ରାଜ୍ୟ ବିଦ୍ୟୁତ୍‌ କଣ୍ଟ୍ରାକ୍ଟରଙ୍କ କ୍ଷୋଭ: ବିପଦ ବେଳେ ଆମେ…

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ବାତ୍ୟା ‘ଫନୀ’କୁ ଦେଢମାସ ପୂରିଗଲାଣି। ଏବେ ବି ପୁରୀ ଜିଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ସହରାଞ୍ଚଳକୁ ବାଦ୍‌ ଦେଲେ ଗାଁ ଗଣ୍ଡା ଅବସ୍ଥା କହିଲେ ନ ସରେ । ପୁରୀ ଜିଲାକୁ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବାକୁ ଆହୁରି ୬ ମାସ ଲାଗିଯିବ ବୋଲି କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟରମାନେ କହୁଛନ୍ତି। ରାଜ୍ୟର କଣ୍ଟ୍ରାକ୍ଟରମାନଙ୍କୁ ଡରାଇ ଧମକାଇ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଲାଇସେନ୍ସ ଚାଲିଯିବା ଭୟରେ ସେମାନେ ଅଣକୁଶଳୀ ଶ୍ରମିକମାନଙ୍କୁ ନେଇ କାମରେ ଲଗାଉଛନ୍ତି। ଫଳରେ ଉତ୍ତମ ବିଦ୍ୟୁତ୍‌ କାର୍ଯ୍ୟ ହୋଇପାରୁନାହିଁ। ଏଥିସହିତ ଅନେକ ଦୁର୍ଘଟଣା ଘଟି ପ୍ରାଣହାନି ହେଉଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ୩୩୦୦ ଲାଇସେନ୍ସପ୍ରାପ୍ତ ବିଦ୍ୟୁତ୍‌ କଣ୍ଟ୍ରାକ୍ଟର ଅଛନ୍ତି। ସେଥିରୁ ୮୮୦ ହାଇ ଟେନସନ(ଏଚଟି) ଲାଇସେନ୍ସପ୍ରାପ୍ତ କଣ୍ଟ୍ରାକ୍ଟର ଥିବା ବେଳେ ୫୦୦ ମିଡିୟମ ଭୋଲଟେଜ(ଏମ୍‌ଭି), ୧୦୦ରୁ ଊର୍ଦ୍ଧ୍ୱ ଏକ୍ସଟ୍ରା ହାଇ ଟେନସନ(ଇଏଚ୍‌ଟି) ଏବଂ ଅନ୍ୟାନ୍ୟ କଣ୍ଟ୍ରାକ୍ଟର ଅଛନ୍ତି। ଏହି କଣ୍ଟ୍ରାକ୍ଟରମାନଙ୍କୁ ସରକାରୀ ସହଯୋଗ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ କଣ୍ଟ୍ରାକ୍ଟରଙ୍କ ଲାଇସେନ୍ସ ରଦ୍ଦ ହୋଇ ଗଲାଣି। ରାଜ୍ୟରେ କାମଧନ୍ଦା ମିଳୁ ନ ଥିବାରୁ ଆର୍ଥିକ ଦୁରବସ୍ଥା ଯୋଗୁ ଅନେକ କଣ୍ଟ୍ରାକ୍ଟର ସେମାନଙ୍କର ବେଉସା ହରାଇ ସାରିଲେଣି। ଆଉ ଯେଉଁ କେତେକ ଅଛନ୍ତି ସେମାନେ ଭୟଙ୍କର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ନିୟମିତ କାମ ନ ମିଳିବା ଯୋଗୁ କଣ୍ଟ୍ରାକ୍ଟରମାନେ ନିଜ ଅଧୀନରେ କୁଶଳୀ ଶ୍ରମିକ ରଖିପାରୁ ନାହାନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନ ଥିବାରୁ ରାଜ୍ୟର କଣ୍ଟ୍ରାକ୍ଟରମାନେ ଆଉ ଅଣ୍ଟା ସଳଖି ଛିଡା ହେବା ଭଳି ଅବସ୍ଥାରେ ନାହାନ୍ତି। ତେବେ ବାତ୍ୟା ଫନୀ ପାଇଁ ପ୍ରସ୍ତୁତ ନ ଥିବା ଶକ୍ତି ବିଭାଗ ରାଜ୍ୟର କଣ୍ଟ୍ରାକ୍ଟରମାନଙ୍କୁ ଡରାଇ ଧମକାଇ କାର୍ଯ୍ୟରେ ନିୟୋଜିତ କରିଛି। ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ସେମାନଙ୍କ ଲାଇସେନ୍ସ ରଦ୍ଦ କରି ଦିଆଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ ଚେତାବନୀ ଦିଆଗଲା। ଫଳରେ ବାତ୍ୟା ପରଦିନ ଅର୍ଥାତ୍‌ ମେ ୪ ତାରିଖରୁ ରାଜ୍ୟର ଲାଇସେନ୍ସ ପ୍ରାପ୍ତ କଣ୍ଟ୍ରାକ୍ଟରମାନେ ବାଧ୍ୟହୋଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗାଁ ଗଣ୍ଡାରୁ ଅଣ କୁଶଳୀ ଲୋକଙ୍କୁ ଆଣି କାର୍ଯ୍ୟରେ ଲଗାଇଛନ୍ତି। ଏଥିଯୋଗୁ ୩ ଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ସରଞ୍ଜାମ ଠିକ୍‌ ସମୟରେ ଯୋଗାଇ ଦିଆଯାଉ ନାହିଁ। ଫଳରେ ପୁନରୁଦ୍ଧାର କାର୍ଯ୍ୟରେ ସେତେଟା ଅଗ୍ରଗତି ହୋଇ ପାରୁ ନାହିଁ। ଏହାଛଡା ଅନେକ ସ୍ଥାନରେ ଲୋକମାନେ ଠିକା କର୍ମଚାରୀମାନଙ୍କୁ ମାଡ ମାରିବା ସହ ବିଭିନ୍ନ ସ୍ଥାନରେ ଅଟକ ରଖୁଛନ୍ତି। ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା କେତେକ କଣ୍ଟ୍ରାକ୍ଟର ଅଭିଯୋଗ କରିଛନ୍ତି। ବିଦ୍ୟୁତ୍‌ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୪୦ ଜଣ ଏଚଟି ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ୫୦୦ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୨୫ ତାରିଖ ମଧ୍ୟରେ ଯଥେଷ୍ଟ କାରଣ ଦର୍ଶାଇ ନ ପାରିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ ୩୩ କେ୍‌ଭି ଉପରକୁ ଥିବା ଏକ୍ସଟ୍ରା ହାଇ ଟେନସନ ଟାଓ୍ବାର କାର୍ଯ୍ୟ ରାଜ୍ୟର କୌଣସି କଣ୍ଟ୍ରାକ୍ଟରମାନଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ବଡ ବଡ କଣ୍ଟ୍ରାକ୍ଟରମାନଙ୍କୁ ଓଡିଶାରେ ଟେଣ୍ଡର ଦିଆଯାଉଛି। ଶକ୍ତି ବିଭାଗ ଜାଣିଶୁଣି ଟେଣ୍ଡର ମୂଲ୍ୟ ବୃଦ୍ଧି କରିବାରୁ ସ୍ଥାନୀୟ କଣ୍ଟ୍ରାକ୍ଟରମାନେ ଇଏଚଟି ଟାଓ୍ବାର କାମ ପାଉ ନାହାନ୍ତି। ଫଳରେ ରାଜ୍ୟର କଣ୍ଟ୍ରାକ୍ଟରମାନେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଏ ସମ୍ପର୍କରେ ଅଲ୍‌ ଓଡିଶା ବିଦ୍ୟୁତ କଣ୍ଟ୍ରାକ୍ଟର ସଂଘ ସାଧାରଣ ସମ୍ପାଦକ ଭଗବାନ ବିଶ୍ୱାଳ କହିଛନ୍ତି ଯେ ରାଜ୍ୟରେ କାମ ମିଳୁ ନ ଥିବାରୁ ୧୦୦ରୁ ଉର୍ଦ୍ଧ୍ୱ କଣ୍ଟ୍ରାକ୍ଟର ଲାଇସେନ୍ସ ହରାଇ ଘରେ ବସିଛନ୍ତି। ଲାଇସେନ୍ସ ପ୍ରଦାନ ନୀତିରେ ପରିବର୍ତ୍ତନ ନ ହେବାରୁ ନୂତନ ଲାଇସେନ୍ସ ମିଳିବା ସମ୍ଭବ ହେଉ ନାହିଁ। ଏ ନେଇ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶକ୍ତି ସଚିବଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରାଜ୍ୟରେ କୌଣସି ବିପତ୍ତି ଆସିଲେ ଆମେ ଆଗେ କାର୍ଯ୍ୟରେ ଯୋଗ ଦେଉଛୁ। ନାଁ ନେଉଛନ୍ତି ଅନ୍ୟ ରାଜ୍ୟର କଣ୍ଟ୍ରାକ୍ଟର। ଟେଣ୍ଡର ମୂଲ୍ୟ ବୃଦ୍ଧି କରାଯାଉଥିବାରୁ ଓଡିଶା କଣ୍ଟ୍ରାକ୍ଟରମାନେ ବଡ ବଡ ଟାଓ୍ବାର ନିର୍ମାଣ ପାଇଁ ଟେଣ୍ଡର ପକାଇବାକୁ ଯୋଗ୍ୟ ହୋଇପାରୁ ନାହାନ୍ତି। ଜାଣି ଶୁଣି ଏଭଳି କରାଯାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଉଛି। ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମଚାରୀମାନେ ଠିକ୍‌ ସମୟରେ ପଇସା ପାଇପାରୁ ନାହାନ୍ତି। ବିଦ୍ୟୁତ୍‌ ଉପକରଣ ମିଳୁ ନ ଥିବାରୁ କାର୍ଯ୍ୟ ମାନ୍ଦା ହେଉଛି। ପ୍ରବଳ ଗରମରେ କର୍ମଚାରୀମାନେ ଦିନ ରାତି ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ବୋଲି ସେ କହିଛନ୍ତି। ସେସୁ ସିଜିଏମ୍‌ (ଟେକ୍ନିକାଲ) ସୁକାନ୍ତ ସ୍ବାଇଁ କହିଛନ୍ତି ଯେ ପୁରୀରେ ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟ ୮୦ ପ୍ରତିଶତ ହୋଇଗଲାଣି। ଅବଶିଷ୍ଟ କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ଜାରି ରହିଛି। କଣ୍ଟ୍ରାକ୍ଟରମାନଙ୍କୁ ପଇସା ମିଳିବାରେ ପ୍ରଥମେ ଅସୁବିଧା ହେଉଥିଲା। ଏବେ ଠିକ୍‌ ହୋଇଯାଇଛି। ନିୟମିତ ପେମେଣ୍ଟ କରାଯିବା ସହ ଆବଶ୍ୟକ ବିଦ୍ୟୁତ୍‌ ସରଞ୍ଜାମ ଯୋଗାଇ ଦିଆଯାଉଛି। ତେବେ କାହାକୁ ଟେଣ୍ଡର ଦିଆଯାଉଛି ନ ଦିଆଯାଉଛି ସେ ବିଷୟରେ କିଛି କହି ପାରିବେ ନାହିଁ ବୋଲି ସ୍ବାଇଁ କହିଛନ୍ତି। ତେବେ ଓଡ଼ିଶା କଣ୍ଟ୍ରାକ୍ଟରମାନଙ୍କୁ ମଧ୍ୟ ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri