Posted inଖେଳ

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-
ଖୋର୍ଦ୍ଧା ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ୧୪ତମ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ ହୋଇଛି। ଏଥିରେ ଖୋର୍ଦ୍ଧା ଆସୋସିଏଶନ, କଟକ, ରାଉରକେଲା, କୋରାପୁଟ, ଅନୁଗୋଳ, ପୁରୀ, ବଲାଙ୍ଗୀର, ଭଦ୍ରକ, ପାରାଦୀପ, ଗଞ୍ଜାମ, ଝାରସୁଗୁଡ଼ା, ରେଲଓ୍ବେ, ଆରଏସପି, ଆଇଆଇଟି(ଭୁବନେଶ୍ୱର), ଏମ୍ସ, ଏମସିଏଲ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ, ଏଜି ଏବଂ ପିଏସୟୁରୁ ପାଖାପାଖି ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ରାଜ୍ୟ ପ୍ରତିଯୋଗିତା କ୍ୟାଡେଟ, ସବ୍‌ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ଉଭୟ ବାଳିକା ଓ ବାଳକ ବିଭାଗରେ ଅନୁଷ୍ଠିତ ହେଉଛି। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ(ଓଏସଟିଟିଏ) ଅନୁମୋଦନକ୍ରମେ ଏହା ହେଉଛି ପ୍ରଥମ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟ। ଏଥିରୁ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରି ଖେଳାଳିମାନେ ନିର୍ଦ୍ଧିଷ୍ଟ ବିଭାଗରେ ଆଗାମୀ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ। ତେଣୁ ପ୍ରତି ଖେଳାଳିଙ୍କ ପାଇଁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତା ପାଇଁ ୨୦,୦୦୦ଟଙ୍କାର ପୁରସ୍କାର ରାଶି ରଖା ଯାଇଛି।
ଓଏସଟିଟିଏ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। କୋଷାଧ୍ୟକ୍ଷ ଚୌଧୁରୀ ନିହାର ରଞ୍ଜନ ମିଶ୍ର, ଆୟୋଜକ କମିଟି ସମ୍ପାଦକ ଶଶାଙ୍କ ଶେଖର ମହାପାତ୍ର, ମୁଖ୍ୟ ରେଫରି ବିଜନ ଦାସ ମହାପାତ୍ର ଉପସ୍ଥିତ ଥିଲେ। ଆୟୋଜକ ଆସୋସିଏଶନ ସମ୍ପାଦକ ସ୍ମୃତି ରଞ୍ଜନ ଦାସ ଉତ୍ସବରେ ସଭାପତିତ୍ୱ କରିଥିଲେ। ବିଜନଙ୍କ ବ୍ୟତୀତ ଅନ୍ତର୍ଜାତୀୟ ରେଫରି ତପନ ଖା, ସୁଜିତ କୁମାର ରୟ, ଜୀବନ ବଲ୍ଲଭ ସାମଲ ମ୍ୟାଚ ଗୁଡ଼ିକ ପରିଚାଳନା କରୁଛନ୍ତି। ସେମାନଙ୍କୁ କେଭିପି ରାମାରାଓ, ସ୍ବେତା ସାହୁ, ସୁରଭି ପରିଜା, କେ. ରାଜୁ, ହସ୍ରତୁନ ନିଶା ପ୍ରମୁଖ ସହଯୋଗ କରୁଛନ୍ତି।
ପ୍ରଥମ ଦିବସରେ ଅନୁଷ୍ଠିତ ସବ୍‌ଜୁନିୟର ବାଳକ ବିଭାଗରେ ଦ୍ୱାରିକା ଏନ. ସ୍ବାଇଁ, ଅବିସ୍ମାର ଚୌଧୁରୀ, ସୌମେନଦୀପ ତ୍ରିପାଠୀ, ଦେବାଶିଷ କୁମାର ଦେ, ମହମମଦ ଜିସନ, ଆରୁଶ ତ୍ୟାଗି, ୟୁସୁଫ ଖାଁ, ନକୁଳ ଜାମୁଲା, ଆର୍ଯ୍ୟନ ଭାଗାରିଆ, ଅଚିତ କୁମାର ବେହେରା, ପ୍ରେୟାଂଶ ପଣ୍ଡା, ଅଙ୍କିତ ସାହୁ, ଆଦିତ୍ୟ କୁମ୍ଭାର, ଆବୁ ସୁଫିଆନ ତାଜି, ଫରଜ ରାଜା, ତ୍ରିଦେବ ତୀର୍ଥଙ୍କର, ଅବଦୁଲ ଆୟାନ, ଅନିନ୍ଦ୍ୟ ଦାସ, ଆ୍ରନ ମୁସ୍ତାକ, ମେଦାଂଶ ଜଲନ ପ୍ରମୁଖ ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରିଛନ୍ତି। କ୍ୟାଡେଟ ବାଳକ ବିଭାଗରେ ଅନିନ୍ଦ୍ୟ ଦାସ, ଦୁର୍ଗା ରଥ, ଆର୍ଯ୍ୟନ ବାଗାରିଆ, ପ୍ରତ୍ୟୁଷ ମିଶ୍ର, ସୌମେନଦୀପ ତ୍ରିପାଠୀ, ଅଙ୍କିତ କିଣ୍ଡୋ, କିରନ ମୁଣ୍ଡାରୀ, ଶ୍ରେୟାନ ଧର, ଅର୍ଚ୍ଚିତ କୁମାର ବେହେରା, ରିଶବ ରୟ, ଜୟସ୍ତୁ ଦାସଗୁପ୍ତା, ସାଇ ଇଶାନ ମିତ୍ର, ଅବିସ୍ମାର ଚୌଧୁରୀ, ଓମ୍‌ ଗନ୍ତାୟତ, ରତିକାନ୍ତ ଗୌଡ଼ା, ଜିଜ୍ଞାସୁ ସାହୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୟାଡେଟ ବାଳିକାରେ ସାଦିକା ସୋଦାବର୍ମା, ଉର୍ଜା ବର୍ମା, ସାକ୍ଷୀ ଭଗତ, ଭୁମିକା ବଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri