Posted inଖେଳ

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି)-
ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ଇନ୍‌ଡୋର ହଲ୍‌ରେ ୪ର୍ଥ ଆର.ଏନ. ସିଂ ଦେଓ ମେମୋରିଆଲ ଅଲ୍‌ ଓଡ଼ିଶା ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ସୋମବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ସିଙ୍ଗଲ୍ସରେ ସ୍ବେତପଦ୍ମା ଦଳାଇ ଏବଂ ପୁରୁଷ ସିଙ୍ଗଲ୍ସରେ ମହମ୍ମଦ ଆଝାର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସ୍ବେତପଦ୍ମା ୪-୧(୯-୧୧, ୧୧-୬, ୧୧-୭, ୧୧-୮, ୧୧-୪)ରେ ମୟୁରୀ ଚାଟାର୍ଜୀଙ୍କୁ ପରାସ୍ତ କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଆଝାର ୪-୦(୧୩-୧୧, ୧୧-୫, ୧୧-୯, ୧୧-୯)ରେ ସ୍ନେହନୟ ମଲିକଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। କେବଳ ମହିଳା ସିଙ୍ଗଲ୍ସରେ ନୁହେଁ ସ୍ବେତପଦ୍ମ୍‌ା ସବ୍‌ଜୁନିୟର ଓ ଜୁନିୟର ବାଳିକା ଟାଇଟଲ ଜିତି ତ୍ରିମୁକୁଟ ହାସଲ କରିଛନ୍ତି।
କ୍ୟାଡେଟ ବାଳିକାରେ ସୋହାଲିକା ସଦାବର୍ମନ ଏବଂ ବାଳକରେ ଅନିନ୍ଦ୍ୟ ଅନୁପମ ଦାସ ଚାମ୍ପିୟନ ହୋଇଛନ୍ତି। ସେହିପରି ସବ୍‌ଜୁନିୟର ବାଳିକାରେ ସ୍ବେତପଦ୍ମା, ବାଳକରେ ଅନିନ୍ଦ୍ୟ ଅନୁପମ, ଜୁନିୟର ବାଳିକାରେ ସ୍ବେତପଦ୍ମା, ବାଳକରେ ମୋହିତ ବେହୁରାୟ, ୟୁଥ୍‌ ବାଳକରେ ରୋହିତ ହାଲ୍‌ଦାର ଚାମ୍ପିୟନ ହୋଇଛନ୍ତି। ପୂର୍ବତନ ଏମ୍‌ପି କଲିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି, ବଲାଙ୍ଗୀର ଆଡିଶନାଲ ଏସ୍‌ପି ସୁବାଷ ଚନ୍ଦ୍ର ଜମାଦାର, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ (ହୋମ୍‌ଗାର୍ଡ) କୁମୁଦ ସେଠ୍‌, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ କୋଷାଧ୍ୟକ୍ଷ ନିହାର ରଞ୍ଜନ ମିଶ୍ର, ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ସମ୍ପାଦକ ସ୍ମୃତିରଞ୍ଜନ ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ରେଫରି କେ.ଏସ.ଏନ. ମୂର୍ତ୍ତୀ, ସହକାରୀ ରେଫରି ତପନ ଖା, ବିଜନ ଦାସ ମହାପାତ୍ର, ସୁଜିତ କୁମାର ରାୟ, ଏମ. ଚିନ୍ନା ରାଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri