Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୦୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ବଳହୀନ ମଙ୍ଗଳ ନକ୍ଷତ୍ରସ୍ଥ ଯୋଗୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହେବା ସହ କର୍ମ କ୍ଷେତ୍ରରେ ଝଗଡା ଲାଗିପାରେ।  ଫେରନ୍ତା ପାରିବାରିକ ଅସହଯୋଗରୁ କାର୍ଯ୍ୟ ହାସଲ ନ ହେବା ହେତୁ ଚିନ୍ତିତ ରହିବେ। ପାରିପାର୍ଶ୍ୱିକ ସମସ୍ୟାକୁ ସରଳଭାବେ ସମାଧାନ କରି ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ସ୍ବସ୍ଥାନହନ୍ତା ବୃହସ୍ପତି ଯୋଗୁ ଆଜିର ଯାତ୍ରା ସମସ୍ୟାବହୁଳ ହୋଇପାରେ। କାଶ ଓ କଫଜନିତ ପୀଡାରୁ କଷ୍ଟ ଅନୁଭବ କରିପାରନ୍ତି। ତତ୍‌ ସଙ୍ଗେ ସଙ୍ଗେ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ମିତ୍ର ବନ୍ଧୁରେ,ଲେଖାପଢାରେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ।
ମିଥୁନ
ମିଥୁନ
ରାଶ୍ୟାଧିପ ବୁଧ ଗୁରୁନକ୍ଷତ୍ରସ୍ଥ ଯୋଗୁ କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟରେ ସମ୍ମୁଖୀନ ହୋଇପାରନ୍ତି। ଧାର କରଜ କରି ମଧ୍ୟ ଆବଶ୍ୟକତାକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ନହୋଇପାରନ୍ତି। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବା ସହ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଅବଶ୍ୟ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଭାଗ୍ୟସ୍ଥାନକୁ ପୂର୍ଣ୍ଣଦୃଷ୍ଟି ଯୋଗୁ ଆପଣଙ୍କର ଦକ୍ଷତା ବୃଦ୍ଧି ପାଇବା ସହ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ଯେକୈାଣସି ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। କିନ୍ତୁ ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରିଚିକା ପଛରେ ଦୌଡିପାରନ୍ତି। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କାକୁ ବରଦାସ୍ତ କରାଯାଇନପାରେ।
ସି˚ହ
ସି˚ହ
ରବି ମୁଣ୍ଡବିହୀନ ଗ୍ରହ କେତୁ ନକ୍ଷତ୍ରସ୍ଥ ଯୋଗୁ ଆପଣଙ୍କ ଦୂରଦର୍ଶିତାବିହୀନ କାର୍ଯ୍ୟ ସମସ୍ୟା ସୃଷ୍ଟି କରିପାରେ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ପାଇବା କାଠିକର ପାଠ ହୋଇପାରେ। ଏପରିକି ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ପରିବହନରେ ସମସ୍ୟାକୁ ସମାଧାନ କରିବାରେ ସଫଳତା ମିଳିବ।
କନ୍ୟା
କର୍ମଭାବସ୍ଥ ରାହୁ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋଭାବ ପୋଷଣ କରିବେ। ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସାହିତ୍ୟ, କଳା, କ୍ରୀଡା ଓ ଚଳଚ୍ଚିତ୍ର ଓ ଅଇନ ଅଦଲତା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ପ୍ରିୟଜନଙ୍କ ସହିତ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ତୁଳା
ତୁଳା
ଏକାଧିକଗ୍ରହ କର୍ମସ୍ଥାନକୁ ପ୍ରଭାବିତ କରୁଥିବାରୁ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ତଥାପି କେତେକ କ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। ଈର୍ଷା ପରାୟଣ ବ୍ୟଚ୍ଛିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇପାରନ୍ତି।
ବିଛା
ବିଛା
ଶନିଙ୍କ ସ୍ବଗୃହଦୃଷ୍ଟି ଆଧ୍ୟାତ୍ମିକ, ପାରିବାରିକ, ଟେକେନିକାଲ୍‌ କାର୍ଯ୍ୟ, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସୁଫଳ ଦେବାରେ ସମର୍ଥ ହେବ। ଆନୁଷ୍ଠାନିକ, ରାଜନୈତିକ ତଥା ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇପାରିବେ। ପରିବହନ ଓ ନିର୍ମାଣ, ଆଲୋଚନା, ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମଭାବସ୍ଥ ଚନ୍ଦ୍ର ଚିତ୍ରା ନକ୍ଷତ୍ରସ୍ଥ ଯୋଗୁ ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପ୍ରାପ୍ତିରୁ ବଞ୍ଚତ୍ତ ହୋଇପାରନ୍ତି। ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ବଦଳରେ ବୃଦ୍ଧି ପାଇପାରେ। ପାରିବାରିକ, ପାଖପଡୋଶୀ, ଶିକ୍ଷା ପରୀକ୍ଷାଦି କ୍ଷେତ୍ରରେ ସଫଳତା ପାଇବାରେ ଅସୁବିଧା ହେବନାହିଁ।
ମକର
ମକର
ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ଆପଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିଦେବ। ଆଜି ଆକସ୍ମିକ ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାକୁ ପଡିପାରେ। ନୂତନ କର୍ମାରମ୍ଭ, ଯାନବାହନ, ସଭାସମିତି ଓ ପାରିବାରିକ ସମସ୍ୟା ସମସାଧାନ ଦିଗରେ ଯତ୍ନବାନ୍‌ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
କୁମ୍ଭ
କୁମ୍ଭ
ଶୁକ୍ର ଗ୍ରହଯୁଦ୍ଧରେ ଦୁର୍ବଳ ଜନିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ମନେ ମନେ ଭାବୁଥିବା କଥାଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ କହିପାରିବେ ନାହିଁ। ଏକାଧିକ ଗ୍ରହ ପ୍ରଭାବରେ ବାଦବିବାଦରେ ସଫଳତା ପାଇବେ ଓ ଅର୍ଥାଭାବ ଦୂରେଇଯିବ। ଆକସ୍ମିକ ଭାବରେ ସମ୍ପର୍କୀୟ ଜଣେ ସାହାଯ୍ୟ କରିବେ।
ମୀନମୀନ
ଅଧିକାଂଶ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି। ପଦସ୍ଥ ବ୍ୟଚ୍ଛିଙ୍କ ସାନ୍ନିଧ୍ୟରେ ଆସି କେତେକାଂଶରେ ସାନ୍ତ୍ୱନାମୂଳକ ପରାମର୍ଶ ପାଇପାରନ୍ତି। ଆଜି ଯେକୈାଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ଅପ୍ରିୟ ସତକଥା କହିଲେ ଶତ୍ରୁତା ବୃଦ୍ଧି ବ୍ୟତୀତ କିଛି ଲାଭ ହେବନି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri