Posted inRasifala

ରାଶିଫଳ: ବୁଧବାର, ଜୁନ୍‍ ୫ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ତିନୋଟିଗ୍ରହ ମଧ୍ୟରେ ଭାଗ୍ୟସ୍ଥାନକୁ ଅବଲୋକନ କରି ନୂଆ ନୂଆ କାମର ରୂପରେଖ ପ୍ରସ୍ତୁତ କରାଇପାରନ୍ତି। ଦୀର୍ଘଦିନରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। କଳା, ସାହିତ୍ୟ, ସଙ୍ଗୀତ, ବୃତ୍ତି, ବାଣିଜ୍ୟ ପାଇଁ ଦିନଟି ଭଲ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜିପାରେ।
ବୃଷ
ବୃଷ
ସ୍ବଗୃହୀ ଶୁକ୍ର ଚତୁର୍ଥାଧିପ ରବିଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି ବିଶିଷ୍ଟବ୍ୟକ୍ତିଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ଏଣେ ପାରିବାରିକ ସମସ୍ୟା ବାରମ୍ବାର ମନରେ ଚିନ୍ତା କରି ମନଟା ଭଲ ରହିବ ନାହିଁ । କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତି ବଦଳାଇ ପାରନ୍ତି। ଅବଶ୍ୟ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ଏକାଧିକ ରାଶିରେ ଅବସ୍ଥାନ କରି ମାନସିକ ବିକ୍ଷିପ୍ତତା ମଧ୍ୟରେ ଅଭିଳଷିତ କାର୍ଯ୍ୟରେ ସିଦ୍ଧିଲାଭ କରାଇବେ। ତଥାପି ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ଭଲ ରହିବ। ପଡୋଶୀଙ୍କଠାରୁ କୌଶଳରେ କାର୍ଯ୍ୟ ହାସଲ କରିନେବେ। ନିର୍ମାଣାଧୀନ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ।
କର୍କଟ
କର୍କଟ
ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କୁ ବାରମ୍ବାର ସ୍ଥାନ ପରିବର୍ତନ କରାଇ କର୍ମପରିସରକୁ ବ୍ୟାପକ କରିପାରନ୍ତି। ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡଜଷ୍ଟ୍‌ କରି ଚଳି ପାରିବା ହେତୁ କିଛି ଅସୁବିଧା ହେବନାହିଁ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ। ଏକ ଭିନ୍ନ ପରିସ୍ଥିତିରେ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟିକୁ ସମ୍ପନ୍ନ କରିବେ। କାମ ଗୁଡିକ ସୁବିଧାରେ ସମ୍ପନ୍ନ ହେବାର ସମ୍ଭାବନା ରହିଛି। ଅର୍ଥ ଲାଭ ସଙ୍ଗକୁ ଶାରିରୀକ ସୁସ୍ଥତା ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଗ୍ରହ ପ୍ରଭାବରୁ ପ୍ରଭାବଶାଳୀ କର୍ମକ୍ଷେତ୍ର ଯୋଗୁ ରହିଆସିଥିବା ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଅପୂରଣୀୟ ଆଶା ମନକୁ ବାରମ୍ବାର ସାମୟିକ ଆଲୋଡନ କରିବା କାରଣରୁ ସାମୟିକ ଅଶାନ୍ତ ରହିବେ। ଆମଦାନୀ କାରବାର କ୍ଷେତ୍ରରେ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଓ ଲାଭବାନ ମଧ୍ୟ ହେବେ।
ତୁଳା
ତୁଳା
ଅଷ୍ଟମସ୍ଥ ସ୍ବଗୃହୀ ଶୁକ୍ର ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଜନିତ ଚିନ୍ତିତ ରହପାରନ୍ତି। ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭ,ପ୍ଳଟିଙ୍କ କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟ ଲାଭରୁ ମନ ଏକପ୍ରକାର ଖୁସୀ ରହିବ। ଅଷ୍ଟମସ୍ଥଗ୍ରହ ବିଭିନ୍ନ ଦିଗରୁ ଅର୍ଥାଗମର ଯୋଜନାକୁ ସାକାର କରାଇପାରନ୍ତି। କ୍ରୀଡା, କଳା ସହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଧନୁ
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା ସନ୍ତାନଙ୍କ ସମସ୍ୟା, ଉଚ୍ଚଶିକ୍ଷା ଓ ବିଦେଶଯାତ୍ରାର ସୁଯୋଗ ପାଇପାରନ୍ତି। ପ୍ରତିଯୋଗିତା, କ୍ରୀଡା, ଗବେଷଣା, ଲେଖାପଢା ତଥା ବ୍ୟବସାୟ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ ମଧ୍ୟ ମାନ୍ଦା ହେବ ନାହିଁ ା କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।
ମକର
ମକର
ବ୍ୟୟଭାବ ପ୍ରତି ଗ୍ରହମାନଙ୍କ ଦୃଷ୍ଟି ଫଳରେ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ। ମାଲିମକଦ୍ଦମା, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟାଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟ ମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
କୁମ୍ଭ
କୁମ୍ଭ
ଗ୍ରହସ୍ଥିତିର ସାମ୍ୟତା ଆପଣଙ୍କ ଦିନଚର୍ଯ୍ୟା ସକାଶେ ଶୁଭଙ୍କରୀ ହେବ। ଯାହା ଚାହୁଁଛନ୍ତି ସେହି ଅନୁସାରେ କାମ କରିଚାଲିଲେ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ। ଗୃହସୀମା ଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବ କିଛି ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ମଧ୍ୟ ଲାଭ ପାଇପାରିବେ।
ମୀନମୀନ
ସ୍ବାସ୍ଥ୍ୟ ଭଲ ରହିବା ସହ ନୂତନ କର୍ମାରମ୍ଭ, ନିଯୁକ୍ତି ଖବର, ବନ୍ଧୁଙ୍କ ନିମନ୍ତ୍ରଣରେ ଯାତ୍ରା ଭଳି ଶୁଭସୂଚକ କେତେକ କାର୍ଯ୍ୟ କରିବେ। ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଯେଉଁ କାମରେ ହାତ ଦେବେ, ସେଥିରେ ଅବଶ୍ୟ ସଫଳତା ପାଇବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri