Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ମଧ୍ୟାହ୍ନରେ ଘର ଅପେକ୍ଷା ବାହାର ଲୋକମାନଙ୍କ ସକାଶେ ବିଶେଷ ସମୟ ଦେଇପାରନ୍ତି। କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେତୁ ହଠାତ୍‌ ଅଟକି ରହିଯିବାର ଆଶଙ୍କା ରହିଛି। ଗୃହକୁ ଧାତୁ , ଅଳଙ୍କାରାଦି ମୂଲ୍ୟବାନ ଜିନିଷ ଆଣିପାରନ୍ତି।
ବୃଷ
ବୃଷ
ଆଜିର ଦିନଟିରେ ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କଠିନ ଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡ଼ା ଲାଗିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ଈର୍ଷାପରାୟଣ ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ଅପପ୍ରଚାର କରିପାରନ୍ତି। ବାଣିଜ୍ୟ, ପରିବହନ, ସଭାସମିତି, ଆଲୋଚନା ଓ ବନ୍ଧୁମିଳନର ସୁଯୋଗ ପାଇବେ।
କର୍କଟ
କର୍କଟ
କେତେକ ଅତୀତ ସ୍ମୃତିଚାରଣ ମାନସିକ ଅସ୍ଥିରତାର କାରଣ ହୋଇପାରେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ଆଇନ, ଅଦାଲତ, ପ୍ରଶାସନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ସାମୟିକ ମାନସିକ ସ୍ତରରେ ଅଶାନ୍ତି ରହିପାରନ୍ତି। ବାଣିଜ୍ୟ, ଯାତ୍ରା ପ୍ରଭୃତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପାରିପାର୍ଶ୍ୱିକ ପରିସ୍ଥିତି ଆପଣଙ୍କୁ କେତେକାଂଶରେ ଅସ୍ବାଭାବିକ କରିପାରେ। କଳା, ସାହିତ୍ୟ, ପରିବହନ,ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶାନୁଯାୟୀ ଫଳ ପାଇବେ।
କନ୍ୟା
ଆଜିର କାମଗୁଡିକ ବହୁତ ବିଳମ୍ବରେ ସମ୍ପନ୍ନ ହେବା କାରଣରୁ ମନଟା ଭଲ ରହିବ ନାହିଁ। ଅର୍ଥନୈତିକ ସ୍ଥିତି, ପାରିବାରିକ ପରିସ୍ଥିତି ପୂର୍ବପରି ବଳବତ୍ତର ରହିବ। ସାଙ୍ଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କ୍ରୀଡା, ଚଳଚ୍ଚିତ୍ର ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଆଜି ଅର୍ଥଲାଭ, ବନ୍ଧୁମିଳନ, ନୂତନ କର୍ମାରମ୍ଭ ପାଇଁ ସୁଯୋଗ ପାଇବେ। ପାରସ୍ପରିକ ସହୃଦୟତା କାରଣରୁ ପାରିବାରିକ ଜୀବନ ମଧ୍ୟ ପ୍ରୀତିପ୍ରଦ ରହିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ। ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ପାଇଁ ଦିନଟି ଅନୁକୂଳ ରହିବ।
ବିଛା
ବିଛା
ସନ୍ତାନଙ୍କ ସମସ୍ୟାର ଚିନ୍ତା, ସମ୍ପର୍କ ବଢ଼ାଇବାର ଅଭିଳାଷ, ଅନ୍ୟକୁ ମନେଇ କାମ କରିବାର ପ୍ରବୃତ୍ତି ଜାଗ୍ରତ ହେବ। ମୁହଁରେ ପ୍ରଶଂସା କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ରହିବ।
ଧନୁ
ଧନୁ
ପରିବାର ଓ କର୍ମକ୍ଷେତ୍ର ପାଇଁ ଅନୁକୂଳ ପ୍ରଭାବ ସୃଷ୍ଟି ହେବ। ଯାନ୍ତ୍ରିକ ଜିନଷ କ୍ରୟ କରିପାରନ୍ତି। ମାତ୍ର ବ୍ୟୟାଧିପ ସମ୍ପର୍କରୁ ବହୁତ ଖର୍ଚ୍ଚାନ୍ତ ହୋଇ କାମଟିକୁ ହାସଲ କରିବାକୁ ପଡିବ। ସମ୍ପର୍କୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କାମରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟିର ସୂଚନା ମଧ୍ୟ ରହିଛି। ପ୍ରତିବେଶୀଙ୍କ ସହ ଭଲ ସମ୍ପର୍କ ସାହାଯ୍ୟକାରୀ ହେବ।
ମକର
ମକର
ବନ୍ଧୁ ମାଧ୍ୟମରେ ଅର୍ଥ, ଗୃହୋପଯୋଗୀ ଜମିଜମା କାରବାର ସହ ସରକାରୀ ସ୍ତରରେ ସ୍ଥଗିତ କାଗଜପତ୍ରକୁ ତ୍ୱରାନ୍ବିତ କରିପାରିବେ। ରାଜନୀତି, ସଙ୍ଗଠନ କିମ୍ବା ଆନୁଷ୍ଠାନିକ କାମ, ଆଇନ ଅଦାଲତ, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି।
କୁମ୍ଭ
କୁମ୍ଭ
ଆର୍ଥିକ ଉନ୍ନତି, ବନ୍ଧୁଙ୍କ ଆଦର, ନୂତନ କର୍ମାରମ୍ଭ ଓ ମାନସିକ ସ୍ଥିରତା ପ୍ରଦାନ କରିବ। ମନେ ମନେ ଯାହା ଭାବୁଛନ୍ତି ତାହା କେତେକାଂଶରେ ପ୍ରାପ୍ତିର ସମ୍ଭାବନା ରହିଛି। ସମୟର ପ୍ରତିକୂଳତା ଲାଗିରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିରୋଧକୁ ସାମ୍‌ନା କରି କାର୍ଯ୍ୟ ହାସଲ କରିପାରିବେ। କୌଣସି କ୍ଷେତ୍ରରେ ମଧ୍ୟ ଆପଣ ପଛକୁ ହଟିବେ ନାହିଁ।
ମୀନମୀନ
ବିବାଦୀୟ ଚିନ୍ତାଧାରା ସୃଷ୍ଟି କରିପାରନ୍ତି। କର୍ମଜଞ୍ଜାଳର ତୀବ୍ରତା ବୃଦ୍ଧି ପାଇ ଆପଣଙ୍କୁ ବିଶ୍ରାମହୀନ କାମରେ ନିଯୁକ୍ତ କରିବ। ପରିବାର ସକାଶେ ଆକସ୍ମିକ ଭାବରେ ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ପରିସ୍ଥିତିବଶତଃ ଅପ୍ରିୟସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri