Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୨୯ ତାରିଖ – Daily Horoscope

ମେଷ
ଆଜିର ଗଜକେଶରୀ ଯୋଗ କେତୁଯୁକ୍ତରୁ ସମ୍ମାନଜନକ ସ୍ଥିତିରେ ରହିଲେ ମଧ୍ୟ ସାଧାରଣ ବ୍ୟତିକ୍ରମ ସୃଷ୍ଟିହେବ। ଶନି ଦୃଷ୍ଟ ଚନ୍ଦ୍ର ହେତୁ ବୃଥା ସନ୍ଦେହ ଜନିତ ଅନ୍ୟମନସ୍କ ଯୋଗୁ ମନ ବିଚଳିତ ରହିପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ ଏବଂ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଘରୋଇ କାମରେ ଜଣେ ମହିଳା ସହଯୋଗ କରିପାରନ୍ତି।
ବୃଷ
ବୃଷ
ତୃତୀୟାଧିପ ଚନ୍ଦ୍ର ଏକାଦଶସ୍ଥ ଯୋଗୁ ସ୍ବଜନସମ୍ପର୍କରୁ ଖୁସୀ ରହିବେ। ଭାଗ୍ୟସ୍ଥ ଗ୍ରହ ପ୍ରଭାବରୁ ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ସହଯୋଗ ମାଧ୍ୟମରେ ସମ୍ମାନଜନକ ସ୍ଥିତି ଲାଭକରିବେ। ରାହୁ ପ୍ରଭାବରେ ଅର୍ଥର ଅଭାବ ପୂରଣ ଦିଗରେ ଆପଣ ସମ୍ପର୍କିତ ବ୍ୟକ୍ତିଙ୍କୁ ଅନୁରୋଧ କରି ପାରନ୍ତି। ସାହିତ୍ୟ, ସଂସ୍କୃତି କଳା ଓ ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ଶନି, ବୁଧ ଓ ରବି ସାଧାରଣ ସମସ୍ୟା ମଧ୍ୟରେ ଲକ୍ଷ୍ୟପୂରଣ କରାଇବେ। ବନ୍ଧୁମାନଙ୍କ ସହ ମନାନ୍ତର ସୃଷ୍ଟିହେଲେ ମଧ୍ୟ ଆର୍ଥିକ ଦିଗରୁ ସୁଫଳ ମିଳିବ। ସାମାଜିକ ସ୍ତରରେ କାମ ହାସଲ ସକାଶେ ପାଖ ପଡୋଶୀ ସହଯୋଗର ହାତ ବଢାଇବେ। ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ, ଫଳରେ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
କର୍କଟ
କର୍କଟ
ସାମାନ୍ୟ ଥଣ୍ଡା କାଶ ଜନିତ ଅସୁସ୍ଥତା କିମ୍ବା କର୍ମ କ୍ଷେତ୍ରରେ ମାନସିକ ଚାପ ବୃଦ୍ଧି ହେତୁ ବ୍ୟସ୍ତତା ଅନୁଭବ କରିବେ। ଆଜି କୈାଣସିବ୍ୟକ୍ତିସହ ଯକ୍ତିତର୍କ କଲେ ନିଜକୁ ଅପଦସ୍ତ ହେବାକୁ ପଡିପାରେ। ଅଟକି ରହିଥିବା କାମଟି ଜଣେ ବନ୍ଧୁଙ୍କ ଦ୍ୱାରା ସମ୍ପନ୍ନ ହେବାର ଆଶା ରହିଛି। ଆକସ୍ମିକ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।
ସି˚ହ
ସି˚ହ
ରାଶ୍ୟାଧିପତି ଶନି କ୍ଷେତ୍ରସ୍ଥ ଯୋଗୁ ଥଣ୍ଡା ଜନିତ ପୀଡାନୁଭବ କରିବେ କିନ୍ତୁ ଋଣମୁକ୍ତ ହେବା ସହ ଶତ୍ରୁତାର ସମସାଧନ ହୋଇପାରେ। ପାପଦୃଷ୍ଟ ଚନ୍ଦ୍ର ଜନିତ ଅଧିକାଂଶ ସମୟରେ ନକାରାମତ୍କ ଭାବନା ଯୋଗୁ ସାମୟିକ ଚିନ୍ତିତ ରହିପାରନ୍ତି। ସଭାସମିତିରେ କିମ୍ବା ଆଲୋଚନା କ୍ଷେତ୍ରରେ ଶେଷ ମୁହୂର୍ତ୍ତରେ ନିଷ୍ପତି ପରିବର୍ତ୍ତନ କରି ସମାଲୋଚିତ ହେବେ।
କନ୍ୟା
ମଙ୍ଗଳଙ୍କ ଦୃଷ୍ଟିରେ ଶୁକ୍ର ହେତୁ କୌଣସି ବ୍ୟକ୍ତି ଫୁସୁଲା ଫୁସୁଲି କରି କିମ୍ବା ବିତର୍କ ମାଧ୍ୟମରେ ନିଜର ଫାଇଦା ହାସଲ ପାଇଁ ସହକର୍ମୀମାନେ ଯୋଜନା କରିପାରନ୍ତି। ଆଲୋଚନା କିମ୍ବା ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
ତୁଳା
ତୁଳା
