ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ କେରୀ, ଡାବରଚୁଆ, ମଇଦାନକେଲ, ବାଘୁଆସାହି ଆଦି ଅଞ୍ଚଳକୁ ଚାଲି ଆସି ଖରିଫ ଫସଲର ବ୍ୟାପକ କ୍ଷତି ଘଟାଇଛନ୍ତି। ବର୍ଷାଭାବ ସତ୍ତ୍ୱେ ଚାଷୀମାନେ ବହୁ କଷ୍ଟରେ ଯେଉଁ ଧାନ ଚାଷ କରିଥିଲେ ତାହା ଏବେ ହାତୀପଲ ଉଜାଡି ଦେଉଥିବାରୁ ସେମାନେ ହତାଶ ହୋଇପଡିଛନ୍ତି। ଅନ୍ୟପକ୍ଷେ ସନ୍ଧ୍ୟା ହେଲେ ଜଙ୍ଗଲତଳି ଇଲାକାରେ ହାତୀ ଭୟ ଯୋଗୁ ଲୋକେ ତାଟି କବାଟ ପକାଇ ଘରେ ରହୁଛନ୍ତି। କେତେକ ଗାଁର ଲୋକେ ରାତି ଅନିଦ୍ରା ରହି ନିଆଁ ଜାଳି ହାତୀ ଘଉଡାଉଥିବା କହିଛନ୍ତି। ବନ ବିଭାଗ କର୍ତ୍ତୃପକ୍ଷ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହେଉଥିବାରୁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରାୟ ୯ ଟି ହାତୀ ଘୂରି ବୁଲୁଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଅଧିକ ହିଂସ୍ର ଅବସ୍ଥରେ ଘୂରିବୁଲୁଛି। ଲୋକଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରୁଛି। ହାତୀ ପଲ ଦିନରେ ଜଙ୍ଗଲରେ ରହି ରାତି ହେଲେ ଜଙ୍ଗଲତଳି ଇଲାକାକୁ ଚାଲି ଆସି ଉପଦ୍ରବ କରୁଛନ୍ତି । ବନ ବିଭାଗ କର୍ମଚାରୀ ସେମାନଙ୍କୁ ଘଉଡାଉଥିଲେ ଗୋଟିଏ ଗାଁ ଛାଡି ଅନ୍ୟ ଗାଁ ଆଡକୁ ଚାଲି ଯାଉଛନ୍ତି। ଗତ ୩ ଦିନ ମଧ୍ୟରେ ହାତୀପଲ ଉପଦ୍ରବ କରି ଏହି ଅଞ୍ଚଳର ଅନେକ ଚାଷ ଜମି ଉଜାଡି ଦେଇଛନ୍ତି। ଘଉଡାଇବାକୁ ଯାଉଥିବା ଲୋକଙ୍କୁ ହାତୀ ଆକ୍ରମଣ କରିବା କାରଣରୁ ଦିନେଶ ମହାନ୍ତ, ନରହରି ମହାନ୍ତ, ଟୁରା ମୁଣ୍ଡା, ଯୋଗେଶ୍ୱର ମହାନ୍ତ ସମେତ ଅନେକ ଲୋକ କ୍ଷତବିକ୍ଷତ ହୋଇଛନ୍ତି। ଗତ ଗୁରୁବାର ରାତିରେ ହାତୀ ପଲ କରୁଣାକର ପାତ୍ର, ବାସୁଦେବ ପାତ୍ର, ଯୋଗେନ୍ଦ୍ର ପାତ୍ର, ତ୍ରିନାଥ ପାତ୍ର, ସୁବାସ ପାତ୍ର, ପାକଲା ମୁଣ୍ଡା, ଶିରୋପାଣି ମୁଣ୍ଡା, ଭାଗିରଥୀ ମହାନ୍ତ, ଟୁନା ମୁଣ୍ଡା, ନାଥୁରାମ ପାତ୍ର, ଶୈଳ ପାତ୍ର, ରସିକ ମହାନ୍ତ, ଭୋଳାନାଥ ମହାନ୍ତ, ବୁତୁରୁ ମୁଣ୍ଡା ସମେତ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ଚାଷୀ ବେଣୁଧର ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri