ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ ବନ୍ଦ ହେଇ ପଡ଼ିରହିଛି। ଫଳରେ ଅନୁସୂଚିତ ଜାତି ଓ ଜନଜାତିବହୁଳ ଗାନ୍ଧିନଗର ପଡ଼ା ଓ ବହଲମୁଣ୍ଡାପଡ଼ାବାସୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ କୁନିକୁନି ପିଲା ସ୍କୁଲ ଯିବା ସମୟରେ ସେଠାରେ ଖସିପଡ଼ୁଛନ୍ତି। ଏପରି ଘଟଣା ରିଷିଡ଼ା ପଞ୍ଚାୟତ ବାପୁଜୀ ହାଇସ୍କୁଲ ଛକରୁ ଗାନ୍ଧିନଗର ପଡ଼ାକୁ ଯାଉଥିବା ରାସ୍ତାରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଓଡ଼ିଶା ସରକାର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଅନୁଦାନରୁ ୪ଲକ୍ଷ ମଞ୍ଜୁରୀ ହୋଇଥିବାବେଳେ ପ୍ରଥମେ ସରପଞ୍ଚ ପେପର ବ୍ଲକ ଇଟା ଓ ବାଲି ପକାଇଥିବାବେଳେ ପରବର୍ତ୍ତୀ ସମୟରେ ସମିତିସଭ୍ୟ ବାଲି ପକାଇଛନ୍ତି। ଉଭୟେ କାମ କରିବା ଜିଦ୍‌ରେ ରହୁଥିବାରୁ କାମ ବନ୍ଦ ହୋଇ ପଡ଼ିରହିଛି l ସୂଚନାଫଳକ ଲିଭିବାକୁ ବସିଲାଣି। କିନ୍ତୁ କାମ ଆଗେଇ ପାରୁନି। ଉଭୟ ଜନପ୍ରତିନିଧିଙ୍କୁ କାମ ଆରମ୍ଭ କରିବାକୁ କହି ବ୍ଲକ ପ୍ରଶାସନ ବୋଲି ତାମ୍‌ସା ଦେଖୁଛି ବୋଲି ସାଧାରଣରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ କାମ ଆରମ୍ଭ ହୋଇପାରୁନାହିଁ। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସ୍କୁଲ,…

ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର…

Video: ଆରସିବି (RCB) ତାଙ୍କୁ କିଣିବା ମାତ୍ରେ ହୋଟେଲ ରୁମାର ଏମିତି ନାଚିଲେ ଶ୍ରେୟଙ୍କା ପାଟିଲ , ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ବୁଧବାର କୋଚିରେ ‘ୱିମେନ୍ସ ପ୍ରିମିୟର ଲିଗ’ (WPL) ର ପଞ୍ଚମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପାଞ୍ଚଟି ଦଳ ମୋଟ ୨୭…

ଡିଡ୍ରବାଡ଼ିରେ ଭୂସ୍ଖଳନ: ବାଡ଼ାବାଙ୍ଗା-ଡିଡ୍ରବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତର ୧୫ ନଂ ଓ୍ବାର୍ଡ ଡିଡ୍ରବାଡ଼ି ଗାଁ…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଏମିତି କାମ କଲେ ଶୁଭମନ ଗିଲ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ (ODI) ସିରିଜ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭାରତୀୟ ଅଧିନାୟକ…

ଆଜି ରାତିରେ ଘଟିବ ବିରଳ ସଂଯୋଗ: ବୃଷ-ମିଥୁନ ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ଘରକୁ ଆସିବ ଖୁସିଖବର!

ଅକ୍ଟୋବର ୨୯ ତାରିଖ ରାତିରେ ଚନ୍ଦ୍ରମା ବୃଷ ରାଶିରୁ ବାହାରି ତୁଳା ରାଶିକୁ ଗୋଚର କରିବେ। ରାତି ୧୦ଟା ୭ ମିନିଟରେ ଚନ୍ଦ୍ରଙ୍କ ଏହି ରାଶି ପରିବର୍ତ୍ତନ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼…

ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୯ା୧୦: ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଏହି ପ୍ରଶ୍ନର ଉତ୍ତରରେ ଅନେକ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିପାରେ। କିନ୍ତୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?