ଧୂଅଁ।ଧୂଳିରେ ରୁନ୍ଧି ହେଉଛି ଜୀବନ

ବଡବିଲ,୭।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣି ଅଞ୍ଚଳ ଅଧୀନ ଯୋଡା-ବଡବିଲରେ ପ୍ରଦୂଷଣ ସମସ୍ୟା ଗୁରୁତର ହେବାରେ ଲାଗିଛି। ଦିନରାତି ସବୁବେଳେ ଭାରି ଯାନରେ ଖଣିଜଦ୍ରବ୍ୟ ପରିବହନ ଯୋଗୁ ରାସ୍ତା ଅବସ୍ଥା ବେହାଲ ହେବା ସହ ଟ୍ରାଫିକ ସମସ୍ୟା ଓ ଧୂଳିଧୂଆଁ ଲୋକଙ୍କୁ ଅତିଷ୍ଠ କରୁଛି। ପ୍ରଶାସନ ପକ୍ଷରୁ ପ୍ରତିକାର ଲାଗି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଗୁରୁ ଦିବସରେ ଖଣି ଅଞ୍ଚଳର ଗଣେଶ୍ୱର ପାତ୍ର ନାମକ ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କ ଅନଲାଇନ ଅଭିଯୋଗ ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ୍‌ ଗ୍ରିଭାନ୍‌ସ୍‌ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌ (ସିପିଗ୍ରାମସ ) ଜରିଆରେ ଏନେଇ ଅଭିଯୋଗ କରିଥିବା ଜଣାପଡିଛି ।
ଖଣି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି ଯେ, ଖଣିଜ ଦ୍ରବ୍ୟ ପରିବହନ ହେଉଥିବା ରାସ୍ତାର ଦୁରବସ୍ଥା ଓ ଧୂଳି ସମସ୍ୟା ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଧାରିତ ସମୟରେ ପହଞ୍ଚିିବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି। ବିକାଶ ନାଁରେ ବିନାଶ ଚାଲିଛି। ଦିନକୁ ଦିନ ଭାରିଯାନ ସଂଖ୍ୟା ବୃଦ୍ଧିପାଇବା କାରଣରୁ ବାସୁଦେବପୁରଠାରୁ ବିଲେଇପଦା, ଯୋଡା, ଭଦ୍ରାସାହି, ରୁଗୁଡି, ଗୁଆଲି ଦେଇ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ବିଭିନ୍ନ ସ୍ଥାନରେ ଏହି ରାସ୍ତା ଖାଲଖମା ହୋଇ ଦୁର୍ଗମ ହୋଇପଡିଛି। ରାସ୍ତା ଦୁରବସ୍ଥା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯୋଗୁ ସ୍କୁଲକୁ ଯିବା ଛାତ୍ରୀଛାତ୍ରଙ୍କ ନିମନ୍ତେ କାଠିକର ପାଠ ହୋଇପଡିଛି। ବିଭିନ୍ନ ସମୟରେ ମଧ୍ୟ ଛୋଟବଡ ଦୁର୍ଘଟଣା ଘଟୁଛି।
ଖଣିଜ ଦ୍ରବ୍ୟ ପରିବହନ ନିମନ୍ତେ ଦୈନିକ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଟ୍ରେଲର ଓ ଟ୍ରକ ଯାତାୟାତ କରୁଥିବା ଜଣାପଡିଛି। ରାସ୍ତାରେ ଉଡୁଥିବା ଧୂଳି ଯୋଗୁ ରାସ୍ତା ପାର୍ଶ୍ୱବର୍ତ୍ତୀ ଅଞ୍ଚଳବାସୀଙ୍କ ସମେତ ଯାତ୍ରୀମାନେ ଅଣନିଃଶ୍ୱାସୀ ହେଲା ଭଳି ଅନୁଭବ କରୁଥିବା କହୁଛନ୍ତି । ଦୀର୍ଘ ବର୍ଷ ଧରି ୨୧୫ ନଂ. ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ଏହା ଅଧିକ ସମସ୍ୟା ବଢାଉଛି। ଏହି ଜାତୀୟ ରାଜପଥର ନାମ ବଦଳାଇ ୨୦ ଓ ୫୨୦ ନମ୍ବର କରାଯାଇଛି। ଏହାବାଦ ଅଳ୍ପ ଦୂର ବ୍ୟବଧାନରେ ରାସ୍ତାରେ ଗେଟ୍‌ ବସାଯାଇ ରୀତିମତ ଟୋଲ ଆଦାୟ କରାଯାଉଥିବା ବେଳେ ରାସ୍ତା ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି। ଝାଡଖଣ୍ଡ ରାଜ୍ୟକୁ ସଂଯୋଗ କରୁଥିବା ବଡବିଲ-ନାଲଦା ରାଜ୍ୟ ରାଜପଥ ଦେଇ ଏବେ ଯାତାୟାତ କରିବା ଅସମ୍ଭବ ହୋଇପଡିଲାଣି। ଏହି ରାସ୍ତା ଦେଇ ଭାରିଯାନଗୁଡିକର ଅବାଧ ଚଳାଚଳ କାରଣରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଧୂଳି ଉଡି ଲୋକଙ୍କ ଘର ଭିତରେ ପଶି ଭାତ ହାଣ୍ଡି ଓ ପିଇବା ପାଣି ଉପରେ ଏକ ଆସ୍ତରଣ ଜମିଯାଉଛି। ଲୋକେ ଚର୍ମ ଓ ଶ୍ୱାସ ଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅଥଚ ଏହି ରାଜ୍ୟ ରାଜପଥର ହିସାବୁରୁଠାରେ ଏକ ଟୋଲଗେଟ ବସାଇ ଦୈନିକ ଟୋଲ ଆଦାୟ କରାଯାଉଛି। ଭାରିଯାନ ଚଳାଚଳ ନିମନ୍ତେ ବାଇପାସ ରିଂ ରୋଡ ନିର୍ମାଣ କରାଯିବା, ଯୋଡା ଓ ବଡବିଲ ନିମନ୍ତେ ଘୋଷଣା ହୋଇଥିବା ଫ୍ଲାଇଂ ଓଭର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯିବାକୁ ଦାବି ହେଉଛି। ସେହିପରି ନିର୍ମାଣାଧୀନ ଓଭରବ୍ରିଜ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ବଡବିଲ-ବାଂଶପାଣିକୁ ସିଧାସଳଖ ରେଳ ସଂଯୋଗ କରି ବଡବିଲ-ରାଉରକେଲା, ବଡବିଲ-ଭୁବନେଶ୍ୱରକୁ ଏକ୍ସପ୍ରେସ ଟ୍ରେନ ଚାଲୁ କରିବା ସକାଶେ ଦାବି ତେଜିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?