ଶୁଭଭାବବସ୍ଥ ଶୁକ୍ର ଓ ସ୍ବେକ୍ଷତ୍ରବର୍ତ୍ତୀ ମଙ୍ଗଳ ଯୋଗୁ ଆର୍ଥିକ ଉନ୍ନତି, ପାରିବାରିକ ସୁସମ୍ପର୍କ ରହିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ପ୍ରଶାସନିକ ସ୍ତରରେ କିମ୍ବା ରାଜନୈତିକ ସ୍ଥିତିରେ ବ୍ୟସ୍ତତା ବୃଦ୍ଧି ପାଇବ। ଦିନସାରା ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଢ଼ିଯାଇପାରେ। ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଚନ୍ଦ୍ର ସ୍ଥିତିର ସୁପ୍ରଭାବରୁ ନୂତନ କର୍ମାରମ୍ଭ , ଯାନବାହନ, ସଭାସମିତି ଓ ପାରିବାରିକ କ୍ଷେତ୍ରରେ ଆଶ୍ୱସ୍ଥି ଲାଭ କରିବେ ା କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ବ୍ୟକ୍ତିମାନେ ଚେଷ୍ଟା କରୁଥିବା କାମ ଗୁଡିକ ସୁବିଧାରେ ନ ହେବା କାରଣରୁ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ମାଲି ମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।
ଧନୁ
ଧନୁ
ପାପଗ୍ରହ ଯୁକ୍ତ ବୃହସ୍ପତି ହେତୁ ବିଶେଷ ଅସୁବିଧା ନ ହେଲେ ମଧ୍ୟ ସ୍ବାସ୍ଥ୍ୟହାନୀ ସହ ଉଦ୍ଦେଶ୍ୟ ପୂରଣରେ ବାଧା ସୃଷ୍ଟିର ଆଶଙ୍କା ରହିଛି। ମାତ୍ର ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ଆଶାୟୀ ଥିବା ନିଜଲୋକଙ୍କ ଠାରୁ ଆସ୍ତାହରାଇ ବସିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ବକେୟା କାମଗୁଡିକ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ମକର
ମକର
ରାଶିରେ ଶନିଙ୍କ ସହ ରବି ଓ ବୁଧ ଆପଣଙ୍କୁ ଜିଦ୍‌ଖୋର୍‌ କରାଇ ସୁସମ୍ପର୍କକୁ ନଷ୍ଟ କରିବେ। କିନ୍ତୁ ଧନିଷ୍ଠା ନକ୍ଷତ୍ର ଦୀର୍ଘ ଦିନର କଳ୍ପନା ପ୍ରସ୍ତୁତ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ତଥାପି ବୁଝି ବିଚାରୀ କାମ ନକଲେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ଆଜି ଯାହାକଲେ ମଧ୍ୟ ଦୈହିକ ଓ ମାନସିକ ସ୍ଥିତି ସେତେଟା ଭଲ ରହିବନାହିଁ।
କୁମ୍ଭ
କୁମ୍ଭ
ମାଙ୍ଗଳିକ କାର୍ଯ୍ୟରେ ସାହାଯ୍ୟ, ସହଯୋଗ ପାଇବେ ଏବଂ ବନ୍ଧୁମିଳନ ଜନିତ ଆନନ୍ଦ ମଧ୍ୟ ଅନୁଭବ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଚିନ୍ତା ବଢ଼ିପାରେ। ଆଲୋଚନା କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପାରନ୍ତି। ଯାତ୍ରା, ବ୍ୟବସାୟ କିମ୍ବା ପରିବହନ ଓ ନୂତନ ଯୋଜନା ସକାଶେ ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ
ରାଶିରେ ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ଯୋଗୁ ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। ଦିନଟିରେ ଲକ୍ଷ୍ୟହୀନ ଯାତ୍ରାରୁ ନିବୃତ ରହିଲେ ଭଲ ନତୁବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। କଳା,ସାହିତ୍ୟ, ସଂସ୍କୃତି, ପରମ୍ପରାର ଜୟଗାନରୁ ପ୍ରଶଂସିତ ହେବେ। ପରିବାରରେ ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri