Posted inଜାତୀୟ

ବିଦାହେବେ ବେଆଇନ ପ୍ରବାସୀ

ଓ୍ବାଶିଂଟନ,୧୯ା୬( ଆଇଏଏନ୍‌ଏସ୍‌): ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କୁ ସ୍ବଦେଶକୁ ପ୍ରତ୍ୟର୍ପଣ କରାଯିବ। ଏନେଇ ଦେଶର ଅପ୍ରବାସନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରେ ଅଭିଯାନ ଆରମ୍ଭ କରିବେ ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ତେବେ ଏହି ଗଣବହିଷ୍କାର ଫଳରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରବାସୀମାନେ ଅଧିକ ପ୍ରଭାବିତ ହେବେ ସେନେଇ ସେ ଅଧିକ କିଛି କହିନାହାନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ବେଆଇନ ପ୍ରବାସୀ ସମସ୍ୟାକୁ ପୁଣିଥରେ ପ୍ରସଙ୍ଗ କରି ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହୁଁଥିବାରୁ ସେଠାରେ ରାଜନୀତି ସରଗରମ ହୋଇଛି।
ସର୍ବାଧିକ ପ୍ରବାସୀ ଆମେରିକାରେ ରହୁଛନ୍ତି। ଏକ ଆକଳନ ଅନୁସାରେ ବିଭିନ୍ନ ଦେଶରେ ଜନ୍ମିତ ୪ କୋଟିରୁ ଊର୍ଦ୍ଧ୍ୱ ପ୍ରବାସୀ ଆମେରିକାରେ ଅଛନ୍ତି, ଯାହାକି ବିଶ୍ୱର ମୋଟ ପ୍ରବାସୀଙ୍କ ଏକ-ପଞ୍ଚମାଂଶ। ପିଉ ରିସର୍ଚ୍ଚ ସେଣ୍ଟର ୧୯୬୦ ମସିହାରୁ ଏସମ୍ପର୍କିତ ପରିସଂଖ୍ୟାନ ତଥ୍ୟ ପ୍ରକାଶ କରିଆସୁଛି। ୨୦୧୭ରେ ଆମେରିକାରେ ବିଦେଶୀ ଜନସଂଖ୍ୟା ୪୪.୪ ନିୟୁତ ରହିଥିଲା। ୧୯୬୫ରେ ଅପ୍ରବାସନ ଆଇନ ଉଚ୍ଛେଦ କରାଯାଇ ଏକ ଜାତୀୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଫଳରେ ବିଦେଶରୁ ପ୍ରବାସୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧିପାଇଥିଲା। ସମ୍ପ୍ରତି ଆମେରିକାର ମୋଟ ଜନସଂଖ୍ୟାର ୧୩.୬% ହେଉଛନ୍ତି ପ୍ର୍ରବାସୀ, ଯାହାକି ୧୯୭୦ରେ ସେମାନଙ୍କ ସଂଖ୍ୟାର ୪.୭% ବା ତିନିଗୁଣ ଅଧିକ। ଦେଶରେ ୭୭% ପ୍ରବାସୀ ଆଇନତଃ ବସବାସ କରୁଥିବାବେଳେ ଏକ-ଚତୁର୍ଥାଂଶ ଅଣପଞ୍ଜୀକୃତ ପ୍ରବାସୀ ରହୁଛନ୍ତି। ୪୫% ହେଉଛନ୍ତି ଦେଶୀୟକୃତ ଆମେରିକା ନାଗରିକ। ପ୍ରାୟ ୨୭% ପ୍ରବାସୀ ସ୍ଥାୟୀ ବାସିନ୍ଦା ହୋଇଥିବାବେଳେ ୫% ହେଉଛନ୍ତି ଅସ୍ଥାୟୀ। ଅଣପଞ୍ଜୀକୃତ ପ୍ରବାସୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କେନ୍ଦ୍ରୀୟ ଆମେରିକା ଏବଂ ଏସିଆ ଅଧିବାସୀ। ଆମେରିକାରେ ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ମେକ୍ସିକୋ, ଚାଇନା ଓ ଭାରତରେ ଜନ୍ମିତ ବ୍ୟକ୍ତି। ମେକ୍ସିକୋର ୧୧.୨ ନିୟୁତ ଅର୍ଥାତ୍‌ ୨୫%, ଚାଇନା ଓ ଭାରତର ୬% ଲେଖାଏ, ଫିଲିପାଇନ୍ସର ୫% ଓ ଏଲ୍‌ ସଲ୍‌ଭାଡୋର୍‌ର ୩% ପ୍ରବାସୀ ସେଠାରେ ରହୁଛନ୍ତି। ଆଇନାନୁସାରେ ରହୁଥିବା ସମସ୍ତ ସ୍ଥାୟୀ ବାସିନ୍ଦା ସେଠାରେ ନାଗରିକତ୍ୱ ପାଇଁ ଆବେଦନ କରି ନ ଥାନ୍ତି। ୨୦୫୫ ସୁଦ୍ଧା ଆମେରିକାରେ ଏସୀୟମାନେ ସବୁଠୁ ବଡ଼ ପ୍ରବାସୀ ଗୋଷ୍ଠୀ ପାଲଟିବେ ବୋଲି ପିଉ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି। ସେହିପରି ୨୦୧୮ ଆର୍ଥିକବର୍ଷରେ ଆମେରିକାରେ ୨୨,୪୯୧ ଶରଣାର୍ଥୀ ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କଙ୍ଗୋ, ମ୍ୟାନ୍‌ମାର, ୟୁକ୍ରେନ୍‌ ଓ ଭୁଟାନର। କାଲିଫର୍ନିଆରେ ୨୪%, ଟେକ୍ସାସ୍‌ ୧୧% ଓ ନ୍ୟୁୟର୍କ ରେ ୧୦% ବିଦେଶୀ ପ୍ରବାସୀ ରହୁଛନ୍ତି।
ଆମେରିକାରୁ ୨୯୫,୦୦୦ ପ୍ରବାସୀଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା। ଏହା ପୂର୍ବରୁ ୨୦୦୯ରୁ ୨୦୧୬ ମଧ୍ୟରେ ୩ ନିୟୁତ ପ୍ରବାସୀଙ୍କୁ ଓବାମା ପ୍ରଶାସନ ସେମାନଙ୍କ ଦେଶକୁ ପଠାଇଦେଇଥିଲା। କାରଣ ଆମେରିକୀୟମାନେ ବେଆଇନ ପ୍ରବାସୀଙ୍କୁ ଦେଶ ଉପରେ ଏକ ବୋଝ ବୋଲି ମନେକରନ୍ତି। ଆମେରିକାରେ ବେଆଇନ ଭାବେ ବସବାସ ଏକ ଜାତୀୟ ବିତର୍କର ପ୍ରସଙ୍ଗ ହୋଇଥିବାରୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ବେଳେ ଟ୍ରମ୍ପ୍‌ ଏହାକୁ ଉଠାଇଥିଲେ। ଇତିମଧ୍ୟରେ ଟ୍ରମ୍ପ୍‌ ପ୍ରଶାସନ ଏଦିଗରେ କେତେକ ପଦକ୍ଷେପ ନେଇଥିଲେ ମଧ୍ୟ ତାହାର ସୁଫଳ ମିଳିନାହିଁ। ୨୦୨୦ ନିର୍ବାଚନରେ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରି ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହୁଁଥିବା ଟ୍ରମ୍ପ୍‌ ଏବେ ସମାନ ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଟ୍ରମ୍ପ୍‌ ଫ୍ଲୋରିଡାରୁ ମଙ୍ଗଳବାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ତାଙ୍କର ଟୁଇଟ୍‌ ଆସିଛି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଆସନ୍ତା ସପ୍ତାହରେ ଇମିଗ୍ରେଶନ୍‌ ଓ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ନିୟୁତ ନିୟୁତ ବେଆଇନ ବାହାର ଲୋକଙ୍କୁ ଆମେରିକାରୁ ବାହାର କରିବ। ସେମାନେ ଯେତେଶୀଘ୍ର ଏଠାକୁ ଆସିଛନ୍ତି, ସେତେଶୀଘ୍ର ତଡ଼ାଖାଇବେ। ଏହି ଅବସରରେ ଟ୍ରମ୍ପ୍‌ ତାଙ୍କର ଉକ୍ତ ପ୍ରସ୍ତାବକୁ ବିରୋଧ କରୁଥିବା ଡେମେକ୍ରାଟ୍‌ମାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?