରହିଲେ ମଧ୍ୟ କୌଣସି କ୍ଷେତ୍ରରେ ପଳାୟନପନ୍ଥୀ ହେବେ ନାହିଁ। ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ବିବଦମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସି ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ଏକାଦଶ ସ୍ଥାନରେ ରବି ଓ ଚନ୍ଦ୍ରଙ୍କ ସ୍ଥିତି କାରଣରୁ ଆଜି ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ଦୂର ହେବ। ବ୍ୟବସାୟ, ଆଲୋଚନା କ୍ଷେତ୍ରରେ ସଫଳତାର ଶୀର୍ଷରେ ଉପନୀତ ହେବେ। ଚେଷ୍ଟା କରୁଥିବା କାମରୁ ସୁଫଳ ପାଇବେ ଓ ସାମାଜିକ ସ୍ତରରେ ସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ଯାହା କଲେ ମଧ୍ୟ ଅଳ୍ପଖର୍ଚ୍ଚରେ ତାହା କରିପାରିବେ ନାହିଁ। ଆକସ୍ମିକ ଭାବରେ ବାହାରକୁ ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ମନ ବିଚଳିତ ରହିବା କାରଣରୁ କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଅସମର୍ଥ ହେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି।
କନ୍ୟା
କର୍ମାଧିପ ପାପଗ୍ରହଯୁକ୍ତ ହେତୁ ସମସ୍ୟା ମଧ୍ୟରେ ଦୈହିକ ଅସୁସ୍ଥତା କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ବହୁତ ଦିନରୁ ଲାଗି ରହିଥିବା ଘରୋଇ ସମାସ୍ୟାର ସମାଧାନ ସକାଶେ ଜଣେ ଆତ୍ମୀୟ ସାହାଯ୍ୟ କରିପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।
ତୁଳା
ତୁଳା
ଶୁକ୍ରଙ୍କ ଶୁଭଦୃଷ୍ଟି ଆଜି ଆପଣଙ୍କ ସୁଖ, ସନ୍ତୋଷର ପୃଷ୍ଠଭୂମି ପାଲଟିଯିବ। କିନ୍ତୁ ବିଶାଖା ନକ୍ଷତ୍ରର କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛି ନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଯୁକ୍ତିତର୍କ ଜନିତ ପାରିବାରିକ କ୍ଷେତ୍ରରେ ନିଜର ନିଷ୍ପତିକୁ ହଠାତ୍‌ ବଦଳାଇ ଦେଇ ପାରନ୍ତି।
ବିଛା
ବିଛା
ଅସଫଳତା କାରଣରୁ ମନରେ ଅଶାନ୍ତି ରହିଥିଲେ ମଧ୍ୟ ସାଧାରଣ କଥାରେ ରାଗି ପରିସ୍ଥିତିକୁ ସରଗରମ କରିପାରନ୍ତି। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ। ପ୍ରତ୍ୟେକ ସ୍ତରରେ ସହମତି ଭିତିରେ କାମ କଲେ ଉପକୃତ ହେବେ। ସଙ୍ଗଠନ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ।
ଧନୁ
ଧନୁ
ଦୈହିକ ଓ ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ କିଛିଟା ସାନ୍ବନା ମିଳିପାରେ। ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା କାରଣରୁ ହାତକୁ ନେଇଥିବା କାମଟିକୁ ସମ୍ପନ୍ନ କରି ପାରିବେ ନାହିଁ।
ମକର
ମକର
ଆଜିର ଗ୍ରହସ୍ଥିତି କାରଣରୁ ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ଭଲ ରହିବ। ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ଭାବରେ ସଫଳତାର ଶୀର୍ଷକୁ ଛୁଇଁବାର ସମ୍ଭାବନା ରହିଛି। କାହା ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇପାରନ୍ତି।
କୁମ୍ଭ
କୁମ୍ଭ
ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ଫଳରେ ଆପଣଙ୍କର କୌଣସି କାମ ଅଟକି ରହିବ ନାହିଁ। ପ୍ରଶାସନିକ, ରାଜନୈତିକ ଓ ସାମାଜିକ ସ୍ତରରେ ନିଜର ପତିଆରା ବୃଦ୍ଧି ପାଇବାର ଆଶା ରହିଛି। ସାଧାରଣ ମନେ ନକରି ପିଲାମାନଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ଭଲ ହେବ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ।
ମୀନମୀନ
ଆଜିର ପୂଜାପାର୍ବଣ, ଆନୁଷ୍ଠାନିକ କାମ କିମ୍ବା ସଭାସମିତିରେ ବନ୍ଧୁମାନଙ୍କ ଦ୍ୱାରା ଆଦରଣୀୟ ରହିବେ। ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ଏକ ଭିନ୍ନ ପରିବେଶରେ ପୁଣି ଯୋଡି ହୋଇଯିବ। ଜମିଜମା କାରବାର, କଳ, କାରଖାନା, ହୋଟେଲ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ। ଭ୍ରମଣ ହେତୁକ ଅବସାଦ ଦେଖାଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri