ରାଶନ କାର୍ଡରେ ଆଧାର ସଂଯୋଗ : ବାଦ୍‌ ପଡ଼ିପାରନ୍ତି ୪୫ ହଜାର ହିତାଧିକାରୀ

ନୟାଗଡ଼ ଅଫିସ,୧୮।୯ : ନୟାଗଡ଼ ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ରାଶନ ସାମଗ୍ରୀ ନେଉଥିବା ୪୫ ହଜାର ହିତାଧିକାରୀ ବାଦ୍‌ ପଡିବା ସମ୍ଭାବନା ରହିଛି। ସରକାର ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ରାଶନ କାର୍ଡ଼ ସହିତ ଆଧାର ଲିଙ୍କ୍‌ କରିବା ପାଇଁ ହିତାଧିକାରୀମାନଙ୍କୁ କହିଥିବା ବେଳେ ଜିଲାରେ ଏ ପର୍ଯ୍ୟନ୍ତ ୪୫ ହଜାର ହିତାଧିକାରୀ ରାଶନ କାର୍ଡ ସହିତ ଆଧାର କାର୍ଡ ସଂଯୋଗ (ଲିଙ୍କ୍‌) କରିନାହାନ୍ତି। ବିଭିନ୍ନ ତ୍ରୁଟି ଯୋଗୁ ଲୋକମାନେ ଆଧାର କାର୍ଡ଼ ପାଇ ନ ଥିବା ବେଳେ କିଛି ସ୍ଥାନରେ ଭୂତ ହିତାଧିକାରୀ ରାଶନ ସାମଗ୍ରୀ ଉଠାଉଥିବାରୁ ଏହିଭଳି ଅବ୍ୟବସ୍ଥା ଦେଖା ଯାଇଥିବା ନେଇ ଆଲୋଚନା ହେଉଛି। ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ୧ ଲକ୍ଷ ୯୯ ହଜାର ୩୪୭ ପରିବାରର ୭ ଲକ୍ଷ ୧୪ ହଜାର ୮୮୭ ଜଣ ହିତାଧିକାରୀ ରାଶନ ସାମ୍ରଗୀ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ଚଳିତମାସ ୧୦ ତାରିଖ ସୁଦ୍ଧା ୬ ଲକ୍ଷ ୬୯ ହଜାର ୭୯୧ ଜଣ ହିତାଧିକାରୀ ରାଶନ କାର୍ଡ଼ ସହିତ ସେମାନଙ୍କର ଆଧାରକାର୍ଡ଼ ସଂଯୋଗ କରିଛନ୍ତି। ବଳକା ୪୫,୦୯୬ ଜଣ ହିତାଧିକାରୀ ସେମାନଙ୍କ ରାଶନ କାର୍ଡ଼ ସହିତ ଆଧାର କାର୍ଡ଼ ସଂଯୋଗ କରିନାହାନ୍ତି।
ପ୍ରକାଶ ଯେ, ଭାପୁର ବ୍ଲକରେ ୮୦,୪୩୬ ହିତାଧିକାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬,୧୩୭, ଦଶପଲ୍ଲା ବ୍ଲକରେ ୭୮,୪୨୯ ହିତାଧିକାରୀଙ୍କ ମଧ୍ୟରୁ ୭୨,୮୦୬, ଗଣିଆ ବ୍ଲକରେ ୩୦,୦୨୩ ହିତାଧିକାରୀଙ୍କ ମଧ୍ୟରୁ ୨୯,୧୪୧, ଖଣ୍ଡପଡ଼ା ବ୍ଲକରେ ୮୦,୦୩୩ ହିତାଧିକାରୀଙ୍କ ମଧ୍ୟରୁ ୭୬,୧୩୫, ଖଣ୍ଡପଡ଼ା ଏନ୍‌ଏସିରେ ୪,୪୧୯ ହିତାଧିକାରୀଙ୍କ ମଧ୍ୟରୁ ୪,୩୮୯, ନୟାଗଡ଼ ବ୍ଲ୍ଳକରେ ୧,୧୪,୬୧୨ ହିତାଧିକାରୀଙ୍କ ମଧ୍ୟରୁ ୧,୦୬,୭୪୪, ନୟାଗଡ଼ ମ୍ୟୁନିସିପାଲିଟିରେ ୬,୫୮୫ ହିତାଧିକାରୀଙ୍କ ମଧ୍ୟରୁ ୫,୫୧୬, ନୂଆଗାଁ ବ୍ଲକରେ ୭୦,୫୫୭ ହିତାଧିକାରୀଙ୍କ ମଧ୍ୟରୁ ୬୬,୬୫୫, ଓଡ଼ଗାଁ ବ୍ଲକରେ ୧,୨୪,୯୬୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧,୧୬,୪୯୮, ରଣପୁର ବ୍ଲକରେ ୧,୨୪,୮୨୬ ହିତାଧିକାରୀଙ୍କ ମଧ୍ୟରୁ ୧,୧୫,୭୭୦ ଜଣ ରାଶନ କାର୍ଡ଼ ସହିତ ଅଧାର କାର୍ଡ଼କୁ ସଂଯୋଗ କରିଛନ୍ତି। ଜିଲାରେ ୪୫ ହଜାର ହିତାଧିକାରୀ ଆଧାର କାର୍ଡ଼ ସଂଯୋଗ ନ କରିବାର ବିଭିନ୍ନ କାରଣ ରହିଛି। କିଛି ସ୍ଥାନରେ ପରିବାରରୁ ଝିଅମାନେ ବିବାହ କରି ଚାଲି ଯାଇଥିବା ବେଳେ ସେମାନଙ୍କ ନାମରେ ରାଶନ ସାମଗ୍ରୀ ଉଠାଇ ନିଆଯାଉଛି। ସେହିଭଳି କିଛି ସ୍ଥାନରେ ଥିଲାବାଲା ରାଶନ କାର୍ଡ଼ ହାତେଇ ଥିବାରୁ ସେମାନେ ଆଧାର ସଂଯୋଗ କରି ନାହାନ୍ତି। ଏପରି ସ୍ଥଳେ ଜିଲା ଯୋଗାଣ ବିଭାଗ ଆଧାର କାର୍ଡ଼ ସଂଯୋଗ କରି ନ ଥିବା ହିତାଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ନେଇ ଆଲୋଚନା ହେଉଛି। ଏ ନେଇ ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝୀଙ୍କୁ ପଚାରିବାରୁ ସେ କୁହନ୍ତି ଜିଲାରେ ଗତ ୧୦ ତାରିଖ ସୁଦ୍ଧା ୪୫,୦୯୬ ଜଣ ହିତାଧିକାରୀ ସେମାନଙ୍କର ରାଶନ କାର୍ଡ଼ ସହିତ ଆଧାର କାର୍ଡ଼ ସଂଯୋଗ କରିନାହାନ୍ତି। ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ଆଧାର ଲିଙ୍କ କରିବା ପାଇଁ ସମୟ ଦିଆଯିବ। ଏହି ସମୟ ଭିତରେ ଆଧାର କାର୍ଡ଼ ଲିଙ୍କ ନ କଲେ ସେମାନଙ୍କ ନାମ କଟିଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri