Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ର ନିକଟସ୍ଥ ଲୋକଙ୍କୁ ଆପଣାର କରି କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପାଇପାରିବେ। ତଥାପି କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ପରିବାରରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ।
ବୃଷ
ବୃଷ
ଆଜି ଦିନଟିରେ ମନୋରଞ୍ଜନକୁ ପ୍ରାଧାନ୍ୟ ଦେଇ କାମକୁ ଅବହେଳା କରିବେ। ଅବଶ୍ୟ କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି। ଦିନଟି ମନ୍ଦ ନୁହେ, ଅବଶ୍ୟ ବିଶେଷ ଲାଭବାନ୍‌ ହେବେ। ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ବାଧ୍ୟବାଧକତାରେ କର୍ମକ୍ଷେତ୍ରରେ କେତେକ କାମ କରିବାକୁ ବାଧ୍ୟ ହେବେ। ପାଖ, ପଡୋଶୀମାନେ ଈର୍ଷାନ୍ବିତ ହୋଇ ବିରୁଦ୍ଧାମତ୍କ କଥାବାର୍ତ୍ତା କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ହେବନାହିଁ ତଥାପି ସମସ୍ୟା ଲାଗି ରହିବ। ସହଯୋଗ ଅଭାବରୁ କାମଗୁଡିକ ଠିକ୍‌ ଭାବରେ ନ ହୋଇପାରେ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଦେଖାଦେଇପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତତ୍ପରତା ପ୍ରକାଶ କରିପାରନ୍ତି। କୌଣସି ସକାରାମତ୍କ ଖବର ମନକୁ ଆହ୍ଲାଦିତ କରିବ। ଗୃହୋପଯୋଗୀ ଜମିଜମା ସକାଶେ କୌଣସି ବ୍ୟକ୍ତିଙ୍କ ସହ ଆଲୋଚନାରୁ ସଫଳତା ମିଳିବ।
ସି˚ହ
ସି˚ହ
ମଘା ନକ୍ଷତ୍ର ସକାଶେ ସରକାରୀ ସ୍ତରରେ ଗସ୍ତ କାଯର୍‌ୟକ୍ରମ ବାତିଲ ହୋଇଯିବାର ଆଶଙ୍କା ବଳବତ୍ତର ରହିବ। କର୍ମକ୍ଷେତ୍ରରେ, ପ୍ରତିଯୋଗିତା କ୍ଷେତ୍ରରେ କିମ୍ବା ମାଲିମକଦ୍ଦମାରେ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ଶିଳ୍ପ,ବାଣିଜ୍ୟ ଓ ପରିବହନରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।
କନ୍ୟା
ଚିତ୍ରା ନକ୍ଷତ୍ର ବନ୍ଧୁମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପ୍ରତି ରହିଥିବା ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ। ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିବ। ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ। ସ୍ବାସ୍ଥ୍ୟ ସମସ୍ୟାକୁ ପ୍ରଯତ୍ନ ନ କରି ଅବହେଳା କଲେ ଅନୁତାପ କରିବାକୁ ପଡିବ।
ତୁଳା
ତୁଳା
ବିଶାଖା ନକ୍ଷତ୍ର ପାଇଁ ନିକଟସ୍ଥ କୌଣସି ବ୍ୟକ୍ତିବିଶେଷ ସମସ୍ୟାର କାରଣ ସାଜିପାରନ୍ତି। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ ଆପଣ କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ପରିସ୍ଥିତି ଏପରି ହେବ ଯେ, ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡିବ।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ। ମୂଲ୍ୟବାନ ଦ୍ରବ୍ୟଲାଭ ସଙ୍ଗକୁ ଅର୍ଥ ଓ ସମ୍ମାନ ପାଇବେ ଏବଂ ରାଜନୈତିକ ସ୍ତରରେ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପାରିବାରିିକ କ୍ଷେତ୍ରରେ ମତାନ୍ତର ଜନିତ କାରଣରୁ ଅଶାନ୍ତି ଆସିବ।
ଧନୁ
ଧନୁ
ଉତ୍ତରାଷାଢା ନକ୍ଷତ୍ର ସକାଶେ ନୂତନ କର୍ମାରମ୍ଭ ପାଇଁ କୌଣସି ଅସୁବିଧା ରହିବ ନାହିଁ। ଅଧିକାଂଶ କ୍ଷେତ୍ରରେ ପର ଉପରେ ନିର୍ଭର କରି ଚିନ୍ତିତ ହେବେ। ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପାଇଁ ସମୟ ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସକାଶେ କେତେକ ବ୍ୟତିକ୍ରମ ଦେଖାଦେବ।
ମକର
ମକର
ବ୍ୟବହାରରେ ଚିହିଁକି ଉଠି ଅନର୍ଥ ଘଟାଇ ପାରନ୍ତି। ବ୍ୟବସାୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ କରିବେ। ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସୀ ହୋଇପାରନ୍ତି। ନୂତନ କର୍ମାରମ୍ଭ, କଳା, ସାହିତ୍ୟ, ସାମ୍ବାଦିକତା, ବକ୍ତୃତା ଏବଂ ସାମୂହିକ ଆଲୋଚନା ପାଇଁ ଦିନଟି ବହୁତ ଭଲ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ରର ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ। ଅନ୍ୟମାନଙ୍କର ଆପଣ ଯେତେ ଉପକାର କରି ଥାଆନ୍ତୁନା କାହିଁକି, ସେହି କଥାକୁ ପଛକୁ ପକାଇ ନିଜର ଲୋକମାନେ ସେମାନଙ୍କର ସ୍ବାର୍ଥସାଧନକୁ ଗୁରୁତ୍ୱ ଦେବେ। ବାଣିଜ୍ୟ, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।
ମୀନମୀନ
କାର୍ଯ୍ୟଦକ୍ଷତାର ଅସଲ ପରିଚୟ ପ୍ରଦାନ କରି ପ୍ରଶଂସିତ ହେବେ। ଆତ୍ମୀୟ ସ୍ବଜନାଦିଙ୍କ ବିରୁଦ୍ଧାଚରଣ କେତେକ ସମସ୍ୟା ସୃଷ୍ଟି କରିପାରେ। ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଅବଶ୍ୟ ଭଲ ନ ହେଲେ ମଧ୍ୟ ବିଶେଷ ମନ୍ଦ ହେବନି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?