Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୯ ତାରିଖ – Daily Horoscope

ମେଷ
ଚନ୍ଦ୍ର ସହ ଗୁରୁଶୌରୀ ଯୋଗର ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡାଇ ନେବେ। କୌଣସି ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ କୁପ୍ରଭାବରୁ ମତାନ୍ତରଜନିତ ଅନର୍ଥ ସୃଷ୍ଟି ସମ୍ଭାବନା ରହିଛି। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
ବୃଷ
ବୃଷ
ଦ୍ୱିଜା ନକ୍ଷତ୍ର ବାଧ୍ୟବାଧକତାରେ ମନ ଚାହୁଁ ନ ଥିବା କେତେକ କାମ ପରିସ୍ଥିତିରେ ପଡ଼ି କରିବାକୁ ବାଧ୍ୟ ହେବେ। ବନ୍ଧୁମାନଙ୍କ ସମ୍ମୁଖରେ ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିପାରନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯିବ।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ପାପଗ୍ରହ ଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ଅନ୍ୟ ମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେବାକୁ ପଡ଼ିପାରେ। ଅଭାବ ନ ଥିଲେ ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ। ସାଂଗଠନିକ କାର୍ଯ୍ୟରେ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
କର୍କଟ
କର୍କଟ
ଯୁକ୍ତିତର୍କ, ବ୍ୟବସାୟିକ ଶିଥିଳତା ଚିତ୍ତ ବିଭ୍ରମର କାରଣ ହେବ। ପୁନର୍ବସୁ ନକ୍ଷତ୍ରର କାମଗୁଡିକରେ କୌଣସି ପ୍ରତିବନ୍ଧକ ନ ରହିଲେ ମଧ୍ୟ ସେତେଟା ପ୍ରୀତିପ୍ରଦ ରହିବ ନାହିଁ। ନିକଟରେ ରହୁଥିବା ବନ୍ଧୁ ମାନଙ୍କ ସାହାଯ୍ୟ ଓ ସମର୍ଥନ ସାମୟିକ ଦୁଃଖକୁ ଭୁଲି ଯିବାରେ ସାହାଯ୍ୟ କରିବ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ସି˚ହ
ସି˚ହ
ଚତୁର୍ଥ ଭାଗ୍ୟାଧିପ ଉଚ୍ଚସ୍ଥ ଯୋଗୁ କର୍ମକ୍ଷେତ୍ର ସକାଶେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ସାଙ୍ଗଠନିକ କାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପିଲାମାନଙ୍କ କାର୍ଯ୍ୟ କଳାପ, ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ।
କନ୍ୟା
ଧନସ୍ଥାନକୁ ଶୁକ୍ରଙ୍କ ଶୁଭଦୃଷ୍ଟି କାରଣରୁ ଆଜି ଯାହା ପାଇବା କଥା ତାହା ସହଜ ଓ ସୁବିଧାରେ ମିଳିବ। ପ୍ଲଟିଙ୍ଗ୍‌ କାରବାର, ଯାନ୍ତ୍ରିକ କିମ୍ବା ବିଦ୍ୟୁତ ବ୍ୟବସାୟୀମାନେ ବିଶେଷ ପରିମାଣରେ ଉପକୃତ ହେବେ। ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ପାରିବାରିକ ଆଲୋଚନାକୁ ପ୍ରାଧାନ୍ୟ ଦେଇପାରନ୍ତି।
ତୁଳା
ତୁଳା
ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ନିିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେଇ ଚିନ୍ତିତ ରହିବେ। ନିକଟ ସମ୍ପର୍କୀୟମାନଙ୍କ ବେଖାତିର ମନୋଭାବ ଯାହାକି କାହାକୁ କହି ପାରିବେ ନାହିଁ କିନ୍ତୁ ମନେ ମନେ ଅସନ୍ତୁଷ୍ଟ ରହିବେ। ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ମୁଖଭାବରେ ମୁଣ୍ଡ ନ ଥିବା ଗ୍ରହ କେତୁ ଅବସ୍ଥାନ କରିଥିବାରୁ ଧନହାନି, ଅପରିଣାମଦର୍ଶୀଜନିତ ବିଚାରହୀନ କାର୍ଯ୍ୟକରିପାରନ୍ତି। ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡିବାକୁ ଚେଷ୍ଟା କରି ଅସଫଳ ହେବେ। ପରିବାର ସଦସ୍ୟମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ କଳୁଷିତ କରିପାରନ୍ତି।
ଧନୁ
ଧନୁ
ଅନାବଶ୍ୟକ କଥାଗୁଡିକୁ ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ। ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇବେ।
ମକର
ମକର

ଧୈର୍ଯ୍ୟର ସହ ସମସ୍ତ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତାର ଅବସାନ ଘଟିବ। ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପ୍ରତିବାଦର ସ୍ବର ଉଠାଇ କାମଟିକୁ ଭଣ୍ଡୁର କରି ଦେଇପାରନ୍ତି।

କୁମ୍ଭ
କୁମ୍ଭ
କର୍ମାଧିପଙ୍କ ସୁପ୍ରଭାବରୁ ସମସ୍ୟା ଲାଗି ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆଜିର ଦୂରଯାତ୍ରା, ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦଜନିତ ସାମୟିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହା କି ବିରକ୍ତିର କାରଣ ହେବ।
ମୀନମୀନ

ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ। ପୂର୍ବଭାଦ୍ରବ ନକ୍ଷତ୍ରର ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କା ପୂରା ମାତ୍ରାରେ ରହିଛି। ନିର୍ମାଣାଧୀନ କାମ, ସଭାସମିତି, ବନ୍ଧୁଙ୍କ ଅର୍ଭ୍ୟଥନାଦି ସମ୍ପନ୍ନ କରି ଖୁସୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri